ରକ୍ତମୁଖା ହେଲାଣି ଇରାନ୍; ରାଗରେ ନେଉଛି ପ୍ରତିଶୋଧ, ଆମେରିକା ସମେତ ଆଜରବୈଜାନକୁ କରୁଛି ଟାର୍ଗେଟ୍…
ପ୍ରତିଶୋଧ ନେଉଛି ଇରାନ୍
ଓଡିଶା ଭାସ୍କର: ଏବେ ପରିସ୍ଥିତି ଯାହା ହେଲାଣି ଇରାନ ଆଉ ପଛଘୁଞ୍ଚା ଦେବା ଭଳି ଲାଗୁନାହିଁ। ଲଗତାର ଆକ୍ରମଣ ଚଲାଇଛି ଇରାନ। ପ୍ରତିଶୋଧ ନେବା ପାଇଁ ଜାଲ ବିଛାଇବା ଆରମ୍ଭ କଲାଣି। ସେପଟେ ଗତକାଲି ଇରାନୀ ଯୁଦ୍ଧଜାହାଜ ଉପରେ ଆକ୍ରମଣ ହେବା ପରେ ଅନେକ ଲୋକଙ୍କ ଜୀବନ ଯାଇଥିଲା। ଯାହାକି ରାଗକୁ ଆହୁରୀ ଦୁଇଗୁଣିତ କରି ଦେଇଛି।
ଆଜି ଏକ ବିମାନବନ୍ଦର ଏବଂ ଏକ ସ୍କୁଲ ନିକଟରେ ଡ୍ରୋନ୍ ଆକ୍ରମଣରେ ଦୁଇଜଣ ଆହତ ହେବା ପରେ ଆଜରବୈଜାନ ଦେଶ ଇରାନ ରାଷ୍ଟ୍ରଦୂତଙ୍କୁ ସମନ କରିଛି।
ମଧ୍ୟାହ୍ନ ସମୟରେ ହୋଇଥିବା ଆକ୍ରମଣରେ ଇରାନ ପଟୁ ଦୁଇଟି ଡ୍ରୋନ ଆସି ଆଜରବୈଜାନର ନାଖିଚେଭାନ ଏକ୍ସକ୍ଲେଭ୍ ଭିତରକୁ ଅତିକ୍ରମ କରିଥିଲା। ଏହା ଜନସାଧାରଣଙ୍କ ଭିତରେ ଭୟର ବାତାବରଣ ଖେଳାଇଦେଇଥିଲା।
“ଗୋଟିଏ ଡ୍ରୋନ୍ ନାଖିଚେଭାନ ବିମାନବନ୍ଦରର ଟର୍ମିନାଲ କୋଠା ଉପରେ ପଡ଼ିଥିଲା, ଯେତେବେଳେ ଅନ୍ୟ ଏକ ଡ୍ରୋନ୍ ଶେକେରାବାଦ ଗ୍ରାମର ଏକ ସ୍କୁଲ କୋଠା ନିକଟରେ ପଡ଼ିଥିଲା ବୋଲି ଆଜରବୈଜାନ ମନ୍ତ୍ରଣାଳୟ କହିଛି।
ଏହି ଆକ୍ରମଣରେ ବିମାନବନ୍ଦର ସାମାନ୍ଯ କ୍ଷତି ହୋଇଛି ଏବଂ ଦୁଇ ଜଣ ସାଧାରଣ ନାଗରିକ ଏଥିରେ ଆହତ ହୋଇଛନ୍ତି।ମନ୍ତ୍ରଣାଳୟ କହିଛି ଯେ ଆକ୍ରମଣ ଉପରେ କଠୋର ପ୍ରତିବାଦ ପ୍ରକାଶ କରିବା ପାଇଁ ଇରାନ ରାଷ୍ଟ୍ରଦୂତଙ୍କୁ ସମନ କରାଯାଇଛି।
ଆକ୍ରମଣ ପଛର କାରଣ: ବହୁ ଦିନ ଆଗରୁ ଇରାନ ଅଭିଯୋଗ କରିଥିଲା କି ଭବିଷ୍ଯତରେ ଆଜରବୈଜାନ ଦେଶରେ ରହି ଇସ୍ରାଏଲ ତା ଉପରେ ଟାର୍ଗେଟ କରିବ। କାରଣ ଇସ୍ରାଏଲ ସହ ଆଜରବୈଜାନର ସମ୍ପର୍କ ଅତ୍ଯନ୍ତ ଭଲ। ଏବଂ ସେଠାରେ ରହି ଇରାନକୁ ଧ୍ବଂସ କରିବ ଇସ୍ରାଏଲ ସେନା ପାଇଁ ଆହୁରୀ ସହଜ ହୋଇଯିବ।
ମାତ୍ର ଏହାର ପ୍ରତିକ୍ରିୟା ରଖି ଇରାନର ସମସ୍ତ ଅଭିଯୋଗ ଖଣ୍ଡନ କରିଥିଲା ଆଜରବୈଜାନ ଓ କହିଥିଲା କି ଏପରି କେବେ ମଧ୍ୟ ହେବ ନାହିଁ। ନିଜ ଅଞ୍ଚଳକୁ ଯୁଦ୍ଧ ଭୂମିରେ ପରିଣତ କରିବା ପାଇଁ ଆଜରବୈଜାନ କେବେ ବି ପ୍ରତ୍ସୋହନ ଦେବ ନାହିଁ ବୋଲି ସଫା ସଫା ମନା କରିଥିଲା।
