fbpx

ପାଇଲ୍ସ ସମସ୍ୟା ଥିଲେ ଏହି ଖାଦ୍ୟ ଭୁଲରେ ଖାଆନ୍ତୁ ନାହିଁ, ନଚେତ ଯନ୍ତ୍ରଣା ସହିବା ହେଇପାରେ କଷ୍ଟକର

ନୂଆଦିଲ୍ଲୀ :ମଳଦ୍ୱାରର ଶିରାରେ ଫୁଲା ହେତୁ ପାଇଲ୍ସ ବା ଅର୍ଶ ହେଇଥାଏ । ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ରୋଗ ଯେଉଁଥିରେ ପୀଡିତ ବ୍ୟକ୍ତି ଅସହ୍ୟ ଯନ୍ତ୍ରଣା ଭୋଗିଥାଏ । ଯଦିଓ ଅଧିକାଂଶ ଲୋକଙ୍କ ପାଖରେ ସବୁ ସମସ୍ୟା ଥାଏ, କିନ୍ତୁ କେବଳ ଅଳ୍ପ ଲୋକଙ୍କ ମଧ୍ୟରେ ଏହାର ଲକ୍ଷଣ ଦେଖାଯାଏ । ଯେଉଁମାନଙ୍କର ପାଇଲ୍ସ ସମସ୍ୟା ଥାଏ, ସେମାନଙ୍କ ମଳଦ୍ୱାରରେ ଏକ ମାଂଶ ଖଣ୍ଡ ବାହାରିଥାଏ। ଏହା କୁଞ୍ଚନ, ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରେ। ସବୁଠୁ ବଡ କଥା ହେଉଛି ଆମ ଖାଦ୍ୟ ଏବଂ ପାନୀୟ ମୁଖ୍ୟତଃ ଏହି ଯନ୍ତ୍ରଣା ବଢେଇବାରେ ପାଇଁ ଦାୟୀ । ବାସ୍ତବରେ, କିଛି ଖାଦ୍ୟ ଅଛି ଯାହା ଅର୍ଶରେ ବିଷ ପରି କାର୍ଯ୍ୟ କରେ।

ବାସ୍ତବରେ ଖାଦ୍ୟ ପେୟ କୋଷ୍ଠକାଠିନ୍ୟ ପାଇଁ ଦାୟୀ। ଏପରି ପରିସ୍ଥିତିରେ, କିଛି ଖାଦ୍ୟକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ । ସେଗୁଡିକ ଆଦୌ ଖାଇବା ଉଚିତ୍ ନୁହେଁ ।ଯେପରି :

ଧଳା ବ୍ରେଡ୍: ୱେବ୍ଏମଡିର ଖବର ଅନୁଯାୟୀ, ଧଳା ବ୍ରେଡ୍ ପାଇଲ୍ସ ପାଇଁ ବିଷ ପରି କାମକରେ । ଟୋଷ୍ଟ, ବିସ୍କୁଟ, ସାଣ୍ଡୱିଚ୍ ଇତ୍ୟାଦି ଧଳା ବ୍ରେଡ୍ ରୁ ତିଆରି । ଧଳା ମଇଦାରେ ତିଆରି ଜିନିଷ ଖାଇବା ଦ୍ୱାରା ଯନ୍ତ୍ରଣା ବହୁତ ବଢିଥାଏ ।

ଚିଜ :ରିପୋର୍ଟ ଅନୁଯାୟୀ ଚିଜ ପାଇଲ୍ସ ପାଇଁ ଅତ୍ୟନ୍ତ କ୍ଷତିକାରକ । ଏହାସହ ଫାଷ୍ଟଫୁଡ ଠାରୁ ଦୂରତା ରଖିବା ଆବଶ୍ୟକ । ଫାଷ୍ଟଫୁଡ ର ଅର୍ଥ ହେଉଛି ପିଜା-ବରଗର ପରି ଖାଦ୍ୟର ଯେଉଁଥିରେ ଚିଜ ପନିର ବହୁତ ବ୍ୟବହୃତ ହୁଏ। ସେଥିପାଇଁ ଚିଜରେ ତିଆରି ଜିନିଷ ଆଦୌ ଖାଇବା ଉଚିତ୍ ନୁହେଁ ।

ଦୁଗ୍ଧଜାତ ଦ୍ରବ୍ୟ: ଦୁଗ୍ଧଜାତ ଦ୍ରବ୍ୟ ମଧ୍ୟ ପାଇଲ୍ସ ରୋଗୀଙ୍କ ପାଇଁ ବହୁତ କ୍ଷତିକାରକ । କ୍ଷୀରରେ ତିଆରି ମିଠା ମଧ୍ୟ ଯତ୍ନର ସହ ଖାଇବା ଉଚିତ୍ । ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଏହା ଶରୀରରେ କ୍ଷତି ସୃଷ୍ଟି କରିଥାଏ ।

ମାଂସ: ପାଇଲ୍ସରେ ମାଂସ ରୋଗକୁ ଆହୁରି ବଢ଼ାଇଥାଏ । ବିଶେଷକରି ଲାଲ ମାଂସ । ଲାଲ ମାଂସ ମଧ୍ୟ ହୃଦରୋଗର ଆଶଙ୍କା ବଢ଼ାଇଥାଏ। ସେଥିପାଇଁ ପାଇଲ୍ସ ରୋଗୀମାନେ ଲାଲ୍ ମାଂସ ଖାଇବା ଉଚିତ୍ ନୁହେଁ ।

ପ୍ରୋସେସିଙ୍ଗ ଫୁଡ: ପ୍ରୋସେସିଙ୍ଗ ଫୁଡ଼ ଖାଦ୍ୟରେ ଫ୍ରିଜ୍ ଖାଦ୍ୟ ଏବଂ ଫାଷ୍ଟଫୁଡ୍ ଅନ୍ତର୍ଭୁକ୍ତ । ତାହା ହେଉଛି, ସ୍ନାକ୍ସ, କ୍ରିସପି ଚିଜ , ସସ୍ ରୋଲ୍, ମାଂସ ଦ୍ରବ୍ୟ, ହାମବର୍ଗ, ମାଇକ୍ରୋୱେଭରେ ତିଆରି ଜିନିଷ, ପିଠା, ବିସ୍କୁଟ ଇତ୍ୟାଦି ଖାଇବାଦ୍ୱାରା ପାଇଲ୍ସ ସମସ୍ୟା ବଢିଥାଏ । ତେଣୁ ଏହି ସବୁ ଖାଦ୍ୟ ବାରଣ କରିବା ଉଚିତ ।

Get real time updates directly on you device, subscribe now.