fbpx

IRCTC ପକ୍ଷରୁ ଆସିଲା ଶସ୍ତା ଟୁର୍ ପ୍ୟାକେଜ୍, କମ୍ ପଇସାରେ ଥରେ ତିରୁପତି ବାଲାଜୀ ବୁଲି ଆସନ୍ତୁ

ନୂଆଦିଲ୍ଲୀ: ଯଦି ଆପଣମାନେ ଭ୍ରମଣପ୍ରିୟ ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ଟୁର୍ ପ୍ୟାକେଜ୍ ଆସିଛି । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏହି ସୁଯୋଗ ଆସିଛି । ଏହି ପ୍ୟାକେଜରେ ଆପଣମାନେ କମ୍ ପଇସାରେ ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁପତି ବାଲାଜୀଙ୍କ ଦର୍ଶନ କରିପାରିବେ ।

ତିରୁପତି ବାଲାଜୀ ଭଗବାନ ବିଷ୍ଣୁଙ୍କର ଏକ ସମର୍ପିତ ମନ୍ଦିର । ଏହି ପ୍ୟାକେଜରେ ଜଣେ ବ୍ୟକ୍ତି ପିଛା ଅତିକମରେ ୬,୩୫୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହି ପ୍ୟାକେଜରେ ଆପଣଙ୍କୁ ୩ ରାତି ଓ ୪ ଦିନ ବୁଲିବାକୁ ସୁଯୋଗ ମିଳିବ । ମହାରାଷ୍ଟ୍ରର ପରଭଣୀ ଜିଲ୍ଲାସ୍ଥିତ ପୂର୍ଣ୍ଣା ଷ୍ଟେସନରୁ ଏହି ଯାତ୍ରାର ଶୁଭାରମ୍ଭ ହେବ । ଏନେଇ ଆଇସିଟିସି ପକ୍ଷରୁ ଟ୍ୱିଟର ଆକାଉଣ୍ଟରେ ସୂଚନା ଦିଆଯାଇଛି ।

ଏହି ପ୍ୟାକେଜ ମାଧ୍ୟମରେ ଆପଣମାନେ କନିପକମ, ତିରୁଚାନୁର, ତିରୁମାଲା ଓ ଶ୍ରୀକାଲହସ୍ତୀ ବୁଲିପାରିବେ । ଜଣେ ବ୍ୟକ୍ତିଙ୍କୁ ୬,୩୫୫, ଡବଲ ଅକ୍ୟୁପ୍ୟାନ୍ସି ପାଇଁ ୬,୫୦୦, ସିଙ୍ଗଲ ଅକ୍ୟୁପ୍ୟାନ୍ସି ପାଇଁ ୭,୫୫୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ୫ରୁ ୧୧ ବର୍ଷର ପିଲାଙ୍କ ପାଇଁ ବେଡ୍ ସହ ୬,୦୭୦ ଓ ବିନା ବେଡ ପାଇଁ ୫,୬୯୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହି ପ୍ୟାକେଜକୁ ବୁକ୍ କରିବା ପାଇଁ ଆପଣମାନେ ଆଇଆରସିଟିସିର ୱେବସାଇଟ୍ www.irctctourism.comକୁ ଯାଇପାରିବେ ।

Get real time updates directly on you device, subscribe now.