fbpx

ବର୍ଷା ଦିନେ ଷ୍ଟକ୍ କରି ରଖି ଦିଅନ୍ତୁ ଘର ନିର୍ମାଣ ସାମଗ୍ରୀ, ଜାଣନ୍ତୁ ଏହି ସିଜିନରେ କେଉଁ ସାମଗ୍ରୀ ଶସ୍ତା କେଉଁଟା ମହଙ୍ଗା

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ଅଧିକାଂଶ ସ୍ଥାନରେ ମୌସୁମୀ ପହଞ୍ଚି ସାରଛି । ବର୍ଷାର ଆଗମନ ପରେ ଏବେ ନଦୀନାଳମାନଙ୍କରେ ପାଣି ଭରି ରହିଛି । ଏପରି ସ୍ଥିତିରେ ବାଲି, ଇଟା, ପରି ଘର ନିର୍ମିତ ସାମଗ୍ରୀର ଅଭାବ ଦେଖାଦେଇଛି । ଲୁହାଛଡ଼ା ଓ ସିମେଣ୍ଟର ମୂଲ୍ୟ ପୂର୍ବାପେକ୍ଷା ନିମ୍ନମୁଖୀ ହେବାରେ ଲାଗିଛି । ଏପରି ସ୍ଥିତିରେ ଆପଣମାନେ ଚାହିଁଲେ ବିଷ୍ୟତ ପାଇଁ ଘର ନିର୍ମାଣର ଶସ୍ତା ସାମଗ୍ରୀ ଗଚ୍ଛିତ କରି ରଖିପାରିବେ ।

ଗତ ମାର୍ଚ୍ଚ-ଏପ୍ରିଲ ମାସରେ ଘର ନିର୍ମାଣ ସାମଗ୍ରୀର ଦର ଉଚ୍ଚସ୍ତରରେ ରହିଥିଲା । ଏହାପରେ ସିମେଣ୍ଟ, ଲୁହାଛଡ଼ର ଦାମ ଧୀରେଧୀରେ କମିଥିଲା । ଜୁନ ମାସ ପହିଲା ପର୍ଯ୍ୟନ୍ତ ଏହି ଦରରେ କ୍ରମାଗତ ହ୍ରାସ ପରିଲକ୍ଷିତ ହୋଇଥିଲା । ଲୁହାଛଡ଼ର ମୂଲ୍ୟ ପାଖାପାଖି ଅଧା ହୋଇଯାଇଛି । ସାଧାରଣ ଭାବେ ବର୍ଷାର ଆଗମନ ପରେ ଇଟା ଓ ବାଲିର ଅଭାବ ପରିଲକ୍ଷିତ ହୋଇଥାଏ ।

ଗତ ମାର୍ଚ୍ଚ ମାସରେ କିଛି ସ୍ଥାନରେ ଲୁହାଛଡ଼ର ଦାମ୍ ଟନ୍ ପିଛା ୮୫ ହଜାର ଟଙ୍କା ରହିଥିଲା । ଜୁନ ମାସ ପହିଲାରେ ଏହି ଦର ଟନ୍ ପିଛା ୪୪ ହଜାରରେ ପହଞ୍ଚିଥିଲା । ବ୍ରାଣ୍ଡେଣ୍ଡ ଲୁହାଛଡ଼ର ଦାମ୍ ଟନ୍ ପିଛା ୮୦-୮୫ ହଜାର ରହିଥିଲା । ଗତ ମାର୍ଚ୍ଚ ମାସ ପହିଲାରେ ଏହି ଦର ଟନ୍ ପ୍ରତି ୧ ଲକ୍ଷ ଟଙ୍କା ରହିଥିଲା । ଗତବର୍ଷ ନଭେମ୍ବରରେ ଲୁହାଛଡ଼ ଦର ଟନ୍ ପ୍ରତି ୭୦ ହଜାର ରହିଥିବା ବେଳେ ଚଳିତ ବର୍ଷ ଜୁଲାଇ ପହିଲାରେ ଏହି ମୂଲ୍ୟ ୫୬ ହଜାରେ ପହଞ୍ଚି ଯାଇଛି ।

୧ ଜୁଲାଇରେ ଲୁହାଛଡ଼ର ମୂଲ୍ୟ ଦୁର୍ଗାପୁରରେ ୪୯ ହଜାର ରହିଛି । ସେହିପରି କୋଲକତାରେ ୪୯ ହଜାର ୫୦୦, ଛତିଶଗଡ଼ରେ ୫୨ ହଜାର ୫୦୦, ରାଉରକେଲାରେ ୫୩ ହଜାର ୫୦୦, ନାଗପୁରରେ ୫୧ ହଜାର ୫୦୦, ହାଇଦ୍ରାବାଦରେ ୫୨ ହଜାର ୨୦୦, ଗୁଜୁରାଟର ଭାବନଗରରେ ୫୬ ହଜାର ୫୦୦, ୟୁପିର ମୁଜାଫରନଗରରେ ୫୪ ହଜାର ୫୦୦, ୟୁପିର ଗାଜିଆବାଦରେ ୫୫ ହଜାର ୩୦୦, ମଧ୍ୟପ୍ରଦେଶର ଇନ୍ଦୋରରେ ୫୫ ହଜାର ୨୦୦, ଗୋଆରେ ୫୬ ହଜାର ୭୦୦, ମହାରାଷ୍ଟର ଜାଲନାରେ ୫୫ ହଜାର ୧୦୦, ପଞ୍ଜାବର ମଣ୍ଡ ଗୋବିନ୍ଦଗଡ଼ରେ ୫୬ ହଜାର ୫୦୦, ଚେନ୍ନାଇରେ ୫୭ ହଜାର, ଦିଲ୍ଲୀରେ ୫୬ ହଜାର ୯୦୦, ମୁମ୍ବାଇରେ ୫୪ ହଜାର ୮୦୦, କାନପୁରରେ ୫୮ ହଜାର ୫୦୦ ଟଙ୍କା ରହିଛି ।

Get real time updates directly on you device, subscribe now.