fbpx

ରାତି ୮ଟାରେ ଆରମ୍ଭ ହେବ ଆଇପିଏଲ ଫାଇନାଲ ମ୍ୟାଚ, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ ରଙ୍ଗାରଙ୍ଗ ଉଦଯାପନୀ ଉତ୍ସବ

ମୁମ୍ବାଇ: ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ ଚଳିତ ବର୍ଷ ଆଇପିଏଲର ଫାଇନାଲ ମ୍ୟାଚ । ଏହି ମ୍ୟାଚ ସଂଧ୍ୟା ୭.୩୦ରେ ଆରମ୍ଭ ହେବାର ଥିଲା । ମାତ୍ର ଆଇପିଏଲର ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମ ୪୦ ମିନିଟ ଧରି ଅନୁଷ୍ଠିତ ହେବା ପାଇଁ ଥିବାରୁ ପୂର୍ବ ନିର୍ଦ୍ଧାରିତ ସମୟର ଅଧଘଣ୍ଟା ବିଳମ୍ଭରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆ ଯାଇଛି ।

କରୋନା ସଂକ୍ରମଣ ଆତଙ୍କ ନେଇ ୨୦୧୯ରୁ ଆଇପିଏଲର ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ତେବେ ଚଳିତ ବର୍ଷ କରୋନା ସଂକ୍ରମଣ ହ୍ରାସ ପାଇ ଥିବାରୁ ଉଦଯାପନୀ ଉତ୍ସବକୁ ଧୂମଧାମରେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ବଲିଉଡ ଅଭିନେତା ରଣବୀର ସିଂ ଓ ସଙ୍ଗୀତ ଓସ୍ତାନ ଏଆର ରହମନ ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେବେ । ଅନ୍ୟ ପକ୍ଷରେ ଚଳିତ ବର୍ଷ ଭାରତ ୭୫ତମ ସ୍ୱାଧୀନତା ଦିବସ ପାଳନ କରୁ ଥିବାରୁ ଗତ ୭ ଦଶନ୍ଧି ଧରି ଭାରତୀୟ କ୍ରିକେଟର ଯାତ୍ରା ଉଦଯାପନୀ ଉତ୍ସବ ଅବସରରେ ପ୍ରଦର୍ଶିତ କରାଯିବ । ଗୁଜରାଟର ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ ଆଇପିଏଲର ଫାଇନାଲ ମ୍ୟାଚ ।

Get real time updates directly on you device, subscribe now.