ଯଦି IPLରୁ ବାହାରନ୍ତି ହର୍ଷିତ୍ ରାଣା, ତେବ KKRରେ ତାଙ୍କ ବଦଳରେ ଖେଳିପାରନ୍ତି ଏହି ୩ ଖେଳାଳି
IPL 2୦୨୬: ହର୍ଷିତ ରାଣାଙ୍କ ସ୍ଥାନରେ KKR ଦଳରେ ଆସିପାରନ୍ତି ଏହି ୩ ଖେଳାଳି
Harshit Rana on IPL: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୬ ଆସନ୍ତା ମାର୍ଚ୍ଚ ୨୮ରୁ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (KKR)କୁ ଏକ ବଡ଼ ଝଟକା ଲାଗିଛି। ରିପୋର୍ଟ ଅନୁଯାୟୀ, KKRର ଷ୍ଟାର ଅଲରାଉଣ୍ଡର ହର୍ଷିତ ରାଣା ସମ୍ପୂର୍ଣ୍ଣ IPL ୨୦୨୬ ସିଜିନରୁ ବାଦ ପଡ଼ିଛନ୍ତି।
ଉଲ୍ଲେଖନୀୟ ଯେ, ହର୍ଷିତ ଆଘାତ ଯୋଗୁଁ ମଧ୍ୟ ୨୦୨୬ ଟି-୨୦ ବିଶ୍ୱକପରୁ ବାଦ ପଡିଥିଲେ । ଏବେ, ଆଘାତ ଯୋଗୁଁ ହର୍ଷିତ ସମଗ୍ର IPL ସିଜିନରୁ ବାଦ୍ ପଡ଼ିବା ପରେ, କେଉଁ ତିନି ଜଣ ଖେଳାଳି ସମ୍ଭାବ୍ୟ ଭାବରେ KKR ଦଳରେ ତାଙ୍କ ସ୍ଥାନ ନେଇପାରିବେ ସେ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ହର୍ଷିତ ରାଣାଙ୍କ ସ୍ଥାନ ନେଇପାରିବେ ସେହି ୩ ଖେଳାଳି
ମଣି ଗ୍ରେୱାଲ୍: ଦିଲ୍ଲୀର ଖେଳାଳି ମଣି ଗ୍ରେୱାଲ୍ KKR ଦଳରେ ହର୍ଷିତ ରାଣାଙ୍କ ସ୍ଥାନ ନେଇପାରିବେ। ୨୦୨୫ ଦିଲ୍ଲୀ ପ୍ରିମିୟର ଲିଗ୍ (DPL) ସମୟରେ ମଣି ଏକ ଅସାଧାରଣ ବୋଲିଂ ପ୍ରଦର୍ଶନ କରିଥିଲେ। ସେ ପୂର୍ବରୁ ଦିଲ୍ଲୀ ରାଇଡର୍ସ ବିପକ୍ଷରେ ଏକ ହ୍ୟାଟ୍ରିକ୍ ମଧ୍ୟ କରିଥିଲେ। ଡିପିଏଲର ପୂର୍ବ ସିଜିନରେ, ସେ ୨୦ ୱିକେଟ୍ ନେଇ ମିଳିତ ଭାବରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ଭାବରେ ଶେଷ କରିଥିଲେ । ତେଣୁ, ଗ୍ରେୱାଲ୍ କେକେଆର ପାଇଁ ଏକ ମୂଲ୍ୟବାନ ଅଧିଗ୍ରହଣ ପ୍ରମାଣିତ ହୋଇପାରନ୍ତି।
ଆକାଶ ମାଧୱାଲ୍: ଦ୍ରୁତ ବୋଲର ଆକାଶ ମାଧୱାଲ୍ ମଧ୍ୟ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଏକ ଉତ୍କୃଷ୍ଟ ବିକଳ୍ପ ପ୍ରମାଣିତ ହୋଇପାରନ୍ତି। ମାଧୱାଲ୍ ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ସମୟରେ ତାଙ୍କର ଆଇପିଏଲ୍ ଡେବ୍ୟୁ କରିଥିଲେ। ସେହି ସିଜିନରେ, ସେ ୮ ମ୍ୟାଚ୍ ରେ ୧୪ ୱିକେଟ୍ ନେଇଥିଲେ। ସେବେଠାରୁ ତାଙ୍କୁ ଆଉ ସେତେଟା ସୁଯୋଗ ମିଳିନାହିଁ। ପରବର୍ତ୍ତୀ ସମୟରେ, ଆକାଶ ମୁମ୍ବାଇ ଇଣ୍ଡିଆନ୍ସରୁ ରାଜସ୍ଥାନ ରୟାଲ୍ସକୁ ଚାଲିଯାଇଥିଲେ।
ସିମରଜିତ୍ ସିଂହ: ଦ୍ରୁତ ବୋଲର ସିମରଜିତ୍ ସିଂହ, ଯିଏ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ ଉଭୟ ପାଇଁ ଖେଳିଛନ୍ତି, ସେ ମଧ୍ୟ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଏକ ଦୃଢ଼ ଦାବିଦାର ଭାବରେ ଉଭା ହୋଇପାରନ୍ତି। ସିମରଜିତଙ୍କ ପାଖରେ ପୂର୍ବରୁ ଆଇପିଏଲ୍ ଅଭିଜ୍ଞତା ଅଛି । ଆଜି ପର୍ଯ୍ୟନ୍ତ ସେ ୧୪ଟି ଆଇପିଏଲ୍ ମ୍ୟାଚ୍ ରେ ୧୧ ୱିକେଟ୍ ନେଇଛନ୍ତି। ୨୦୨୫ ଦିଲ୍ଲୀ ପ୍ରିମିୟର ଲିଗରେ ମଧ୍ୟ ସିମରଜିତ ସଫଳ ପ୍ରଦର୍ଶନ କରିଥିଲେ, ଯେଉଁଠାରେ ସେ ୨୦ଟି ୱିକେଟ ନେଇଥିଲେ। ପୂର୍ବ ଡିପିଏଲ ସିଜିନରେ ସିମରଜିତ ସିଂହ ଏବଂ ମଣି ଗ୍ରେୱାଲ ମିଳିତ ଭାବରେ ସର୍ବାଧିକ ୱିକେଟ ନେବାରେ ସଫଳ ହୋଇଥିଲେ।
