fbpx

BJPର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଧରାପଡ଼ିଲା ଜାସୁସୀ: ମୁଖ୍ୟମନ୍ତ୍ରୀ କେସିଆର ଗୁପ୍ତଚର ପଠାଇଥିବା ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ହାଇଦ୍ରାବାଦର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରଠାରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଆଜି ଥିଲା ଦ୍ୱିତୀୟ ଦିବସ । ତେବେ ବୈଠକ ଚାଲିଥିବା ସମୟରେ ଫଟୋ ଉଠାଉଥିବା ଜଣେ ଖୁଫିଆ ଅଧିକାରୀ ଧରାପଡ଼ିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ସହ ଉକ୍ତ ଅଧିକାରୀଙ୍କ ଲିଙ୍କ ରହିଥିବା ଆଲୋଚନା ହେଉଛି ।

ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦର ବୈଠକରେ ଜଣେ ଖୁଫିଆ ଅଧିକାରୀ ଧରାପଡ଼ିଥିବା ନେଇ ତେଲେଙ୍ଗାନାର ଜଣେ ବିଜେପି ନେତା ଅଭିଯୋଗ କରିଛନ୍ତି । ତେବେ ହାଇଦ୍ରାବାଦର କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ ।

ତେବେ ବିଜେପିର ପୂର୍ବତନ ବିଧାୟକ ଏନ. ଇନ୍ଦ୍ରସେନ ରେଡ୍ଡୀ କହିଛନ୍ତି, ଖୁଫିଆ ଅଧିକାରୀ ଉଠାଇଥିବା ଫଟୋକୁ ଡିଲିଟ୍ କରି ଦିଆଯାଇଛି । ଉକ୍ତ ଯୁବକ ଜଣଙ୍କ ପୋଲିସର ପାସ ନେଇ ବୈଠକ ଭିତରକୁ ଯାଇଥିଲେ । ସେ ବୈଠକର କିଛି ତଥ୍ୟକୁ ସାର୍ବଜନୀନ କରିବାକୁ ପ୍ରୟାସ କରିଥିଲେ । ତେବେ ଏହି ଘଟଣାରେ ରାଜ୍ୟ ସରକାର କ୍ଷମା ପ୍ରାର୍ଥନା କରିବା ଦରକାର ବୋଲି ଦାବି ହେଉଛି ।

Get real time updates directly on you device, subscribe now.