fbpx

ବ୍ରହ୍ମପୁରରେ ଆଇପିଏଲ ବେଟିଂ: ୫ ଗିରଫ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଅନଲାଇନ୍ ମାଧ୍ୟମରେ ଚାଲିଥିଲା ଆଇପିଏଲ ବେଟିଂ । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଟଙ୍କା ଓ ସୁନା ଜବତ କରିଛି ପୋଲିସ । ସୂଚନା ଅନୁସାରେ, ବ୍ରହ୍ମପୁର ଗୋଷାଣୀନୂଆଗାଁ ପୋଲିସ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।

ଆଇପିଏଲ ବେଟିଂ ଚାଲିଥିବା ନେଇ ସୂଚନା ପାଇ ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଏହା ସହ ଘଟଣାସ୍ଥଳରୁ ୪ ଲକ୍ଷ ୫୬ ହଜାର ନଗଦ ଟଙ୍କା, ୨୦୩ ଗ୍ରାମ ସୁନା ଓ ୬ଟି ମୋବାଇଲ ଜବତ କରିଛି ପୋଲିସ । ଅଧିକ ତଥ୍ୟ ପାଇଁ ପୋଲିସ ଖୋଳତାଡ଼ ଜାରି ରଖିଛି ।

Get real time updates directly on you device, subscribe now.