fbpx

ସ୍ୱପ୍ନ ପୂରଣ କରିବ କେନ୍ଦ୍ର ସରକାରଙ୍କ ଏହି ସଞ୍ଚୟ ଯୋଜନା, ୫ ବର୍ଷରେ ପାଇବେ ମୋଟା ଅର୍ଥରାଶି

ନୂଆଦିଲ୍ଲୀ: ଅଧିକ ଆୟ କରିବାକୁ କିଏ ବା ନ ଚାହେଁ । ଏଥିପାଇଁ କିଏ କେତେ ଉପାୟ ଆପଣାଇ ଥାଏ । କିନ୍ତୁ ଆପଣ ଜାଣନ୍ତି କି କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ରହିଛି ଯେଉଁଠିି ନିବେଶ କରି ଆପଣଙ୍କର ଏହି ସ୍ୱପ୍ନ ସଫଳ ହୋଇପାରିବ । ଏହା ଏପରି ଏକ ଯୋଜନା ଯେଉଁଠି ଆପଣ ୫ ବର୍ଷ ପର୍ଯ୍ୟନ୍ତ ନିବେଶ କରି ୭୦ ଲକ୍ଷରୁ ଅଧିକ ଅର୍ଥ ଆୟ କରିପାରିବେ ।

ଆମେ ଜାଣୁ କ୍ଷୁଦ୍ର ସଞ୍ଚୟ ଯୋଜନାକୁ ସମସ୍ତେ ଏକ ସୁରକ୍ଷିତ ବିକଳ୍ପ ଭାବରେ ମନେ କରିଥାନ୍ତି । ଏଥିରେ ଏକ ଭଲ ଆମାଉଣ୍ଟ ସଞ୍ଚୟ କରି ୫ ବର୍ଷରେ ଏକ ମୋଟା ଅର୍ଥ ରାଶି ପାଇପାରିବେ । ସରକାରଙ୍କ ଏହି କ୍ଷୁଦ୍ର ସଞ୍ଚୟ ଯୋଜନ ମଧ୍ୟରେ ରହିଛି ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ, ଏନଏସସି, ସୁକନ୍ୟା ସମୃଦ୍ଧି ଯୋଜନା, ସିନିୟର ସିଟିଜେନ୍ ସେଭିଂ ସ୍କିମ୍ ଇତ୍ୟାଦି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏନଏସସି ରେ ଜମା କରି କେତେ ରକମ ପାଇପାରେିବେ ସେ ବିଷୟରେ ସୂଚନା ଦେବାକୁ ଯାଉଛୁ ।
ଯଦି ଆପଣ ନେସନ୍ ସେଭିଂ ସାର୍ଟିଫିକେଟରେ ୫ ବର୍ଷ ପର୍ଯ୍ୟନ୍ତ ସଞ୍ଚୟ କରିବେ ତେବେ ଏହା ଉପରେ ଆପଣ ୭.୭ ପ୍ରତିଶତ ବାର୍ଷିକ ସୁଧ ସହିତ ପାଇପାରିବେ । ଏଥିରେ ନିବେଶର କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ । ଆପଣ ଏଥିରେ ଯେତେ ମାତ୍ରାରେ ଚାହିଁବେ ସେତେ ମାତ୍ରାରେ ନିବେଶ କରିପାରିବେ । ଏଥିରେ ୧ ଲକ୍ଷରୁ ଆରମ୍ଭ କରି ୫୦ ଲକ୍ଷ ନିବେଶ ପର୍ଯ୍ୟନ୍ତ ୫ ବର୍ଷରେ ଆପଣଙ୍କୁ କେତେ ରକମ ମିଳିବ ଏହାର ପୁରା ହିସାବ ନିମ୍ନରେ ଦିଆଯାଇଛି ।

ସରକାରଙ୍କ ପକ୍ଷରୁ ଏହି ଯୋଜନା ପରିଚାଳିତ ହେଉଛି । ଏଥିରେ ନିବେଶ କରୁୂଥିବା ବ୍ୟକ୍ତିଙ୍କୁ ଗ୍ୟାରେଣ୍ଟି ରିଟର୍ଣ୍ଣ ମିଳିଥାଏ । ଏହା ସହିତ ଅନ୍ୟାନ୍ୟ ସୁବିଧାର ଲାଭ ବି ମିଳିଥାଏ । ଏଥିରେ ଟିକସରୁ ଲାଭ ମିଳିଥାଏ । ଏହି ଯୋଜନାରେ ବାର୍ଷିିକ ୧.୫ ଲକ୍ଷ ସଞ୍ଚୟ କରାଯାଇପାରିବ । ଏଥିରେ ଆୟକର ବିଭାଗର ୮୦ ସି ଜରିଆରେ ଟିକସ ଛାଡ ପ୍ରଦାନ କରାଯାଇଥାଏ ।

– ଯଦି ଆପଣ ଏହି ଯୋଜନାରେ ୧ ଲକ୍ଷ ନିବେଶ କରିବେ ତେବେ ଆପଣଙ୍କୁ ୫ ବର୍ଷରେ ୪୪,୯୦୩ ଟଙ୍କା ସୁଧ ସହ ଓ ମୋଟ ୧.୪୪ ଲକ୍ଷ ଟଙ୍କା ମିଳିବ ।
-୫ ଲକ୍ଷ ଟଙ୍କା ନିବେଶ ଉପରେ ୫ ବର୍ଷରେ ୨.୨୪ ଲକ୍ଷ ସୁଧ ମିଳିବ ଓ ମୋଟ ଆମାଉଣ୍ଟ ୭.୨୪ ଲକ୍ଷ ରହିବ ।
-୧୦ ଲକ୍ଷ ନିବେଶ କଲେ ୫ ବର୍ଷରେ ୪.୪୯ ଲକ୍ଷ ଟଙ୍କା ସୁଧ ସହିତ ମୋଟ ୧୪.୪୯ ଲକ୍ଷ ଟଙ୍କା ମିଳିବ ।
-ସେହିପରି ୨୦ ଲକ୍ଷ ନିବେଶ କଲେ ୮.୯୮ ଲକ୍ଷ ସୁଧ ସହିତ ମୋଟ ରକମ ୨୮.୯୮ ଲକ୍ଷ ଟଙ୍କା ମିଳିବ ।
-୪୦ ଲକ୍ଷ ନିବେଶ କଲେ ୧୭.୯୬ ଲକ୍ଷ ସୁଧ ସହିତ ମୋଟ ୫୭.୯୬ ଲକ୍ଷ ମିଳିବ ।
-୫୦ ଲକ୍ଷ ନିବେଶ କଲେ ୨୨.୪୫ ଲକ୍ଷ ସୁଧ ସହିତ ମୋଟ ୭୨.୪୫ ଲକ୍ଷ ଟଙ୍କା ମିଳିବ ।

Get real time updates directly on you device, subscribe now.