କଣ ସତରେ କଳା ଲଗେଇଲେ ବଡ ହୋଇଯାଏ ଆଖି, ଜାଣନ୍ତୁ କଣ କୁହନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ

ଆଖି ବଡ କରିଦେବ କାଜଲ୍ ।। ଜାଣନ୍ତୁ…

ଭୁବନେଶ୍ଵର: ସାଧାରଣତଃ ଘରେ ଛୋଟ ପିଲାଟିଏ ଥିଲେ ସେମାନଙ୍କ ପରିବାର ଲୋକ ତାଙ୍କୁ ତେଲ ମାଲିସ୍ କରି କଳା ଲଗାଇ ଦିଅନ୍ତି। ପିଲାମାନଙ୍କୁ କଳା ଲଗାଇଦେବାର ପରମ୍ପରା ନୂଆ ନୁହେଁ, ବରଂ ଶହ ଶହ ବର୍ଷ ପୁରୁଣା। ବୟସ୍କମାନେ ବିଶ୍ୱାସ କରନ୍ତି ଯେ କାଜଲ ଲଗାଇବା ଦ୍ୱାରା ପିଲାମାନଙ୍କର ଆଖି ବଡ଼ ହୁଏ। କିନ୍ତୁ ଏହା କ’ଣ ସତ୍ୟ, ନା ଏହା କେବଳ ଶୁଣା କଥା? ଜାଣନ୍ତୁ ଏନେଇ କଣ କୁହନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ ।

ବନ୍ଦ ହୋଇଯାଏ ଅଶ୍ରୁ ନଳୀ: ବିଶେଷଜ୍ଞଙ୍କ କହିବା ଅନୁସାରେ, ପିଲାମାନଙ୍କୁ କାଜଲ ଲଗାଇବା ନିରାପଦ ନୁହେଁ । ଅନେକ ଡାକ୍ତର ଏଥିପାଇଁ ମନା ମଧ୍ୟ କରନ୍ତି । ପିଲାମାନଙ୍କ ଆଖି ବହୁତ ସମ୍ବେଦନଶୀଳ। କଳା ଲଗାଇବା ଦ୍ୱାରା ଜ୍ୱଳନ, କୁଣ୍ଡେଇ ହେବା କିମ୍ବା ଆଲର୍ଜି ପ୍ରତିକ୍ରିୟା ହୋଇପାରେ। କଳା ଲଗାଇବା ଦ୍ୱାରା ପିଲାମାନଙ୍କର ଅଶ୍ରୁ ନଳୀ ବନ୍ଦ ହୋଇପାରେ।

ବଡ ହୁଏନାହିଁ ଆଖି: ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା କେବଳ ଲୋକକଥା । ଏଥିରେ କୌଣସି ସତ୍ୟତା ନାହିଁ । କଳା ଲଗାଇବା ଦ୍ୱାରା କେବଳ ଆଖି ବଡ଼ ଦେଖାଯାଇପାରେ, କାରଣ ଏହା ଏକ ରଙ୍ଗ ପ୍ରଦାନ କରେ ଯାହା ଆଖିକୁ ଅଧିକ ପ୍ରମୁଖ କିମ୍ବା ଉଜ୍ଜ୍ୱଳ ଦେଖେଇଥାଏ । କିନ୍ତୁ ବାସ୍ତବରେ ଏହା ଆଖିର ଆକାର ବୃଦ୍ଧି କରେ ନାହିଁ ।

ହୋଇପାରେ ଟ୍ରାକୋମା: ବଜାରରେ ବିକ୍ରି ହେଉଥିବା କଳାରେ ସୀସା ଭଳି କ୍ଷତିକାରକ ଉପାଦାନ ଥାଇପାରେ, ଯାହା ପିଲାମାନଙ୍କ ଆଖିରେ ଜ୍ୱଳନ, ଲାଲପଣ ଏବଂ ସଂକ୍ରମଣ ସୃଷ୍ଟି କରିପାରେ। ଏହା କେତେକ ସମୟରେ ଟ୍ରାକୋମା ଭଳି ଗମ୍ଭୀର ଆଖି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ତେଣୁ, ଛୋଟ ପିଲାମାନଙ୍କୁ କାଜଲ ଲଗାଇବା ଏଡାଇ ରହିବା ଉଚିତ।