fbpx

କେବଳ ୪୫,୬୦୦ ଟଙ୍କାରେ ବୁଲିପାରିବେ ରାଜସ୍ଥାନ: IRCTC ଆଣିଲା ସ୍ୱତନ୍ତ୍ର ଏୟାର ଟୁର୍ ପ୍ୟାକେଜ୍

ନୂଆଦିଲ୍ଲୀ: ଯଦି ଆପଣ ନଭେମ୍ବର ମାସରେ ରାଜସ୍ଥାନ ବୁଲିବାକୁ ଯୋଜନା କରୁଛନ୍ତି । ତେବେ ଆପଣଙ୍କ ପାଇଁ ଭଲ ଖବର । ପ୍ରକୃତରେ ଆଇଆରସିଟିସି ଏକ ବଢ଼ିଆ ସୁଲଭ ଏୟାର ଟୁର୍ ପ୍ୟାକେଜ୍ ଆଣିଛି । ଏହି ପ୍ୟାକେଜ୍ ଦ୍ୱାରା ଆପଣଙ୍କୁ ଜୟପୁର, ପୁଷ୍କର, ଯୋଧପୁର, ମାଉଣ୍ଟ ଆବୁ ଏବଂ ଉଦୟପୁର ବୁଲିବାକୁ ସୁଯୋଗ ମିଳିବ । ଏହି ପ୍ୟାକେଜର ଆରମ୍ଭ ଲକ୍ଷ୍ନୌରୁ ହେବ ।

ଆଇଆରସିଟିସି ଟ୍ୱିଟ କରି ଏହି ଏୟାର ଟୁର୍ ପ୍ୟାକେଜ୍ ର ସୂଚନା ଦେଇଛି । ଏହି ପ୍ୟାକେଜ୍ ଅନ୍ତର୍ଗତ ଆପଣଙ୍କୁ ସମୁଦାୟ ୭ ରାତି ଏବଂ ୮ ଦିନ ପର୍ଯ୍ୟନ୍ତ ଯାତ୍ରା କରିବାକୁ ସୁଯୋଗ ମିଳିବ । ଏହି ଟୁର ପ୍ୟାକେଜ୍ ରେ ଆପଣଙ୍କୁ ଜଳଖିଆ, ଏବଂ ଡିନରର ସୁବିଧା ମିଳିବ । ଏହା ସହ ଆପଣଙ୍କୁ ରାତିରେ ରହିବା ପାଇଁ ହୋଟେଲର ସୁବିଧା ମଧ୍ୟ ମିଳିବ । ପ୍ୟାକେଜ୍ ର ପ୍ରାରମ୍ଭିକ ଭଡ଼ା ୪୫,୬୦୦ ଟଙ୍କା ରହିଛି । ଏହି ଏୟାର ଟୁର୍ ପ୍ୟାକେଜ୍ ପାଇଁ ବୁକିଂ ଯାତ୍ରୀଙ୍କୁ ଆଇଆରସିଟିସି ର ୱେବସାଇଟ୍ କୁ ଯାଇ କରିପାରିବେ ।

ପ୍ୟାକେଜର ଦାମ ରୟାଲିଟି ରାଜସ୍ଥାନ ଟୁର୍ ପ୍ୟାକେଜ ଏକ୍ସ ଲକ୍ଷେ୍ନø ରହିଛି । ଏଥିରେ ଜୟପୁର, ପୁଷ୍କର, ଯୋଧପୁର, ମାଉଣ୍ଟ ଆବୁ ଏବଂ ଉଦୟପୁର ବୁଲିପାରିବେ । ଟୁର ଅବଧି ୮ ଦିନ/୭ ରାତି ହେବ । ଏଥିରେ ଆପଣଙ୍କୁ ବ୍ରେକଫାଷ୍ଟ ଏବଂ ଡିନର ମିଳିବ । ଫ୍ଲାଇଟ୍ ରେ ଆପଣ ଯାତ୍ରା କରିବେ । ପ୍ରସ୍ଥାନ ତାରିଖ ୧୨ ନଭେମ୍ବର ଏବଂ ୩ ଡିସେମ୍ବର ୨୦୨୨ ରହିଛି ଏବଂ ପ୍ରସ୍ଥାନ ସ୍ଥାନ ଲକ୍ଷ୍ନୌ ଏୟାରପୋର୍ଟ ରହିଛି ।

ପ୍ୟାକେଜ୍ ଖର୍ଚ୍ଚ କହିଲେ କମ୍ଫର୍ଟ କ୍ଲାସରେ ଟ୍ରିପଲ ଅକ୍ୟୁପେନ୍ସୀ ପ୍ରତି ବ୍ୟକ୍ତି ଖର୍ଚ୍ଚ ୪୫,୬୦୦ ଟଙ୍କା ରହିଛି । ଡବଲ ଅକ୍ୟୁପେନ୍ସୀରେ ୪୭,୬୦୦ ଟଙ୍କା ପ୍ରତି ବ୍ୟକ୍ତି ଖର୍ଚ୍ଚ ରହିଛି । ସେହିଭଳି ସିଙ୍ଗିଲ ଅକ୍ୟୁପେନ୍ସୀର ପ୍ରତି ବ୍ୟକ୍ତି ଖର୍ଚ୍ଚ ୫୯,୫୦୦ ଟଙ୍କା ରହିଛି । ୫ ରୁ ୧୧ ବର୍ଷର ପିଲାଙ୍କ ପାଇଁ ବେଡ୍ ସହ ୩୯,୭୦୦ ଟଙ୍କା ଏବଂ ବିନା ବେଡ୍ ରେ ୩୮,୧୦୦ ଟଙ୍କା ରହିଛି ।

Get real time updates directly on you device, subscribe now.