ଗଣେଶ ଚତୁର୍ଥୀରେ ଗଣପତିଙ୍କ ସ୍ଥାପନ, କଦାପି ଭୁଲନ୍ତୁନି ଏହି ସବୁ ନିୟମ, ନଚେତ ଭଲ ବଦଳରେ ହୋଇପାରେ ଭେଲ …

ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ନିଜ ଘରେ ଗଣନାଥ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରିବା ସମୟରେ ଏହି ସବୁ ନିୟମ ମାନିବା ନିହାତି ଜରୁରୀ

ଓଡିଶା ଭାସ୍କର: ଗଣେଶ ଚତୁର୍ଥୀକୁ ଭଗବାନ ଗଣେଶଙ୍କ ଜନ୍ମବାର୍ଷିକୀ ଭାବରେ ପାଳନ କରାଯାଏ। ଭଗବାନ ଗଣେଶଙ୍କୁ ପୂଜା କରିବା ଏବଂ ତାଙ୍କ ମୂର୍ତ୍ତି ସ୍ଥାପନ କରିବା ପିଲା ଖେଳ ନୁହେଁ I ଏଥି ପାଇଁ ଅନେକ ରୀତିନୀତି ଅଛି, ଯାହାକୁ ପାଳନ କରିବା ନିତାନ୍ତ ଜରୁରୀ। ଯଦି ଆପଣ ଏହି ସେପ୍ଟେମ୍ବର ମାସରେ ଗଣେଶ ଚତୁର୍ଥୀ ଅବସରରେ ଆପଣଙ୍କ ଘରେ ଭଗବାନ ଗଣେଶଙ୍କୁ ସ୍ଥାପନ କରିବାପାଇଁ ଯୋଜନା କରୁଛନ୍ତି, ତେବେ ଏହିସବୁ ନିୟମ ଜାଣନ୍ତୁ ଓ ପାଳନ କରନ୍ତୁ  |

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗଣେଶ ଚତୁର୍ଥୀ ପାଳନ କରାଯାଏ। ଏହି ତିଥି ସେପ୍ଟେମ୍ବର ୧୪ ତାରିଖ ସକାଳ ୭:୦୬ ରେ ଆରମ୍ଭ ହୋଇ ପରଦିନ ସେପ୍ଟେମ୍ବର ୧୫ ତାରିଖ ସକାଳ ୭:୪୪ରେ ଶେଷ ହେବ। ହିନ୍ଦୁ ପଞ୍ଜିକା ଅନୁସାରେ, ଏ ବର୍ଷ ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୧୪ ତାରିଖରେ ପାଳନ କରାଯିବ। ଆପଣ ଏହି ଦିନ ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରି ପାରିବେ।

ଗଣେଶଙ୍କ ମୂର୍ତ୍ତି ସ୍ଥାପନାର ନିୟମ: ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରିବା ସହ ଅନେକ ନିୟମ ଜଡ଼ିତ | ଏଗୁଡ଼ିକ ନ ମାନି ମୂର୍ତ୍ତି ସ୍ଥାପନ ଏବଂ ପୂଜା ବିଧି ସମୟରେ ଭୁଲ ଭଟକା କାରଣରୁ ଆପଣଙ୍କ ପ୍ରାର୍ଥନା ମୂଲ୍ୟହୀନ ହୋଇ ଯାଇ ପାରେ । ଚାଲନ୍ତୁ ଜାଣିବା, ବିଘ୍ନ ବିନାଶକ ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନ ସମ୍ବନ୍ଧୀୟ ଶାସ୍ତ୍ରୀୟ ନିର୍ଦ୍ଦେଶାବଳୀ ଗୁଡ଼ିକୁ ।

କେବେ ହେଲେବି ଭୁଲନ୍ତୁ ନାହିଁ ଯେ ଭଗବାନ ଗଣେଶଙ୍କ ପ୍ରତିଷ୍ଠା ସେପ୍ଟେମ୍ବର ୧୪ ରେ ହିଁ ହେବା ଉଚିତ I  ବିସର୍ଜନ କରା ହେବ ସେପ୍ଟେମ୍ବର 25, ଅନନ୍ତ ଚତୁର୍ଦ୍ଦଶୀ ଦିନ । ଯେଉଁ ଭକ୍ତମାନେ ଘରେ ମୂର୍ତ୍ତି ସ୍ଥାପନ କରିବେ ସେମାନେ ନିଜର ବ୍ୟକ୍ତିଗତ ଭକ୍ତି ଅନୁଯାୟୀ, ମୂର୍ତ୍ତି ପ୍ରତିଷ୍ଠାର ତୃତୀୟ, ପଞ୍ଚମ କିମ୍ବା ସପ୍ତମ ଦିନରେ ମଧ୍ୟ ବିସର୍ଜନ କରିପାରିବେ |

ମୂର୍ତ୍ତି ସ୍ଥାପନର ଦିଗ: ଭଗବାନ ଗଣେଶଙ୍କ ମୂର୍ତ୍ତିକୁ କେବେବି ଭୁଲ ଦିଗରେ ରଖନ୍ତୁ ନାହିଁ । ମୂର୍ତ୍ତିକୁ ଉତ୍ତର-ପୂର୍ବ ଦିଗକୁ ମୁହଁ କରି ସ୍ଥାପନ କରିବେ |ଏହାକୁ ଈଶାନ କୋଣ ବଲି କୁହାଯାଏ | ଏହାକୁ ଏକ ଶୁଭ ଦିଗ ଭାବରେ ବିବେଚନା କରାଯାଏ ଏବଂ ଏହି ଦିଗକୁ ମୁହଁ କରି ମୂର୍ତ୍ତି ପ୍ରତିଷ୍ଠା କଲେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ଘଟି ଥାଏ  |

ଭୂମିରେ ରଖନ୍ତୁ ନାହିଁ: ପ୍ରଭୁ ଗଣେଶଙ୍କ ମୂର୍ତ୍ତିକୁ କେବେ ହେଲେ ବି ସିଧାସଳଖ ଭୂମି କିମ୍ବା ଚଟାଣରେ ସ୍ଥାପନ କରନ୍ତୁ ନାହିଁ । ଭକ୍ତମାନେ ଲାଲ କିମ୍ବା ହଳଦିଆ କପଡାରେ ଆଚ୍ଛାଦିତ କାଠରେ ତିଆରି ଆସ୍ଥାନ ଉପରେ ମୂର୍ତ୍ତିକୁ ସ୍ଥାପନ କରିବା ଉଚିତ।

ଭଙ୍ଗା ମୂର୍ତ୍ତି ସ୍ଥାପନ ଅନୁଚିତ: ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରିବା ପୂର୍ବରୁ ଏହାକୁ ଭଲ ଭାବରେ ଯାଞ୍ଚ କରନ୍ତୁ | ସାମାନ୍ୟ ଭାଙ୍ଗିଯାଇଥିବା ମୂର୍ତ୍ତିକୁ ମଧ୍ୟ ସ୍ଥାପନ କରିବା ଉଚିତ୍ ନୁହେଁ।

କେବଳ ଗୋଟିଏ ମୂର୍ତ୍ତି: ପ୍ରାୟତଃ ଦେଖାଯାଏ ଯେ ବଡ଼ ବଡ଼ ପୂଜାସ୍ଥଳ କିମ୍ବା ପେଣ୍ଡାଲ ମାନଙ୍କରେ ଏକାଧିକ ମୂର୍ତ୍ତି ସ୍ଥାପନ କରା ଯାଇ ଥାଏ । କିନ୍ତୁ, ଏପରି କରିବା ବିରାଟ ଭୁଲ। ଦୁଇ କିମ୍ବା ଅଧିକ ମୂର୍ତ୍ତି ପୂଜା କରିବା ଦ୍ୱାରା ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ କରାଯାଏ I

ମୂର୍ତ୍ତିର ପ୍ରକାର: ଭଗବାନ ଗଣେଶଙ୍କ ବସିଥିବା ମୁଦ୍ରାର ମୂର୍ତ୍ତି ହିଁ ସ୍ଥାପନ କରିବା ଉଚିତ | ନିଜ ଘରେ ଗଣେଶଙ୍କର ଏପରି ଏକ ମୂର୍ତ୍ତି ସ୍ଥାପନ କରନ୍ତୁ ଯେଉଁଥିରେ ଗଣେଶଙ୍କ ଶୁଣ୍ଢ ବାମ ପଟକୁ ବଙ୍କି ଥିବ। କିନ୍ତୁ ବ୍ୟବସାୟ ସ୍ଥାନରେ ଭଗବାନ ଗଣେଶଙ୍କ ଠିଆ ହୋଇଥିବା ମୁଦ୍ରାର ମୂର୍ତ୍ତି ସ୍ଥାପନ କରା ଯାଇ ପାରେ  |