fbpx

ଚୀନର ନୂଆ ଚାଲ୍ ଯୋଗୁଁ ଚିନ୍ତାରେ ଭାରତ

ନୂଆଦିଲ୍ଲୀ,୨୫ ।୭: ଉତ୍ତର-ପୂର୍ବ ଅଞ୍ଚଳ ପାଇଁ ପୁଣି ଥରେ ଚିନ୍ତାରେ ପଡିଲା ଭାରତ । ୟୁରୋପର ଏକ ଥିଙ୍କ ଟ୍ୟାଙ୍କ ଅନୁଯାୟୀ, କିଛିଦିନ ପୂର୍ବରୁ ମିଆଁମାର-ଥାଇଲ୍ୟାଣ୍ଡ ସୀମାରେ ଅବସ୍ଥିତ ମେ ତାଓ ଅଞ୍ଚଳରେ ଚୀନର ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅସ୍ତ୍ରଶସ୍ତ୍ର ଗୁଡିକୁ ମିଆଁମାରର ଆତଙ୍କବାଦୀମାନଙ୍କୁ ପଠାଯାଉଛି । କିନ୍ତୁ ଏହି ଘଟଣା ଦିଲ୍ଲୀର ସୁରକ୍ଷା ସର୍କଲରେ ବି ଚିନ୍ତା ବଢାଇଦେଇଛି । କାହିଁ ନା ଜଣାପଡିଛି ଯେ ଏହି ମିଆଁମାର ଆତଙ୍କବାଦୀଙ୍କୁ ଚୀନ୍ ବହୁ ଦିନରୁ ସମର୍ଥନ କରିଆସୁଛି ଓ ବେଆଇନ୍ ଅସ୍ତ୍ରଶସ୍ତ୍ର ଚାଲାଣ କରୁଛି । ଥାଇଲ୍ୟାଣ୍ଡ ସ୍ଥିତ ଏହି ସଙ୍ଗଠନକୁ ଡିପ୍ଲୋ ଆତଙ୍କବାଦ ବୋଲି କୁହାଯାଉଛି ।

Get real time updates directly on you device, subscribe now.