fbpx

IOCLରେ ବାହାରିଲା ନିଯୁକ୍ତି: ଦରମା ୧ ଲକ୍ଷ, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ (ଇଏ) ଏବଂ ଟେକ୍ନିକାଲ ଆଟେଣ୍ଡାଣ୍ଟ (ଟିଏ)ରେ ଖାଲି ପଡ଼ିଥିବା ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ପାଇପଲାଇନ ଡିଭିଜନ ଅଧୀନରେ ସାରା ଦେଶରେ ଖାଲି ପଦବୀ ଉପଲବ୍ଧ । ତେଣୁ, ଆବଶ୍ୟକ ଯୋଗ୍ୟତା ଥିବା ପ୍ରାର୍ଥୀମାନେ ୧୨ ସେପ୍ଟେ୍ଟମ୍ବର ୨୦୨୨ ରୁ ସରକାରୀ ୱେବସାଇଟ plapps.indianoil.inରେ ନିଜର ଆବେଦନପତ୍ର ଦାଖଲ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୧୦ ଅକ୍ଟୋବର ୨୦୨୨ ରହିଛି । ଯୋଗ୍ୟତା, ବେତନ, ପଦବୀ ଏବଂ ଅନ୍ୟାନ୍ୟ ବିବରଣୀ ପରି ତଳେ ଦିଆଯାଇଛି ।

ଗୁରୁତ୍ୱପୂର୍ଣ୍ଣ ତାରିଖ :-
IOCLରେ ଆବେଦନ କରିବାର ଶେଷ ତାରିଖ – ୧୦ ଅକ୍ଟୋବର ୨୦୨୨ ।
IOCL ଆଡମିଟ୍ କାର୍ଡ ୨୦୨୨ର ତାରିଖ – ୨୭ ଅକ୍ଟୋବର ୨୦୨୨ ।
ପରୀକ୍ଷା ତାରିଖ – ୦୬ ନଭେମ୍ବର ୨୦୨୨
ଏସପିପିଟିର ତାରିଖ – ୦୭ ନଭେମ୍ବର ୨୦୨୨ ।

ଦରମା:
ପଦବୀ ଓ ଦକ୍ଷତା ହିସାବରେ ୧ ଲକ୍ଷ ପର୍ଯ୍ୟନ୍ତ ଦରମା ଦିଆଯିବ ।

ବୟସ ସୀମା ବିଷୟରେ କହିବାକୁ ଗଲେ ପ୍ରାର୍ଥୀଙ୍କ ବୟସ ଅତିକମରେ ୧୮ ବର୍ଷ ହେବା ଉଚିତ୍ । ଏବଂ ସର୍ବାଧିକ ବୟସ ସୀମା ୨୬ ବର୍ଷ ରଖାଯାଇଛି । ଆବେଦନ ଶୁଳ୍କ ବିଷୟରେ କହିବାକୁ ଗଲେ ଜେନେରାଲ୍, ଓବିସି ଏବଂ ଇଡବ୍ଲୁଏସ୍ ବର୍ଗ ପ୍ରାର୍ଥୀଙ୍କ ପାଇଁ ଏହା ୧୦୦ ଟଙ୍କା ରହିଛି । SC / ST / PwBD ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ । ଲିଖିତ ପରୀକ୍ଷା ଏବଂ ସ୍କିଲ / ଶାରୀରିକ ପରୀକ୍ଷା (ଏପିପିଟି) ଆଧାରରେ ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ । ପ୍ରାର୍ଥୀମାନେ ଆଇଓସିଏଲ ପାଇପଲାଇନ ନିଯୁକ୍ତି ପୋର୍ଟାଲରେ https://plapps.indianoil.inରେ ଆବେଦନ କରିପାରିବେ । ଆଇଓସିଏଲ ନିଯୁକ୍ତିର ବିଜ୍ଞପ୍ତି ଯାଞ୍ଚ କରିବାକୁ ଏଠାରେ ସିଧାସଳଖ ଲିଙ୍କ୍ ଅଛି https://iocl.com/admin/img/UploadedFiles/LatestJobOpening/Files/7a171190।

Get real time updates directly on you device, subscribe now.