fbpx

ଆସନ୍ତା ୧୮ରେ ଆଇପିଏଲ-୧୪ ନିଲାମ: ଚୂଡ଼ାନ୍ତ ତାଲିକାରେ ଓଡ଼ିଶାର ଶୁଭ୍ରାଂଶୁ ଓ ପୋଦ୍ଦାର

ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର): ଆଇପିଏଲ-୧୪ ସିଜିନ ପାଇଁ ଆସନ୍ତା ୧୮ ତାରିଖରେ ନିଲାମ କରାଯିବ । ତେବେ ୨୯୨ ଜଣ ଖେଳାଳି ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାରୁ ଦୁଇଜଣ ଖେଳାଳି ସ୍ଥାନ ପାଇଛନ୍ତି ।

ଆଇପିଏଲ-୧୪ ନିଲାମରେ ଭାଗ ନେବା ପାଇଁ ମୋଟ ୧୧୧୪ ଜଣ ଖେଳାଳି ନାମ ପଞ୍ଜୀକରଣ କରିଥିଲେ । ଚୂଡ଼ାନ୍ତ ତାଲିକାରେ ଓଡ଼ିଶାର ଶୁଭ୍ରାଂଶୁ ସେନାପତି ଓ ଗୋବିନ୍ଦ ପୋଦ୍ଦାର ସ୍ଥାନ ପାଇଛନ୍ତି । ସୂଚନାଯୋଗ୍ୟ ଯେ, ଯେଉଁ ଖେଳାଳିମାନେ ଆନ୍ତର୍ଜାତିକ ମ୍ୟାଚ ଖେଳିଛନ୍ତି ସେମାନଙ୍କର ବେସ ପ୍ରାଇସ ୨ କୋଟି, ୧ କୋଟି, ୭୫ ଲକ୍ଷ ଓ ୫୦ ଲକ୍ଷ ରହିଛି । ସେହିପରି ଆନ୍ତର୍ଜାତିକ ମ୍ୟାଚ ଖେଳିନଥିବା ଖେଳାଳିଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ରଖାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.