fbpx

ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନ୍ତରୀଣ ଜାମିନ: ଅଭିନେତ୍ରୀଙ୍କ ମା ଝିଆରିଙ୍କୁ ବି ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର: ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କୁ ମିଳିଛି ଅନ୍ତରୀଣ ଜାମିନ । ଅଭିନେତ୍ରୀ ବର୍ଷାଙ୍କ ସହ ତାଙ୍କ ମା’ ଏବଂ ଝିଆରିଙ୍କୁ ମଧ୍ୟ ଜାମିନ ହାସଲ ହୋଇଛି । ମାନ୍ୟବର ହାଇକୋର୍ଟଙ୍କ ତରଫରୁ ତାଙ୍କୁ ଏହି ଜାମିନ ମଞ୍ଜୁର କରାଯାଇଛି । ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀମାନଙ୍କୁ ଜାତିଆଣ ଆକ୍ଷେପ କରିଥିିବା ନେଇ ବର୍ଷାଙ୍କ ନାଁରେ ଅଭିଯୋଗ ହୋଇଥିଲା । କିନ୍ତୁ ଏବେ ବର୍ଷାଙ୍କୁ ଏଥିପାଇଁ ଅନ୍ତରୀଣ ଜାମିନ ମଞ୍ଜୁର ହୋଇଯାଇଛି ।

ସୂଚନା ଅନୁସାରେ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ନିଜ ପାରିବାରିକ କଳହକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବିବାଦକୁ ଏତେ ଦିନ ବିତି ଯାଇଥିଲେ ମଧ୍ୟ ଏହାର କିଛି ସ୍ଥାୟୀ ସମାଧାନ ମିଳିପାରିନାହିଁ । ତେବେ ଏହାରି ମଧ୍ୟରେ କିଛି ଦିନ ତଳେ ବର୍ଷା ଅନୁଭବଙ୍କ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏଥିପାଇଁ ଅଭିଯୋଗ ଆଧାରରେ ବର୍ଷାଙ୍କୁ ସମନ କରିଥିଲା ଦିଲ୍ଲୀ ପୋଲିସ । ବର୍ଷାଙ୍କ ସହିତ ତାଙ୍କ ମା’ଏବଂ ଝିଆରିଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଥିଲା ।

ତେବେ ଏହାପୂର୍ବରୁ ବର୍ଷା ଜାମିନ ପାଇଁ ଆଗୁଆ ଆବେଦନ କରି ନେଇଥିଲେ । ହାଇକୋର୍ଟର ଦ୍ୱାରସ୍ଥ ହୋଇ ଜାମିନ ଆବେଦନ କରିଥିଲେ ବର୍ଷା । ଏ ନେଇ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ତାଙ୍କ ସହ ମା ଏବଂ ଝିଆରିଙ୍କୁ ମଧ୍ୟ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ତେବେ ଏହି ମାଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗ୍େଟ ୮ ତାରିଖରେ ହେବ ବୋଲି ଜଣାଯାଇଛି ।

Get real time updates directly on you device, subscribe now.