fbpx

ବିଶ୍ୱସ୍ତରରେ ମାନ୍ଦାବସ୍ଥା ସତ୍ତ୍ୱେ ରପ୍ତାନି କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତା

ନୂଆଦିଲ୍ଲୀ : ବିଶ୍ୱସ୍ତରରେ ଉପଭୋକ୍ତା ଉତ୍ପାଦ ମୂଲ୍ୟ ହ୍ରାସ ଏବଂ ଚାହିଦା କମିବା ସତ୍ତ୍ୱେ ଭାରତ ନିଜର ଦୃଢ଼ ଏବଂ ବିକାଶଶୀଳ ଅର୍ଥବ୍ୟବସ୍ଥା ଜରିଆରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରହିଛି । ବିଶେଷ କରି ରପ୍ତାନି କ୍ଷେତ୍ରରେ ଭାରତୀୟ ଅର୍ଥବ୍ୟବସ୍ଥା ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଦେଶର ସେବା ରପ୍ତାନି ଉପରେ ବୈଶ୍ୱିକ ମାନ୍ଦାବସ୍ଥାର ପ୍ରଭାବ ଦେଖିବାକୁ ମିଳିନାହିଁ । ଗତ ବର୍ଷ ଏପ୍ରିଲ ମାସ ତୁଳନାରେ ସେବା ରପ୍ତାନି ପରିମାଣ ୨୬% ବୃଦ୍ଧି ପାଇ ୩୦.୩୬ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି । ଅଧିକ ମଜୁରି ଖର୍ଚ୍ଚ ଏବଂ ବ୍ୟାକ୍ ଅଫିସ୍‌ ବ୍ୟବସାୟକୁ ନେଇ ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରମାନେ ସଂଘର୍ଷ କରୁଥିବା ସମୟରେ ବ୍ୟବସାୟିକ କାରବାର ପାଇଁ ଭାରତ ଏକ ତର୍କସଂଗତ ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଛି ।

ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ମାନ୍ଦାବାସ୍ଥାଦେଖା ଦେଇଥିବା ସତ୍ତ୍ୱେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରପ୍ତାନି କ୍ଷେତ୍ରରେ ୨୬% ଅଭିବୃଦ୍ଧି ହାସଲ କରି ଭାରତ ଉଜ୍ଜ୍ୱଳ ସ୍ଥିତିରେ ରହିଛି । ଯନ୍ତ୍ରାଂଶ ଏବଂ ଧାତୁ ଇନପୁଟ୍ ପାଇଁ ସୁସ୍ଥ ଚାହିଦା ପ୍ରଗତିଶୀଳ ଭାରତୀୟ ଉଦ୍ୟୋଗ ଜଗତର ଦୃଢ଼ ସ୍ଥିତିକୁ ଦର୍ଶାଉଛି । ୨୦୨୩ର ପ୍ରତି ମାସରେ ଭାରତର ବାଣିଜ୍ୟ ନିଅଣ୍ଟ କ୍ରମାଗତ ଭାବେ ଏକ ଅଙ୍କ ସଂଖ୍ୟାରେ ରହୁଛି । ଏହା ବିଶ୍ୱସ୍ତରରେ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଦ୍ୱନ୍ଦ୍ୱିତା ସାମର୍ଥ୍ୟ ବୃଦ୍ଧିକୁ ସୂଚାଉଛି । ବସ୍ତୁ ବାଣିଜ୍ୟ ନିଅଣ୍ଟ ପରିମାଣ ୧୫.୨୬ ବିଲିୟନ ଡଲାର ଥିବା ବେଳେ ସେବା ବାଣିଜ୍ୟ ବଳକା ପରିମାଣ ୧୩.୮୬ ବିଲିୟନ ଡଲାରେ ରହିଛି, ଏହାକୁ ମିଶାଇ ସାମଗ୍ରିକ ନିଅଣ୍ଟ ମାତ୍ର ୧.୩୮ ବିଲିୟନ ଡଲାରରେ ପହଞ୍ଚିଛି । ୨୦୨୧-୨୨ ଆର୍ôଥକ ବର୍ଷ ତୁଳନାରେ ୨୦୨୨-୨୦୨୩ ଆର୍ôଥକ ବର୍ଷରେ ସାମଗ୍ରିକ ବାଣିଜ୍ୟିକ ରପ୍ତାନି ପରିମାଣ ୧୪.୬୮% ବୃଦ୍ଧି ପାଇ ୭୭୫.୮୭ ବିଲିୟନ ଡଲାରରେ ପହଞ୍ଚିଛି ।

ବିଶ୍ୱସ୍ତରରେ ଦେଖା ଦେଇଥିବା ଆର୍ôଥକ ମାନ୍ଦାବସ୍ଥାର ସାଗରରେ ଭାରତ ଆଶାବାଦର ଏକ ଦ୍ୱୀପ ଭାବେ ନିଜର ସ୍ଥିତି ବଜାୟ ରଖିଛି । ପୁଞ୍ଜିଗତ ବସ୍ତୁର ଉଯୋଗ ବୃଦ୍ଧି ସହିତ ଏକ ସମୃଦ୍ଧଶାଳୀ ଘରୋଇ ଉଦ୍ୟୋଗ ଏବଂ ସେବା ଓ ଇଲେକ୍ଟ୍ରୋନିକ୍ସ ରପ୍ତାନି ବଢ଼ିବା ଫଳରେ ବିକାଶ ଧାରରେ ଦେଶ ନିରନ୍ତର ଭାବେ ଉପରକୁ ଉଠୁଛି । ଭାରତର ବାଣିଜ୍ୟ, ବିଶେଷ କରି ରପ୍ତାନିର ପ୍ରଗତିଶୀଳ ପ୍ରଦର୍ଶନ ପଛରେ ଅନେକ ସକାରାତ୍ମକ ଦିଗ ରହିଛି । ଦେଶର ଅର୍ଥବ୍ୟବସ୍ଥାରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ମାଧ୍ୟମରେ ଆରବିଆଇ ଭାରତୀୟ ମୁଦ୍ରାକୁ ମଜବୁତ କରିବା
ଲାଗି ଅନୁକୂଳ ବ୍ୟବସାୟିକ ପରିଦୃଶ୍ୟକୁ ଉପଯୋଗ କରୁଛି । ଏହା ଅଭିବୃଦ୍ଧି ପାଇଁ ଅତି ଆବଶ୍ୟକ ଚଳନ୍ତି ପାଣ୍ଠି ବା ଲିକ୍ୟୁଡିଟୀ ପ୍ରଦାନ କରୁଛି । ନୀତିଗତ ଦରରେ ବୃଦ୍ଧି ସହିତ ଆରବିଆଇ ମୁଦ୍ରାସ୍ଫୀତିକୁ ମଧ୍ୟ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହୋଇଛି ।

Get real time updates directly on you device, subscribe now.