fbpx

ଏମିତି ହେଲା ମୃତ୍ୟୁ: ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀଙ୍କ ବେକ ଆରପାରି ହେଲା ଲୁହା ରଡ଼

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ବେକରେ ଲୁହା ରଡ ପଶିଯିବା ଫଳରେ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ନିଳାଞ୍ଚଳ ଏକ୍ସପ୍ରେସରେ ଯାତ୍ରା କରୁଥିବା ସମୟରେ ଅଲିଗଡ ନିକଟରେ ଘଟିଯାଇଛି । ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ କହିଛନ୍ତିି ଯେ ଯେତେବେଳେ ଏହି ଦୁର୍ଘଟଣା ଘଟିଥିଲା ସେତେବେଳେ ରେଳ ଟ୍ରାକରେ ମରାମତି କାମ ଚାଲିଥିଲା । ତେବେ କେହି ଲୁହା ରଡକୁ ବେପରୁଆ ଭାବରେ ରଖିଥିବାରୁ ଏହି ଦୁର୍ଘଟଣା ଘଟିଛି ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି । ତେବେ ପୋଲିସ ଟିମ୍ ଘଟଣାସ୍ଥଳରୁ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛି । ଏହି ଘଟଣା ଯୋଗୁଁ ଦୀର୍ଘ ସମୟ ଧରି ଟ୍ରେନ ଚଳାଚଳ ବନ୍ଦ ହୋଇଥିଲା । ଅନ୍ୟପଟେ ଯାତ୍ରୀମାନଙ୍କୁ କିଛି ସମୟ ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।

ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଘଟଣା ଅଲିଗଡ ଜିଲ୍ଲାର ସୋମନା ରେଳ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମ ରେ ଘଟି ଯାଇଛି । ନିଳାଞ୍ଚଳ ଏକ୍ସପ୍ରେସ ଟ୍ରେନର ଦ୍ୱିତୀୟ କୋଚର ସିଟ୍ ନମ୍ବର ୧୫ ରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ବେକରେ ଏକ ଲୁହା ରଡ ପଶିଯାଇଥିବାରୁ ବ୍ୟକ୍ତି ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ମୃତ ଯାତ୍ରୀ ସୁଲତାନପୁରର ବାସିନ୍ଦା ବୋଲି କୁହାଯାଉଛି । ସୂଚନା ଅନୁସାରେ ଆରପିଏଫ, ସିଆରଫିଏଫ ଏବଂ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

 

Get real time updates directly on you device, subscribe now.