fbpx

ଜାଣନ୍ତୁ କାହିଁକି ଆସିଥାଏ ବ୍ୟକ୍ତିଗତ ଭାବେ ହୋଇଥିବା କଥାର ବିଜ୍ଞାପନ

ନୂଆଦିଲ୍ଲୀ: ଟେକ୍ କମ୍ପାନୀ ଗୁଗଲ ଭଏସ ଆସିଷ୍ଟାଣ୍ଟ ଫିଚର ଯୋଗାଇଥାଏ, ଯାହାକୁ ଆପଣ ଭଏସ କମାଣ୍ଡରେ ଆକ୍ଟିଭ କରିଥାନ୍ତି । ଆଉ ଏହାଦ୍ୱାରା ବିଭିନ୍ନ କାମ କେବଳ ଭଏସ କମାଣ୍ଡରେ କରିପାରନ୍ତି । କିନ୍ତୁ ଅନେକ ୟୁଜର୍ସ ଅଭିଯୋଗ କରିଛନ୍ତି ଯେ ଗୁଗଲ ବିନା ଭଏସ ଆକ୍ଟିଭେଟରେ ବି ଆପଣଙ୍କ କଥା ଶୁଣୁଛି । ଅର୍ଥାତ୍ ଫୋନ କିମ୍ବା ଭଏସ ଡିଭାଇସରେ ଥିବା ମାଇକର ବ୍ୟବହାର କରି ଗୁଗଲ ଆମର ବ୍ୟକ୍ତିଗତ କଥା ଶୁଣୁଛି ।

ୟୁଜର୍ସଙ୍କ ଅଭିଯୋଗ ଯଦି କେହି ୟୁଜର ନିଜ ବନ୍ଧୁଙ୍କ ସହ କାର କିଣିବା ନେଇ ଫୋନରେ କଥା ହେଉଛନ୍ତି ତେବେ ତାଙ୍କୁ ଫୋନର ବ୍ରାଉଜର, ଫେସବୁକ୍ କିମ୍ବା ଅନ୍ୟ ଆପ୍ ରେ କାରର ବିଜ୍ଞାପନ ଆସିବା ଆରମ୍ଭ ହୋଇଯାଉଛି । ତେବେ ଏହି ଅଭିଯୋଗ କେବଳ ଏବେ ନୁହେଁ ବରଂ ଅନେକ ସମୟରେ ଗୁଗଲ ଉପରେ ଲଗାଯାଇଛି । ୨୦୧୬ ରେ ବିବିସି ରିପୋର୍ଟର ଜୋଇ କ୍ଲେନମ୍ୟାନ ମଧ୍ୟ ଏନେଇ ଦାବି କରିଥିଲେ ।

ତେବେ ଏହା କେବଳ ଏକ ସଂଯୋଗ ନା’ ଗୁଗଲ ଆମ କଥା ଶୁଣୁଛି? ଏମିତିକି ଅନେକ ଲୋକ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ କାହା ସହ କଥା ହେଉନଥିଲେ ବି ଫୋନର ମାଇକ ଯୋଗେ ଗୁଗଲ ଆମ କଥା ଶୁଣୁଛି ତଥା ଯଦି କୌଣସି ପ୍ରସଙ୍ଗରେ ଆଲୋଚନା କରୁଛେ ତାହା ମଧ୍ୟ ଶୁଣୁଛି । ଆଉ ଏହାପରେ ସେହି ବିଜ୍ଞାପନ ସବୁ ଆସିବାକୁ ଲାଗୁଛି ।

ପୂର୍ବରୁ ଗୁଗଲ ଏବଂ ଫେସବୁକ ମଧ୍ୟ ଏହି କଥାକୁ ଅଗ୍ରାହ୍ୟ କରିଛନ୍ତି ଯେ ସେମାନେ ୟୁଜର୍ସଙ୍କ ପାଇଁ ସ୍ମାର୍ଟଫୋନ୍ ମାଇକ୍ରୋଫୋନର ବ୍ୟବହାର କରିଛନ୍ତି ଏବଂ ଲୁଚାଛପାରେ ୟୁଜର୍ସଙ୍କ ତଥ୍ୟ ଏକାଠି କରନ୍ତି । ହୋଇପାରେ ଏହା କେବଳ ଏକ ସଂଯୋଗ । ଗୁଗଲର ପ୍ରାଇଭେସୀ ପଲିସି ଅନୂଯାୟୀ, ଆମ ଅନୁମତି ବିନା କମ୍ପାନୀ ଆମ କଥା ରେକର୍ଡ କରିପାରିବ ନାହିଁ । କିନ୍ତୁ ଆମେ ସମସ୍ତେ ଜାଣନ୍ତି ଯେ ଗୁଗଲ, ଫେସବୁକ୍ ଏବଂ ଅନ୍ୟ ଟେକ୍ କମ୍ପାନୀ ବିଜ୍ଞାପନ ପାଇଁ ୟୁଜର୍ସଙ୍କ ଆବଶ୍ୟକତାକୁ ଜାଣିବାକୁ ଚାହାନ୍ତି ।

ତେବେ ଏଥିରୁ ବଞ୍ଚିବା ପାଇଁ ଆପଣ ଅନ୍ୟ ବ୍ରାଉଜର ବ୍ୟବହାର କରିପାରିବେ । ଯେଉଁମାନେ ଆପଣଙ୍କୁ ଟ୍ରାକ୍ କରିନଥାନ୍ତି ଯେପରିକି ଡକଡକଗୋ, ବ୍ରେଭ ବ୍ରାଉଜର ଇତ୍ୟାଦି । ଏହି ବ୍ରାଉଜରରେ ଆପଣଙ୍କୁ ବିଜ୍ଞାପନ ଦେଖାଯିବ ନାହିଁ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଆପଣଙ୍କୁ ଏହି ଆଡ୍ କିପରି ନଜର ଆସୁଛି । ତେବେ ଏହାର କାରଣ ହୋଇପାରେ ଯେ ଡିଭାଇସ ସିଙ୍କ୍ ହେବ । ୟୁଜର୍ସ ଅନେକ ଡିଭାଇସ ପାଇଁ ଗୋଟିଏ ଆକାଉଣ୍ଟ ବ୍ୟବହାର କରିଥାନ୍ତି । ଏମିତିରେ ଏହା ହୋଇପାରେ ଯେ କୌଣସି ପ୍ଲାଟଫର୍ମରେ ଏଭଳି ତଥ୍ୟ ସର୍ଚ୍ଚ କରିଥିବେ, ଯାହାର ଆଡ୍ ଆମକୁ ଆସିଥାଏ ।

 

Get real time updates directly on you device, subscribe now.