ଗିଲଙ୍କୁ ନେଇ ହତବାକ୍ ଭାରତୀୟ ଟିମ୍, T20 ପ୍ରଦର୍ଶନକୁ ନେଇ ଆଶା ଆଶଙ୍କାରେ ଦଳ, କାହିଁକି ଶୁଭମନ ହୋଇଗଲେ ଜିରୋ…

ଗିଲଙ୍କୁ ନେଇ ହତବାକ୍ ଭାରତୀୟ ଟିମ୍, T20 ପ୍ରଦର୍ଶନକୁ ନେଇ ଆଶା ଆଶଙ୍କାରେ ଦଳ

Shubman Gill: ଆଇପିଏଲରେ ଦମଦାର ରନ କରୁଥିବା ଖେଳାଳି ଟିମ୍ ଇଣ୍ଡିଆ ପାଇଁ ଖେଳିବା ସମୟରେ ନିଜର ଖାତା ମଧ୍ୟ ଖୋଲି ପାରୁନାହାଁନ୍ତି । ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ ତାଙ୍କର ଲଗାତାର ବିଫଳତା ସତ୍ତ୍ୱେ ତାଙ୍କୁ ସୁଯୋଗ ଦେବା ପାଇଁ ଜିଦ୍ ଧରିଛି। ଆପଣ ନିଶ୍ଚିତ ଭାବରେ ଅନୁମାନ କରିପାରୁଥିବେ ଯେ ଆମେ କାହା କଥା କହୁଛୁ ।

ଆଜ୍ଞା ହଁ ଆମେ ଶୁଭମନ ଗିଲଙ୍କ କଥା କହୁଛୁ, ଯିଏ ଟିମ୍ ଇଣ୍ଡିଆ ପାଇଁ ଖେଳିବା ସମୟରେ ପ୍ରତ୍ୟେକ ରନ ପାଇଁ ବ୍ୟାକୁଳ ହୋଇଯାଆନ୍ତି। ଗତକାଲିର ମ୍ୟାଚ ପରେ ଏବେ ସେ ସମାଲୋଚନାର ସମ୍ମୁଖୀନ ମଧ୍ୟ ହେଉଛନ୍ତି।

ଶୂନରେ ଗିଲ୍ ଆଉଟ୍: ଶୁଭମନ ଗିଲ୍ ନ୍ୟୁ ଚଣ୍ଡିଗଡ଼ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଖାତା ଖୋଲିପାରି ନଥିଲେ ଏବଂ ଶୂନ୍ୟ ରନ୍‌ରେ ଆଉଟ୍ ହୋଇଥିଲେ। ଏହା ପୂର୍ବରୁ, କଟକରେ ସିରିଜର ପ୍ରଥମ ମ୍ୟାଚ୍‌ରେ ସେ କେବଳ ଚାରି ରନ୍‌ କରିପାରିଥିଲେ।

ଯେଉଁଠି ଅଭିଷେକ ଶର୍ମା ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ଏକ ଆକ୍ରମଣାତ୍ମକ ଆରମ୍ଭ ଦେବାକୁ ଚେଷ୍ଟା କରୁଥିବା ବେଳେ, ଶୁଭମନ ଗିଲ୍ ଖେଳକୁ ହାତରୁ ଖସେଇବା ପରି ମନେ ହୁଅନ୍ତି । ତାଙ୍କର ପ୍ରଭାବଶାଳୀ ଦିନିକିଆ ଏବଂ ଟେଷ୍ଟ ପ୍ରଦର୍ଶନ ସତ୍ତ୍ୱେ, ଗିଲ୍ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ରନ୍ କରିପାରି ନାହାଁନ୍ତି।

ଆଇପିଏଲରେ ଗିଲ୍ ହିରୋ: ଶୁଭମନ ଗିଲ ଯେତେବେଳେ IPLରେ ତାଙ୍କ ଦଳ ଗୁଜରାଟ ଟାଇଟାନ୍ସ ପାଇଁ ଖେଳନ୍ତି ସେତେବେଳେ ବହୁତ ରନ କରନ୍ତି, କିନ୍ତୁ ଯେତେବେଳେ ଟିମ୍ ଇଣ୍ଡିଆ ପାଇଁ ଖେଳନ୍ତି ସେତେବେଳେ ସେ ବିଫଳ ପ୍ରମାଣିତ ହେଉଛନ୍ତି। ଆସନ୍ତୁ ଗିଲଙ୍କ IPL ପରିସଂଖ୍ୟାନ ଉପରେ ନଜର ପକାଇବା।

ଏପର୍ଯ୍ୟନ୍ତ, ଶୁଭମନ ଗିଲ IPLରେ ୧୧୮ଟି ମ୍ୟାଚ୍ ଖେଳିଛନ୍ତି ଏବଂ ୩୮୬୬ ରନ୍ କରିଛନ୍ତି। ଏଠାରେ ତାଙ୍କର ହାରାହାରି ୩୯.୪୫ ଏବଂ ସେ ୧୩୮.୭୨ ଷ୍ଟ୍ରାଇକ୍ ରେଟ୍ ରେ ରନ କରିଛନ୍ତି। ଏପର୍ଯ୍ୟନ୍ତ, ସେ IPLରେ ଚାରୋଟି ଶତକ ଏବଂ ୨୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ଟିମ୍ ଇଣ୍ଡିଆ ପାଇଁ ଗିଲଙ୍କ ପରିସଂଖ୍ୟାନ: ଟିମ୍ ଇଣ୍ଡିଆର ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଗିଲଙ୍କ ପରିସଂଖ୍ୟାନ ଉପରେ ନଜର ପକାଇଲେ, ଗିଲ୍ ଏପର୍ଯ୍ୟନ୍ତ ୩୫ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ୮୪୧ ରନ୍ କରିଛନ୍ତି। ତା’ ମଧ୍ୟରେ ଗୋଟିଏ ଶତକ ଏବଂ ତିନୋଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଏଠାରେ ତାଙ୍କର ହାରାହାରି ୨୮.୦୩ ଏବଂ ସେ ୧୪୦.୪୦ ଷ୍ଟ୍ରାଇକ୍ ରେଟ୍ ରେ ବ୍ୟାଟିଂ କରନ୍ତି।

ତେବେ କହିରଖୁଛୁ ଯେ, ଯେତେବେଳେ ଟି-୨୦ କ୍ରିକେଟ୍ କଥା ଆସେ, ହାରାହାରି କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଜଣେ ବ୍ୟାଟ୍ସମ୍ୟାନ୍ ଯେଉଁ ଷ୍ଟ୍ରାଇକ୍ ରେଟ୍ ରେ ରନ୍ କରନ୍ତି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଆଇପିଏଲ୍ ରେ ଖେଳିବା ଏବଂ ଟିମ୍ ଇଣ୍ଡିଆ ପାଇଁ ଖେଳିବା ତାଙ୍କର ପରିସଂଖ୍ୟାନ ମଧ୍ୟରେ କେତେ ପାର୍ଥକ୍ୟ ଅଛି। 

ଦଳର ଜିଦ୍: ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଶୁଭମନ ଗିଲଙ୍କୁ ଓପନର କରିବା ପାଇଁ ଜୋରଦାର ପ୍ରୟାସ କରୁଛି। ଗିଲ ନିଜେ ଇଚ୍ଛୁକ କି ନାହିଁ ତାହା ଜଣାନାହିଁ, କିନ୍ତୁ ସେମାନେ ତାଙ୍କୁ ଟି-୨୦ରେ ଓପନର ଭାବରେ ଲଗାତାର ଖେଳାଇବାକୁ ଜିଦ୍ ଧରିଛନ୍ତି ଏବଂ ଏହି ଜିଦ୍ କିଛି ପରିମାଣରେ ଟିମ୍ ଇଣ୍ଡିଆର ପରାଜୟରେ ସହାୟକ ହେଉଛି। ଯଶସ୍ୱୀ ଜୟସ୍ୱାଲ ଏବଂ ସଞ୍ଜୁ ସାମସନଙ୍କ ପରି ଉତ୍କୃଷ୍ଟ ଏବଂ ପ୍ରମାଣିତ ଓପନରଙ୍କ ଉପସ୍ଥିତି ସତ୍ତ୍ୱେ ଏହା ହେଉଛି।