fbpx

IPLରେ ହେବ ୯୪ ମ୍ୟାଚ୍‌: ଜାଣନ୍ତୁ କିପରି ହେବ ବିଶ୍ୱର ସବୁଠୁ ବଡ ଲିଗ୍, କ’ଣ ରହିଛି ବିସିସିଆଇର ପ୍ଲାନ୍

ମୁମ୍ବାଇ: ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍ ଲିଗ୍ ‘ଇଣ୍ଡିଆନ ପ୍ରିମିୟର ଲିଗ୍‌'(ଆଇପିଏଲ) ଆଗାମୀ ପାଞ୍ଚ ବର୍ଷରେ ଦୁନିଆର ସବୁଠୁ ବଡ଼ ଲିଗ୍ ହେବାକୁ ଯାଉଛି । ଆଇପିଏଲର ନବ ନିର୍ବାଚିତ ଅଧ୍ୟକ୍ଷ ଅରୁଣ ଧୁମଲ ଏହି ଦାବି କରିଛନ୍ତି । ଧୁମଲ କହିଛନ୍ତି ଯେ, ନୂଆ ଯୋଜନା ସହିତ ଆଗକୁ ବଢିବାର ସମୟ ଆସିଛି । ଏହା ସହିତ ସେମିତି କିଛି କାରଣ ଦେଖାଯାଉ ନାହିଁ ଯେଉଁଥିପାଇଁ ଆଇପିଏଲ ଦୁନିଆର ସବୁଠୁ ବଡ଼ ଲିଗ୍ ହୋଇପାରିବ ନାହିଁ ।

ତେବେ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଆଇପିଏଲ ମିଡିଆଇ ରାଇଟ୍ସ ବିକ୍ରି କରିଛି ବିସିସିଆଇ । ଯେଉଁଥି ପାଇଁ ଆଇପିଏଲ ଦୁନିଆର ଦ୍ୱିତୀୟ ମହଙ୍ଗା ଲିଗ୍ ହୋଇପାରିଛି । ବର୍ତ୍ତମାନ ‘ଏନଏଏଫଏଲ’ ହେଉଛି ବିଶ୍ୱର ସବୁଠୁ ବଡ଼ ମହଙ୍ଗା ଲିଗ୍ । ଆଇପିଏଲ ୨୦୨୩-୨୦୨୭ ପର୍ଯ୍ୟନ୍ତ ଟିଭି ରାଇଟ୍ସ ଡିଜନୀ ହଟଷ୍ଟାର୍ ପାଇଥିବା ବେଳେ ଡିଜିଟାଲ୍ ରାଇଟ୍ସ ରିଲିଏନ୍ସ(ବାୟକମ୍‌) କିଣିଛି ।

ଧୁମଲ କହିଛନ୍ତି ଯେ, ଆଇପିଏଲ ବର୍ତ୍ତନମାନ ଯାହା ରହିଛି, ଏହା ଆଗାମୀ ଦିନରେ ଆହୁରୁ ବଢି ବିଶ୍ୱର ସବୁଠାରୁ ବଡ଼ ଲିଗ୍‌ରେ ପରିଣତ ହେବ । ତେବେ ଏଥିରେ ନୂତନ ବ୍ୟବସ୍ଥା ଯୋଡ଼ିବାର ଯୋଜନା ରହିଛ, ଯାହା ଦ୍ୱାରା ଏଥିରେ ଅଧିକ ପ୍ରଶଂସକ ଯୋଡ଼ି ହୋଇପାରିବେ ବୋଲି ସେ କହିଛନ୍ତି । ଏଥିପାଇଁ ଟିଭି ଏବଂ ଷ୍ଟାଡିୟମରେ ଆସି ଆଇପିଏଲ ଲିଗ୍ ଦେଖୁଥିବା ପ୍ରଶଂସକମାନଙ୍କୁ ଏକ ଉନ୍ନତ ଅନୁଭବ ଦେବାକୁ ଚାହୁଛନ୍ତି ।

ଅରୁଣ ଧୁମଲ କହିଛନ୍ତନ୍ତେ ଯେ, ଏବେ ଆଇପିଏଲରେ ୧୦ଟି ଟିମ୍ ଖେଳୁଥିବାର ନଜର ଆସୁଛନ୍ତି । ଟିମ୍ ସଂଖ୍ୟା ୧୦ ରହିବ । ଯଦି ଟିମ୍ ସଂଖ୍ୟା ବଢାଇ ଦିଆଯାଏ ତେବେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ମୁସ୍କିଲ ହୋଇଯିବ । କିନ୍ତୁ ବର୍ତ୍ତମାନ ଆମେ ପ୍ରଥମ ଦୁଇ ସିଜନରେ ୭୪ ଏବଂ ୮୪ ମ୍ୟାଚ୍ ଆୟୋଜନ କରିବାକୁ ବିଚାର କରୁଛୁ । ଯୋଜନା ଅନୁଯାୟୀ ସବୁକିଛି ଠିକ୍ ରହିଲେ ୨୦୨୭ ବେଳକୁ ୯୪ ମ୍ୟାଚ୍ ଆୟୋଜନ କରାଯିବ ବୋଲି ସେ କହିଛନ୍ତି ।

ତେବେ ପୁରୁଷ ଖେଳାଳି ମାନଙ୍କୁ ଅନ୍ୟ ଦେଶରେ ଆୟୋଜିତ ହେଉଥିବା ଲିଗରେ ଭାଗ ନେବାକୁ ଅନୁମତି ଦେଇ ନାହିଁ। କିନ୍ତୁ ମହିଳା ଖେଳାଳି ମାନଙ୍କୁ ଏଥିପାଇଁ ଅନୁମତି ମିଳି ସାରିଛି। ଏହା ସହିତ ଆଗାମି ବର୍ଷ ମହିଳା ଆଇପିଏଲ ଆୟୋଜିତ ହେଉଥିବା ନେଇ ମଧ୍ୟ ଧୁମଲ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.