fbpx

ଭାରତୀୟ ମାନେ ଚାହିଁକି ବି ଦେଶର ଏହି ସୁନ୍ଦର ସ୍ଥାନକୁ ବୁଲିବାକୁ ଯାଇପାରିବେ ନାହିଁ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: କଣ ଆପଣ ଜାଣିଛନ୍ତି କି ଭାରତରେ ଏପରି କିଛି ସ୍ଥାନ ରହିଛି ଯେଉଁ ଠାରେ ବୁଲିବାକୁ ଖୋଦ୍ ଭାରତୀୟଙ୍କୁ ହିଁ ଅନୁମତି ମିଳେ ନାହିଁ । ବାସ୍ତବରେ ଭାରତରେ ଏପରି କିଛି ସ୍ଥାନ ରହିଛି ଯେଉଁଠାରେ ବୁଲିବାକୁ ଅନୁମତି ମିଳେ ନାହିଁ । ସୁରକ୍ଷା ବଳଙ୍କ କଡ଼ା ସୁରକ୍ଷା ଓ ବିବାଦୀୟ ଅଞ୍ଚଳ ପାଇଁ କିଛି ସ୍ଥାନକୁ ବୁଲିବାକୁ ଯିବା ନେଇ ବାରଣ କରାଯାଇଛି । ଭାରତୀୟ ମାନେ ମଧ୍ୟ ସେହି ସ୍ଥାନ ଗୁଡ଼ିକୁ ଭ୍ରମଣ ଉଦ୍ଦେଶ୍ୟରେ ଯାଇପାରିବେ । ସେହି ଭଳି କିଛି ସ୍ଥାନ ସମ୍ପର୍କରେ ଆମେ କହିବାକୁ ଯାଉଛୁ ଯାହକୁ ଦେଖିଲେ ଆପଣ ମାନେ ନିଶ୍ଚୟ ଯିବାକୁ ଚାହିଁବେ ।

ନର୍ଥ ସେଣ୍ଟିନେଲ ଆଇଲ୍ୟାଣ୍ଡ, ଆଣ୍ଡାମାନ୍ : ନର୍ଥ ସେଣ୍ଟିନେଲ ଆଇଲ୍ୟାଣ୍ଡ ହେଉଛି ଆଣ୍ଡାମାନ୍ ର ଏକ ଆଇଲ୍ୟାଣ୍ଡ । ଏହା ଆଣ୍ଡାମାନ ସମୁଦ୍ର ଗଭୀରରେ ଥିବା ଟେକ୍ନୋନିକ୍ ପ୍ଲେଟ୍ସର ଠିକ୍ ମଝିସ୍ଥାନରେ ଅବସ୍ଥିତ । ଏହାକୁ ଦୂରରୁ ଦେଖାଯାଇପାରିବ । କିନ୍ତୁ ସୁରକ୍ଷା କାରଣରୁ ଏଠାକୁ ଯିବାକୁ ଅନୁମତି ନାହିଁ ।

ପେଙ୍ଗୋଙ୍ଗ ସୋ ହ୍ରଦର ଉପରି ଅଂଶ, ଲଦାଖ: ପେଙ୍ଗୋଙ୍ଗ ସୋ ହ୍ରଦ ସବୁଠାରୁ ପ୍ରସିଦ୍ଧ ଡେଷ୍ଟିନେସନ୍ ମାନଙ୍କ ମଧ୍ୟରୁ ଗୋଟିଏ । ଏହି ଅଞ୍ଚଳର ଏକ ବଡ଼ ଅଂଶ ଝିଲ ଦ୍ୱାରା ଘେରି ହୋଇ ରହିଛି । ଯାହା ଯାତ୍ରୀ ମାନଙ୍କ ପାଇଁ ଅତି ଦୁର୍ଗମ । ଝିଲର ୫୦ ପ୍ରତିଶତ ଅଂଶ ବିବାଦିତ ଅଞ୍ଚଳ ଅଧୀନରେ ଆସିଥାଏ ।

ୱେରେନ୍ ଆଇଲ୍ୟାଣ୍ଡ, ଆଣ୍ଡାମାନ୍: ଭାରତର ଏକମାତ୍ର ଜ୍ୱାଳାମୁଖୀ ୱେରେନ୍ ଆଇଲ୍ୟାଣ୍ଡ୍ ଠାରେ ଅବସ୍ଥିତ । ଏହା ଆଣ୍ଡାମାନ୍ ସାଗରରେ ଆକ୍ଟିଭ୍ ଟେକ୍ନୋନିକ୍ ପ୍ଲେଟସ୍ ର ଠିକ୍ ମଝିରେ ସ୍ଥିତ । ଆପଣ ଜାହାଜ କିମ୍ବା କ୍ରୁଜ୍ ରେ ବସି ଏହି ସ୍ଥାନକୁ ଦେଖି ପାରିବେ । କିନ୍ତୁ ଆଇଲ୍ୟାଣ୍ଡରେ ଓହ୍ଲାଇ ପାରିବେ ନାହିଁ ।

ଲାକ୍ଷାଦ୍ୱୀପରେ ଥିବା କିଛି ଆଇଲ୍ୟାଣ୍ଡ: ଲାକ୍ଷାଦ୍ୱୀପରେ ପାଖାପାଖି ୩୬ଟି ଆଇଲ୍ୟାଣ୍ଡ ରହିଛି । ହେଲେ ଏହା ଭିତରୁ କିଛି ଆଇଲ୍ୟାଣ୍ଡକୁ ଯିବାକୁ ଅନୁମତି ନାହିଁ । ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ଯିବାକୁ ଅନୁମତି ମିଳେ ନାହିଁ । କିଛି ସ୍ଥାନରେ ମୁଖ୍ୟ ନୌସେନାଙ୍କ ଆଡ୍ଡା ରହିଥିବାରୁ ସେସବୁ ସ୍ଥାନକୁ କାହାକୁ ଛଡ଼ାଯାଏ ନାହିଁ ।

Get real time updates directly on you device, subscribe now.