fbpx

ଭାରତୀୟଙ୍କୁ ପସନ୍ଦ ଚିକେନ ବିରିୟାନୀ ଓ ସିଙ୍ଗଡା: ମିନିଟରେ ୧୧୫ ଜଣ ଲୋକ କରନ୍ତି ଅର୍ଡର, ସ୍ୱିଗି ସର୍ବେକ୍ଷଣରୁ ମିଳିଲା ସୂଚନା

ନୂଆଦିଲ୍ଲୀ: ବିରିୟାନୀ ପ୍ରାୟ ସମସ୍ତଙ୍କ ପସନ୍ଦ । ୨୦୨୧ରେ ଭାରତୀୟ ମାନେ ସବୁଠୁ ଅଧିକ ଅର୍ଡର ଖାଇବା ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛି ବିରିୟାନୀ ଓ ସିଙ୍ଗଡା । ଅନଲାଇନ ଫୁଡ ଡେଲିଭରୀ ଆପ୍ ସ୍ୱିଗି ପକ୍ଷରୁ ସର୍ବେକ୍ଷଣ କରାଯାଇ ଏହି ସୂଚନା ପ୍ରକାଶ କରାଯାଇଛି । ଚିକେନ୍ ବିରିୟାନୀ ଭାରତୀୟ ମାନଙ୍କର ସବୁଠୁ ପସନ୍ଦର ଖାଦ୍ୟ ବୋଲି ଏହି ସର୍ବେକ୍ଷଣରେ କୁହାଯାଇଛି । ୨୦୨୧ ମସିହାରେ ପ୍ରତି ସେକେଣ୍ଡରେ ୨ ଜଣ ଭାରତୀୟ ବା ପ୍ରତି ମିନିଟରେ ୧୧୫ ଜଣ ଲୋକ ଚିକେନ ବିରିୟାନୀ ଅର୍ଡର କରୁଥିବା ଜଣାପଡିଛି । ଏହା ସହିତ ଭେଜ ବିରିୟାନୀ ଅପେକ୍ଷା ୪.୩ ଗୁଣ ଲୋକ ଚିକେନ ବିରିୟାନୀକୁ ପସନ୍ଦ କରିଥାନ୍ତି । ଚେନ୍ନାଇ,କୋଲକାତା, ଲକ୍ଷେ୍ନø ଏବଂ ହାଇଦ୍ରାବାଦ ପରି ସହରରେ ଏହା ଶ୍ରେଷ୍ଠ ସ୍ଥାନରେ ରହିଛି । ଏହା ସହିତ ପ୍ରାୟ ୪.୨୫ ଲକ୍ଷ ନୂତନ ୟୁଜର ପ୍ରଥମ ଅର୍ଡର ଚିକେନ ବିରିୟାନୀ ଅର୍ଡର କରିଥାନ୍ତି ।

ସେହିପରି ସ୍ନାକ୍ସରେ ସମୋସା ବା ସିଙ୍ଗଡା ସମସ୍ତଙ୍କର ବେଶ ପସନ୍ଦ । ଚଳିତ ବର୍ଷ ପ୍ରାୟ ୫୦ ଲକ୍ଷ ସିଙ୍ଗଡା ଅର୍ଡର କରାଯାଇଥିବା ବେଳେ ଚିକେନ ୱିଙ୍ଗସ ଠାରୁ ଏହା ୬ ଗୁଣ ଅଧିକ ଅର୍ଡର କରାଯାଇଛି । ପାୱ ଭାଜି ଦ୍ୱିତୀୟ ପସନ୍ଦର ସ୍ନାକ୍ସ ରହିଥିବା ବେଳେ ପ୍ରାୟ ୨୧ ଲକ୍ଷ ଲୋକ ଏହାକୁ ଅର୍ଡର କରିଛନ୍ତି । ତେବେ ରାତି ୧୦ଟା ପରେ ହେଉଥିବା ଅର୍ଡରରେ ଚିଜ୍ ଗାର୍ଲିକ ବ୍ରେଡ୍, ପପକର୍ଣ୍ଣ ଓ ଫ୍ରେଞ୍ଚ ଫ୍ରାଇଜ୍ ଅଧିକ ରହିଥାଏ ।

Get real time updates directly on you device, subscribe now.