fbpx

Tirupati Balaji temple ର ସମ୍ପତି ଘୋଷଣା କଲା ଟ୍ରଷ୍ଟ, ବ୍ୟାଙ୍କରେ ଜମା ରହିଛି ୫୩୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସୁନା ଓ ୧୬ ହଜାର କୋଟି ନଗଦ ରାଶି…

ତିରୁପତି: ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଅବସ୍ଥିତ ପ୍ରଭୁ ଭେଙ୍କଟେଶ୍ୱର ମନ୍ଦିର, ଯାହା ଭାରତର ସବୁଠାରୁ ଧନୀ ମନ୍ଦିର ବୋଲି ବିବେଚନା କରାଯାଏ । ଏହି ମନ୍ଦିରର ମୋଟ ସମ୍ପତ୍ତି ୨.୩ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ମନ୍ଦିର ଟ୍ରଷ୍ଟ କହିଛି ଯେ ବର୍ତ୍ତମାନ ବ୍ୟାଙ୍କଗୁଡିକରେ ଏହାର ୫,୩୦୦ କୋଟିରୁ ଅଧିକ ମୂଲ୍ୟର ୧୦.୩ ଟନ୍ ସୁନା ଗଚ୍ଛିତ ରହିଛି ।

ଏଥିରେ ୨.୫ ଟନ୍ ସୁନା ଅଳଙ୍କାର ଅଛି । ଏହା ବ୍ୟତୀତ ଏହାର ବହୁ ଅର୍ଥ ବ୍ୟାଙ୍କରେ ଜମା ରହିଛି । ଶନିବାର ଦିନ ତିରୁମାଲା ତିରୁ ତି ଦେବସ୍ଥାନମ୍ (ଟିଟିଡି) ଏକ ଶ୍ୱେତପତ୍ର ଜାରି କରି ମନ୍ଦିରର ଫିକ୍ସଡ୍ ଡିପୋଜିଟ୍ ଓ ସୁନାଗହଣାର ଜମା ସମେତ ଏହାର ସମ୍ପତ୍ତି ତାଲିକା ଘୋଷଣା କରିଥିଲା ।
ଟିଟିଡି ଘୋଷଣା କରିଛି ଯେ ବର୍ତ୍ତମାନର ଟ୍ରଷ୍ଟ ବୋର୍ଡ ୨୦୧୯ରୁ ଏହାର ବିନିଯୋଗ ନିର୍ଦ୍ଦେଶାବଳୀକୁ ମଜବୁତ କରିଛି । ମନ୍ଦିର ଟ୍ରଷ୍ଟ ଆହୁରି ମଧ୍ୟ କହିଛି ଯେ ଏଥିରେ ଜାତୀୟକରଣ ବ୍ୟାଙ୍କଗୁଡିକରେ ୫,୩୦୦ କୋଟିରୁ ଅଧିକ ମୂଲ୍ୟର ୧୦.୩ ଟନ୍ ସୁନା ଜମା ରହିଛି ।ଏଥିସହ ମନ୍ଦିରରେ ୧୫ହଜାର ୯୩୮ କୋଟି ଟଙ୍କା କ୍ୟାସ୍ ଆକାରରେ ରହିଛି । ଟିଟିଡି କାର୍ଯ୍ୟନିର୍ବାହୀ ଅଧିକାରୀ ଏଭି ଧର୍ମ ରେଡ୍ଡୀ କହିଛନ୍ତି ଯେ ମନ୍ଦିର ଟ୍ରଷ୍ଟର ମୋଟ ସମ୍ପତ୍ତି ୨.୨୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ରେଡ୍ଡୀ କହିଛନ୍ତି, “୨୦୧୯ ମସିହାରେ, ଅନେକ ବ୍ୟାଙ୍କରେ ସ୍ଥିର ଜମା ଆକାରରେ ଟିଟିଡିର ବିନିଯୋଗ ୧୩,୦୨୫ କୋଟି ଥିଲା, ଯାହାବର୍ତ୍ତମାନ ୧୫,୯୩୮ କୋଟିକୁ ବୃଦ୍ଧି ପାଇଛି । ବିଗତ ତିନି ବର୍ଷରେ ଏହି ପୁଞ୍ଜି ବିନିଯୋଗ ୨,୯୦୦ କୋଟି ବୃଦ୍ଧି ପାଇଛି । ଏଥି ସହିତ ଟ୍ରଷ୍ଟ ଦ୍ୱାରା ଜାରି ବ୍ୟାଙ୍କ ଇନଭେଷ୍ଟ ଅନୁଯାୟୀ, ଟିଟିଡିରେ ୭୩୩୯.୭୪ ଟନ୍ ସୁନା (ତିରୁତି ମନ୍ଦିର ସୁନା) ୨୦୧୯ ରେ ଜମା ହୋଇଛି ଏବଂ ଗତ ତିନିବର୍ଷ ମଧ୍ୟରେ ୨.୯ ଟନ୍ ଯୋଗ କରାଯାଇଛି ।

Get real time updates directly on you device, subscribe now.