fbpx

INSTAGRAM ଆଣିଲା ନୂଆ ଫିଚର; Troll ମାନେ ସାବଧାନ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ପକ୍ଷରୁ ସୋମବାର ଏକ ନୂତନ ଫିଚର ଲଞ୍ଚ କରାଯାଇଛି । ଏହି ନୂତନ ଫିଚର ଅନୁଯାୟୀ ଟ୍ରୋଲ ମାନଙ୍କୁ ସାବଧାନ କରାଇଛି ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ । ଏହି ଫିଚରକୁ ଆଣ୍ଟି ଆବ୍ୟୁଜ୍ ଫିଚର ବୋଲି କୁହାଯାଉଥିବା ବେଳେ ଇନଷ୍ଟାଗ୍ରାମ ପକ୍ଷରୁ ଏହାକୁ ଲିମିଟସ ନାମ ଦିଆଯାଇଛି । ଏହି ଫିଚରକୁ ଆକ୍ଟିଭେଟ କରିବା ଦ୍ୱାରା ଆପଣଙ୍କୁ ଫଲୋ କରୁନଥିବା ଲୋକଙ୍କ ଡିଏମ(ମେସେଜ୍) ଆପଣଙ୍କ ଇନବକ୍ସରେ ଦେଖାଯିବ ନାହିଁ ।
ଏହି ଫିଚରରେ ବ୍ୟବହୃତ ଏଆଇ ଦ୍ୱାରା କୌଣସି ଅଶ୍ଲୀଳ ଶବ୍ଦ ବା ଗାଳିର ବ୍ୟବହାର କରାଗଲେ ଏହା ଉକ୍ତ କମେଣ୍ଟକୁ ସ୍ୱୟଂକ୍ରିତ ଭାବରେ ଫିଲ୍ଟର କରିଦେବ । ଏହା ସହିତ କେବଳ ଗାଳି ନୁହେଁ ଘୃଣାଭାବ ପୂର୍ଣ୍ଣ ମେସେଜ ଗୁଡିକ ମଧ୍ୟ ଏହା ସ୍ୱୟଂକ୍ରିୟ ଭାବରେ ଫିଲ୍ଟର କରିଦେବ । କୌଣସି ଆପତ୍ତିଜନକ କଣ୍ଟେଣ୍ଟ ପୋଷ୍ଟ କରିବାକୁ ପ୍ରୟାସ କଲେ ଏହି ଆପ୍ ଚେତାଇବାକୁ ପ୍ରୟାସ କରିଥାଏ । ଏହା ନିଷ୍ଫଳ ହେଲେ ଆପଣଙ୍କ ଆକାଉଣ୍ଟ ଲକ୍ କରି ଦିଆଯିବ । ପୂର୍ବରୁ ଏହି ଫିଚର କିଛି ଦେଶରେ ଲାଗୁ କରାଯାଇଥିବା ବେଳେ ବର୍ତ୍ତମାନ ସମଗ୍ର ବିଶ୍ୱରେ ଏହାକୁ ଲାଗୁ କରାଯାଇଛି । ଏହା ସହିତ ଆଉ ଏକ ଫିଚର ହିଡେନ ୱାର୍ଡସ ଲଞ୍ଚ କରାଯାଇଛି । ଏହି ଫିଚର ଅନୁଯାୟୀ ଆପଣ କିଛି ଶବ୍ଦ ଚୟନ କରିବେ । କମେଣ୍ଟରେ ଉକ୍ତ ଶବ୍ଦ ଆସିଲେ ଏହା ସ୍ୱୟଂକ୍ରିୟ ଭାବରେ ଫିଲ୍ଟର ହୋଇଯିବ ।

Get real time updates directly on you device, subscribe now.