fbpx

IRCTCର ନୂଆ ଟୁର୍ ପ୍ୟାକେଜ୍ ଲଞ୍ଚ: ୮ ଦିନରେ ବୁଲିବେ ଦକ୍ଷିଣ ଭାରତର ତିରୁପତି, କନ୍ୟାକୁମାରୀ, ରାମେଶ୍ୱରମ୍

ନୂଆଦିଲ୍ଲୀ: ଯଦି ଆପଣମାନେ ଭ୍ରମଣ ପ୍ରିୟ ତେବେ ଆପଣଙ୍କ ପାଇଁ ଆସିଛି ଏକ ବଢ଼ିଆ ସୁଯୋଗ । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏକ ସ୍ପେଶାଲ ଟୁର୍ ପ୍ୟାକେଜ୍ ଲଞ୍ଚ କରାଯାଇଛି । ଏହି ପ୍ୟାକେଜ ମାଧ୍ୟମରେ ଆପଣମାନେ ତିରୁପତି, କନ୍ୟାକୁମାରୀ, ରାମେଶ୍ୱରମ ଓ ମଦୁରାଇ ଆଦି ପର୍ଯ୍ୟଟନ ସ୍ଥଳ ବୁଲି ପାରିବେ । ଭାରତ ଗୌରମ ଟୁରିଷ୍ଟ ଟ୍ରେନ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଏହି ସମସ୍ତ ସ୍ଥାନ ପରିଦର୍ଶନ କରାଯିବ ।

ଏହି ଟୁର୍ ପ୍ୟାକେଜରେ ଆପଣଙ୍କର ଖର୍ଚ୍ଚ ୧୫,୯୦୦ ଟଙ୍କାରୁ ଆରମ୍ଭ ହେବ । ଏହି ଯାତ୍ରା ସମୟରେ ଆପଣଙ୍କର ଖାଇବା, ପିଇବା, ରହିବା ଓ ବୁଲିବା ଆଦି ସୁବିଧା ରହିଛି । ଜୁନ ମାସ ୨୩ ତାରିଖରୁ ଗୁଜରାଟର ସାବରବତୀ ଠାରୁ ଏହି ଯାତ୍ରା ଆରମ୍ଭ ହେବ । ଏହି ପ୍ୟାକେଜରେ ୭ ରାତି ଓ ୮ ଦିନ ରିହଛି । ଏହି ସ୍ପେଶାଲ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ସାବରବତୀ, ନଡିୟାଦ, ଆନନ୍ଦ, ସୁରତ, ବାପୀ, ବସଇ ରୋଡ଼, କଲ୍ୟାଣ, ପୁଣେ, ସୋଲାପୁର ଷ୍ଟେସନରେ ବୋର୍ଡିଂ / ଡିବୋର୍ଡିଂ କରିପାରିବେ ।

ଏହି ପ୍ୟାକେଜର ନାମ ରହିଛି ‘ଦିବ୍ୟ ଦକ୍ଷିଣ ଦର୍ଶନ ଯାତ୍ରା’ । ଯାତ୍ରୀଙ୍କୁ ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର ଦିଆଯିବ । ଯଦି ଜଣେ ବ୍ୟକ୍ତି ସ୍ଲିପରରେ ଯାତ୍ରା କରିବେ ତେବେ ତାଙ୍କୁ ୧୫,୯୦୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ଥାର୍ଡ ଏସିରେ ଯାତ୍ରା କଲେ ଜଣେ ବ୍ୟକ୍ତିଙ୍କୁ ୨୭,୫୦୦ ଟଙ୍କା ଦେବାକୁ ପଡ଼ିବ । ଏହି ଟୁର୍ ପ୍ୟାକେଜର ବୁକିଂ ପାଇଁ ଯାତ୍ରୀମାନେ ଆଇଆରସିଟିର ଅଫିସିଆଲ ୱେବସାଇଟ irctctourism.comକୁ ଯାଇ ଅନଲାଇନରେ ବୁକିଂ କରିପାରିବେ । ଏଥିସହିତ ଆଇଆରସିଟିସି ପର୍ଯ୍ୟଟକ ସୁବିଧା କେନ୍ଦ୍ର, ଆଞ୍ଚଳିକ କାର୍ଯ୍ୟାଳୟରେ ମଧ୍ୟ ବୁକିଂ କରିହେବ ।

Get real time updates directly on you device, subscribe now.