fbpx

୧୨ରୁ୧୬ ସପ୍ତାହ ଯାଏ ବଢ଼ିଲା କୋଭିସିଲ୍ଡ ଟିକାର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ

ନୂଆଦିଲ୍ଲୀ, ୧୩/୦୫ : ଦେଶରେ କୋଭିଡ୍ ଭୟାବହ ବଢ଼ୁଥିବା ବେଳେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । କେନ୍ଦ୍ରର ନିଷ୍ପତି ମୁତାବକ ମେ ପହିଲାରୁ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିବିଶେଷଙ୍କ ଟିକାକରଣ ଆରମ୍ଭ ହୋଇଛି । ବର୍ତ୍ତମାନ କରୋନା ମୁକାବିଲା କ୍ଷେତ୍ରରେ ଦୁଇଟି ଟିକା ଦିଆଯାଉଛି । ତାହା ହେଉଛି କୋଭିସିଲ୍ଡ ଏବଂ କୋଭାକ୍ସିନ୍ । ଆଜି କୋଭିସିଲ୍ଡ ଟିକାର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ହୋଇଛି । ଆଗରୁ ଏହି ବ୍ୟବଧାନ ୬ରୁ ୮ ମାସ ମଧ୍ୟରେ ଥିବା ବେଳେ ଏହାକୁ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି ପାଇଛି । ଏନଟିଏଜିଆଇ ପକ୍ଷରୁ ଏନେଇ ସୁପାରିଶ କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ସ୍ୱୀକାର କରାଯାଇଛି । ବର୍ତ୍ତମାନର ସ୍ଥିତିକୁ ସମୀକ୍ଷା କରି କୋଭିଡ୍-୧୯ କାର୍ୟ୍ୟକାରୀ କମିଟି କୋଭିସିଲ୍ଡ ଟିକାର ଦୁଇ ଡୋଜ୍ ମଧ୍ୟରେ ଥିବା ବ୍ୟବଧାନକୁ ବଢାଇ ୧୨ ରୁ ୧୬ ସପ୍ତାହ କରିବାକୁ ପ୍ରସ୍ତାବ ଦେଇଥିଲେ ଏନଟିଏଜିଆଇ ।

ସୁଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ଦୁଇଟି ଟିକା ଦିଆଯାଉଛି । ଆଗକୁ ଆହୁରି କିଛି ବିଦେଶୀ ଟିକାକୁ ବ୍ୟବହାର କରାଯିବ । ଏହାରି ମଧ୍ୟରେ ରୁଷ ଟିକା ସ୍ଫୁଟନିକ୍-ଭିକୁ ଦେଶରେ ବ୍ୟବହାର କରିବାକୁ ଅନୁମତି ମିଳିସାରିଛି । ଆସନ୍ତା ସପ୍ତାହରେ ତାହା ଭାରତ ବଜାରକୁ ଆସିବ ବୋଲି ସୁଚନା ରହିଛି । ଏହି ଟିକା ଆସିବା ପରେ ଭାରତରେ ଟିକାର ଅଭାବ ଦୂର ହେବ ବୋଲି ଆଶା ପ୍ରକାଶ କରାଯାଇଛି । ଖାଲି ସେତିକ ନୁହେଁ ଦେଶରେ ଟିକା ଉତ୍ପାଦନ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିଭୁତ କରାଯାଉଛି ।

Get real time updates directly on you device, subscribe now.