fbpx

ସ୍ତ୍ରୀ ଖାଇବାକୁ ଦେଉନି ଜିଲାପୀ; ଏମିତି ଉତ୍ତର ଦେଲେ ଆଇପିଏସଙ୍କ ପତ୍ନୀ

ନୂଆଦିଲ୍ଲୀ: ଘରେ ସ୍ତ୍ରୀ ମତେ ଜିଲାପୀ ଖାଇବାକୁ ଦେଉନି ବୋଲି ଟ୍ୱିଟ କରିଛନ୍ତିଚ ଆଇପିଏସ୍ ଅଫିସର । ଆଇପିଏସ୍ ଅଫିସର ଡ. ସନ୍ଦୀପ ମିତ୍ତଲଙ୍କ ଏହି ଟ୍ୱିଟଟି ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସନ୍ଦୀପଙ୍କ ପତ୍ନୀ ଡ. ରିଚା ମିତ୍ତଲ । ସନ୍ଦୀପ ୧୭ ଜୁଲାଇରେ ଏମିତି ଏକ ମଜାଦାର ଟ୍ୱିଟ୍ କରିଥିଲେ । ଗୋଟିଏ ଦିନ ପରେ ରିଚା ମଧ୍ୟ ସମାନ ଢଙ୍ଗରେ ଏହାର ଜବାବ ରଖିଥିଲେ ।

ଛୋଟ ଥିବା ବେଳେ ୨୫ ପଇସାରେ ଏକ ବଡ ଜିଲାପୀ ମିଳୁଥିଲା । ମାତ୍ର ପାଖରେ ପଇସା ନଥିଲା । ଚିନ୍ତା କରିଥିଲି ବଡ ହେବା ପରେ ପଇସା କମେଇବି ଏବଂ ଦିନକୁ ୩-୪ଟି ଜିଲାପୀ ଖାଇବି । ମାତ୍ର ଏବେ ପଇସା କମାଉଥିଲେ ହେଁ ପତ୍ନୀ ଜିଲାପୀ ଖାଇବାକୁ ଦେଉନାହିଁ । ଏହାର ଜବାବରେ ରିଚା ଲେଖିଛନ୍ତି ତମେ ଆଜି ଘରକୁ ଆସ । ରିଚାଙ୍କ ଟ୍ୱିଟରେ ଆଇପିଏସ ଅରୁଣ ବୋଥ୍ରା ଏକ ସ୍ମାଇଲି ଇମୋଜୀ ଦେଇଥିଲେ । ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଥିଲେ ଆଜି ଥାର୍ଡ ଡିଗ୍ରୀ ମିଳିବ । ଏହାର ଉତ୍ତରରେ ଆଉ ଜଣେ ଲେଖିଥିଲେ ସକରାତ୍ମକ ଭାବନା ରଖ, ହୁଏତ ଗୋଟିଏ ପ୍ଲେଟ ଜିଲାପୀ ମିଳିପାରେ । ସନ୍ଦୀପଙ୍କ ପୋଷ୍ଟଟିକୁ ୨୬ହଜାର ଲୋକ ଲାଇକ୍ କରିଥିବା ବେଳେ ୨୬୦୦ ଲୋକ ରିଟ୍ୱିଟ କରିଛନ୍ତି ।

Get real time updates directly on you device, subscribe now.