fbpx

ସହଜ ବିଜୟ ଦେଲେ ଗିଲ୍-ଆୟର; ପଏଣ୍ଟ ଟେବଲରେ ଉପରକୁ ଉଠିଲା କେକେଆର

ନୂଆଦିଲ୍ଳୀ: ଆଇପିଏଲ୍ ୨୦୨୧ର ଆଜିର ମ୍ୟାଚକୁ ସମ୍ପୂର୍ଣ୍ଣ ଏକପାଖିଆ ଭାବରେ ଜିତି ନେଇଛି କୋଲକାତା ନାଇଟ ରାଇଡର୍ସ । ୯୩ ରନ ଲକ୍ଷ୍ୟର ପିଛା କରୁଥିବା କେକେଆର ପକ୍ଷରୁ ଦୁଇ ଓପନର ପ୍ରଥମ ୱିକେଟରେ ୮୨ ରନ ଯୋଡିଥିଲେ । ଦଳପକ୍ଷରୁ ଶୁବମନ ଗିଲ୍ ୪୮ ରନ୍ କରିଥିବା ବେଳେ ଭେଙ୍କଟେଶ ଆୟର ଅପରାଜିତ ୪୧ ରନ କରିଥିଲେ । ୧୦ ଓଭରରେ ୧ ୱିକେଟ ହରାଇ ଦଳ ମ୍ୟାଚଟିକୁ ଅନାୟାସରେ ଜିତି ନେଇଥିଲା ।

ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଆରସିବି ମାତ୍ର ୯୨ ରନରେ ଅଲଆଉଟ ହୋଇଥିଲା । ଦେବଦତ୍ତ ପାଡିକ୍କଲ ସର୍ବାଧିକ ୨୨ ରନ କରିଥିବା ବେଳେ ଶ୍ରୀକର ଭାରତ ୧୬ ରନ କରିଥିଲେ । ଦଳ ପକ୍ଷରୁ ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍କୋର ମଧ୍ୟ ଛୁଇଁ ପାରିନଥିଲେ । ନିର୍ଭରଯୋଗ୍ୟ ବିରାଟ କୋହଲି(୫) ଏବଂ ଏବି ଡିଭିଲିୟର୍ସ(୦) ବିଫଳ ହେବାରୁ ଦଳ ୧୦୦ ରନ୍ ମଧ୍ୟ ପୂରଣ କରି ପାରିନଥିଲା । କେକେଆର ପକ୍ଷରୁ ରସେଲ ୯ ରନରେ ୩ଟି ଏବଂ ବରୁଣ ୧୩ ରନରେ ୩ଟି ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.