fbpx

ଆଜି ଅନ୍ତର୍ଜାତୀୟ ନୃତ୍ୟ ଦିବସ

ନୂଆଦିଲ୍ଲୀ, ୨୮/୪(ଓଡ଼ିଶା ଭାସ୍କର): ଆଜି ହେଉଛି ଅନ୍ତର୍ଜାତୀୟ ନୃତ୍ୟ ଦିବସ । ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୃତ୍ୟ ଶିକ୍ଷିବା ଏବଂ ଏହାର ପ୍ରସ୍ତୁତିରେ ନିଜକୁ ଭାଗୀଦାରୀ କରିବା । ତେବେ ଆଜିର ଏହି ଦିନକୁ ବିଶ୍ୱର କୋଣ ଅନୁକୋଣରୁ ଲୋକ ମାନେ ପାଳନ କରନ୍ତି । ତେବେ ପ୍ରତିବର୍ଷ ଏହାର ଏକ ସ୍ପେଶାଲ୍ ଥିମ୍ ରହିଥାଏ । ଚଳିତ ବର୍ଷର ଥିମ୍ ହେଉଛି “ପର୍ପଜ ଅଫ୍ ଡାନ୍ସ ମାନେ ନୃତ୍ୟର ଉଦ୍ଦେଶ୍ୟ’ । ଆମେ ସମସ୍ତେ ଜାଣିଛୁ ଯେ, ନୃତ୍ୟ କରିବା ଦ୍ୱାରା ମଣିଷ ଚିନ୍ତାମୁକ୍ତ ହୋଇଥାଏ । ଆଉ ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଲୋକ ମାନେ ଅନେକ ଚିନ୍ତା ଭିତରେ ରହିଛନ୍ତି । ତେଣୁ ଏହି ଚିନ୍ତାକୁ ଦୂର କରିବା ପାଇଁ ଏହି ବର୍ଷର ଥିମ୍ ଏପରି ରଖାଯାଇଛି ।


ୟୁନେସକୋ ଦ୍ବାରା ୧୯୮୨ରୁ ପ୍ରତିବର୍ଷ ଏପ୍ରିଲ ୨୯ରେ ପାଳିତ ହେଉଛି ଅନ୍ତର୍ଜାତୀୟ ନୃତ୍ୟ ଦିବସ । ଏହା ଆଧୁନିକ ବାଲେ ନୃତ୍ୟ ସ୍ରଷ୍ଟା ଜାଁ ଜର୍ଜେସ ନାଭେରଙ୍କ ଜନ୍ମ ଜୟନ୍ତୀକୁ ବିଶ୍ବ ନୃତ୍ୟ ଦିବସ ଭାବେ ପାଳନ କରାଯାଉଛି । ସେ ୧୭୨୭ ମସିହା ଏପ୍ରିଲ ଏହି ଦିନରେ ପ୍ୟାରିସରେ ଜନ୍ମ ହୋଇଥିଲେ । ତେବେ ନୃତ୍ୟର ଇତିହାସ ବହୁ ପୁରୁଣା ।


ଏହାସହ ୧୯୯୬ ମସିହାରେ ଓହିଓରେ ୭୨ ହଜାର ଲୋକ ଏକତ୍ର ହୋଇ ସମବେତ ଚିକେନ-ଡ୍ୟାନ୍ସ ପରିବେଷଣ କରିଥିଲେ , ଯାହା ଏକ ରେକର୍ଡ । ସେହିପରି ୧୯୯୬ରେ ଡେଭିଡ ମିନାନ୍, ଟାପ୍-ଡାନସ ନାଚିନାଚି ୭୭ କିମି ଅତିକ୍ରମ କରିଥିଲେ । ସେହି ରେକର୍ଡ ଆଜିଯାଁଏ ବି ଅତୁଟ ରହିଛି । ମାର୍ଥା ଗ୍ରାହାମ (୧୮୯୪-୧୯୯୧)ଙ୍କୁ ଆଧୁନିକ ନୃତ୍ୟର ଜନନୀ ବୋଲି କୁହାଯାଏ । ସେ ନର୍ତ୍ତକ-ନର୍ତ୍ତକୀଙ୍କୁ ଭଗବାନଙ୍କ ଖେଳାଳୀ ବୋଲି କହୁଥିଲେ ।

Get real time updates directly on you device, subscribe now.