fbpx

Institute of Mathematics ପାଇବ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନ୍ଧାରୁଆ ସ୍ଥିତ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ (ଇନଷ୍ଟିଚ୍ୟୁଟ ଅଫ୍ ମାଥମେଟିକ୍ସ)କୁ ମିଳିବ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା । ଆଗକୁ ଏହା ଏକ ସ୍ୱୟଂଶାସିତ ପ୍ରତିଷ୍ଠାନ ଭାବେ କାର୍ଯ୍ୟ କରିବ । ଏନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି । ବିଭାଗୀୟ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରତିଷ୍ଠାନ କର୍ତ୍ତୃପକ୍ଷ ସମସ୍ତ ଦସ୍ତାବିଜରେ ବିଜ୍ଞାନ ଓ କାରିଗରୀ ବିଭାଗ ନିକଟରେ ଦାଖଲ କରିଛନ୍ତି ।

ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଗଣିତ ଓ ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଆଗକୁ ଏହା ବାସ୍ତବ ରୂପ ନେବାକୁ ଯାଉଛି । ରାଜ୍ୟରେ ‘୫ଟି’ ରୂପାନ୍ତରଣରେ ସାମିଲ ସ୍କୁଲଗୁଡ଼ିକର ଗଣିତ ଶିକ୍ଷକମାନେ ଏହି ପ୍ରତିଷ୍ଠାନରେ ତାଲିମ ଗ୍ରହଣ କରିବେ । ଏନେଇ ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ କ୍ୟାବିନେଟ୍ ଅନୁମୋଦନ ପରେ ଏହା ଏକକ ବିଶ୍ୱବିଦ୍ୟାଳୟର ରୂପ ନେବ ।

ଗତ ୫ ତାରିଖରେ ପ୍ରତିଷ୍ଠାନର ନିର୍ଦ୍ଦେଶକ ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିକଟରେ ସମସ୍ତ କାଗଜପତ୍ର ଦାଖଲ କରିଥିଲେ । ଏଥିସହ ପ୍ରତିଷ୍ଠାନକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ନେଇ ସେ ନିବେଦନ କରିଥିଲେ । ଗଣିତ ବିଷୟରେ ଅଧିକ ଗବେଷଣା ପାଇଁ ଏହି ପ୍ରତିଷ୍ଠାନକୁ ଏକ ଆଦର୍ଶ ଅଧ୍ୟୟନ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ଉଦ୍ୟମ କରାଯାଉଛି ବୋଲି ୨୩ତମ ପ୍ରିଷ୍ଠା ଦିବସ ଅବସରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.