fbpx

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ନିଷ୍ପତ୍ତି ରଦ୍ଧ, ସ୍ଥିତି ଦେଖି ପରର୍ବତ୍ତୀ ସମୟରେ ନିଆଯିବ ନିଷ୍ପତ୍ତି

ନୂଆଦିଲ୍ଲୀ,: ଚଳିତ ମାସ ୧୫ ତାରିଖରୁ ଯାତ୍ରୀବାହୀ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବାକୁ ବାଣିଜ୍ୟକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ ବିଶ୍ୱର ଅନେକ ରାଷ୍ଟ୍ରରେ କୋଭିଡ୍‌ର ନୂଆ ଭାରିଆଣ୍ଟ “ଓମିକ୍ରୋନ୍‌’ ସଂକ୍ରମଣ ବ୍ୟାପୁଥିବା ଘଟଣା ସାମ୍ନାକୁ ଆସିବା ପରେ ୧୫ ତାରିଖରୁ ଯାତ୍ରୀବାହୀ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ନିଷ୍ପତ୍ତିକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରଦ୍ଧ କରାଯାଇଛି । ଏନେଇ ଟୁଇଟ୍‌ କରି ଡିଜିସିଏ ଏହି ସୂଚନା ଦେଇଛି । ପରର୍ବତ୍ତୀ ସ୍ଥିତିକୁ ଦୃଷ୍ଟିକୁ ନେଇ ପୁନର୍ବାର ବିଚାର କରି ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

ଗତ ନଭେମ୍ବର ୨୬ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଡିସେମ୍ବର ୧୫ ତାରିଖରୁ ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡାଣ ଲାଗି ଘୋଷଣା କରିଥିଲା । କୋଭିଡ ମହାମାରୀ ଦୃଷ୍ଟିରୁ ୨୦୨୦ ମାର୍ଚ୍ଚ ୨୩ରୁ ଏହି ଉଡାଣ ବନ୍ଦ ରହିଛି । ତେବେ ୩୧ଟି ଦେଶ ସହିତ ଭାରତର ବବଲ ବୁଝାମଣା ଅନୁସାରେ ସ୍ୱତନ୍ତ୍ର ଯାତ୍ରୀ ବିମାନ ଚଳାଚଳ କରୁଛି ।

Get real time updates directly on you device, subscribe now.