RR VS MI, IPL 2026 : ବର୍ଷା ପାଇଁ ଟସ ରେ ବିଳମ୍ବ
ପଡ଼ିଆକୁ ଫେରୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା! ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ମୁମ୍ବାଇ
ନୂଆ ଦିଲ୍ଲୀ : ପାଞ୍ଚଥରର ଆଇପିଏଲ୍ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ଦିନ ଗୁଆହାଟୀର ଏସିଏ (ଇଉଇ) ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ସହ ମୁହାଁମୁହିଁ ହେବ। ପୂର୍ବ ମ୍ୟାଚରେ ପରାଜୟ ପରେ ଏହି ଆଇପିଏଲ୍ ୨୦୨୬ ମ୍ୟାଚରେ ମୁମ୍ବାଇ ଦଳ ବିଜୟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛି।
ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଫେରିବା ସମ୍ଭାବନା ରହିଛି, କାରଣ ସେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଏହି ଖେଳରେ ଜଣେ ଅଭିଜ୍ଞ ବୋଲର ଯଶପ୍ରୀତ ବୁମରା ଏବଂ ରାଜସ୍ଥାନ ରୟାଲ୍ସର ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ୟ୍ୟବଂଶୀଙ୍କ ମଧ୍ୟରେ ଏକ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିବ।
ରାଜସ୍ଥାନ ରୟାଲ୍ସ ଏକାଦଶ: ଯଶସ୍ୱୀ ଜୈସୱାଲ, ବୈଭବ ସୂର୍ୟ୍ୟବଂଶୀ, ଧ୍ରୁବ ଜୁରେଲ (ୱିକେଟ କିପର), ରିୟାନ ପରାଗ (ଅଧିନାୟକ), ଶିମରନ ହେଟମାୟର, ଡୋନୋଭାନ ଫେରେରା, ରବୀନ୍ଦ୍ର ଜାଡେଜା, ଜୋଫ୍ରା ଆର୍ଚ୍ଚର, ନାନ୍ଦ୍ରେ ବର୍ଗର, ତୁଷାର ଦେଶପାଣ୍ଡେ, ସନ୍ଦୀପ ଶର୍ମା, ରବି ବିଷ୍ଣୋଇ ।
ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ: ରିୟାନ ରିକେଲଟନ (ୱିକେଟ କିପର), ରୋହିତ ଶର୍ମା, ତିଲକ ବର୍ମା, ସୂର୍ୟ୍ୟକୁମାର ଯାଦବ (ଅଧିନାୟକ), ଶର୍ଫେନ ରୁଦରଫୋର୍ଡ, ନମନ ଧୀର, ମିଚେଲ ସାଣ୍ଟନର, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମୟଙ୍କ ମାର୍କଣ୍ଡେ, ଟ୍ରେଣ୍ଟ ବୋଲ୍ଟ, , ହାର୍ଦ୍ଦିକ ପାଣ୍ଡ୍ୟା।
