fbpx

IPL-2022: ଅକ୍ଟୋବର ୧୭ରେ ୨ ନୂଆ ଆଇପିଏଲ୍‌ ଦଳ ପାଇଁ ଇ-ଅକ୍ସନ୍‌

ନୂଆଦିଲ୍ଲୀ: ଆସନ୍ତା ବର୍ଷ ବିସିସିଆଇ ପକ୍ଷରୁ ଅନୁଷ୍ଠିତ ହୋଇ ଆସୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) କ୍ରିକେଟରେ ସାମିଲ ହେବେ ଆଉ ଦୁଇ ନୂଆ ଦଳ । ବର୍ତ୍ତମାନ ଆଇପିଏଲରେ ୮ ଦଳ ପ୍ରତିନିଧିତ୍ୱ କରୁଛନ୍ତି । ଆସନ୍ତା ବର୍ଷ ୧୦ ଫ୍ରାଞ୍ଚାଇଜ ମଧ୍ୟରେ ହେବ ଲଢ଼େଇ । ଦୁଇ ନୂଆ ଦଳ ଚୟନ ପାଇଁ ବିସିସିଆଇ ପ୍ରକ୍ରିୟା ଚଳାଇଥିବା ବେଳେ ଅସନ୍ତା ଅକ୍ଟୋବର ୧୭ରେ ଏହା ଚୂଡାନ୍ତ କରାଯିବ ବୋଲି ସୂଚନା ମିଳିଛି । ଅକ୍ଟୋବର ୧୫ ତାରିଖରେ ସମାପ୍ତ ହେବ ଆଇପିଏଲ । ଏହାର ଦୁଇ ଦିନ ପରେ ଓମାନର ମସ୍କଟରେ ଆରମ୍ଭ ହେବ ଟି-୨୦ କ୍ରିକେଟ ବିଶ୍ୱକପ । ତେଣୁ ଉକ୍ତ ଦିନ ମଧ୍ୟପ୍ରାଚ୍ୟ ନଗରୀ ଦୁବାଇ କିମ୍ବା ମସ୍କଟରେ ଆଇପିଏଲର ଦୁଇ ନୂଆ ଦଳ ବାଛିବା ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ ନୂଆ ଦଳ ଚୟନ ପାଇଁ ବିସିସିଆଇ ତିନି ପୃଥକ ତାରିଖ ଧାର୍ଯ୍ୟ କରିଥିଲା । ସେପ୍ଟେମ୍ବର ୨୧ ଟେଣ୍ଡର ପାଇଁ ଆହ୍ୱାନ ,ଟେଣ୍ଡର ପେପର କିଣିବା ପାଇଁ ଅକ୍ଟୋବର ୫ ଓ ଚୂଡାନ୍ତ ନିଲାମ ପ୍ରକ୍ରିୟା ଅକ୍ଟୋବର ୧୭ରେ କରିବା ପାଇଁ ଅବଗତ କରାଇ ଥିଲା । ତେବେ ଏହା ଇ-ଅକ୍ସନ ଜରିଆରେ ନ କରି ପୂରାତନ ପ୍ରଣାଳୀରେ କରିବା ପାଇଁ ସ୍ଥିର ହୋଇଛି । ଦୁଇ ନୂଆ ଦଳ ପାଇଁ ବିସିସିଆଇ ଏକାଧିକ ସର୍ତ୍ତ ରଖିଥିବା ବେଳେ ଏମାନେ ସାମିଲ ହେବା ପରେ ମ୍ୟାଚ ସଂଖ୍ୟା ଓ ଅନ୍ୟ ସମସ୍ତ ପ୍ରସଙ୍ଗ ଉପରେ ବିଷଦ ଆଲୋଚନା କରାଯିବ ।

Get real time updates directly on you device, subscribe now.