fbpx

(VIDEO)ସତ ହେବକି ମାଳିକା ବଚନ; ୨୦୨୩ ମସିହା ହେବ ବିନାଶର ବର୍ଷ, ତାଳଚେରରେ ରଚିବ ତାଣ୍ଡବ ଳିଲା

ଉତ୍ତରାଖଣ୍ଡ ଯୋଶୀ ମଠ ଘଟଣା ପରେ ଏବେ ଓଡିଶାରେ ଦେଖାଦେଇଛି ତାଣ୍ଡବ । ତାଳଚେରରେ ଆରମ୍ଭ ହୋଇଯାଇଛି କଳକୀ ଲୀଳା । ଆଉ ଏବେ ଝୁଲୁଛି ତାଳଚେର ସହର । ତେବେ ତାଳଚେର ହେଉଛି କଳାହିରାର ସହର । ଯେଉଁଠାରେ କମ୍ପାନୀ ମାନେ ହଡପ କରୁଛନ୍ତି କୋଟି କୋଟି ଟଙ୍କାର କୋଇଲା । ଯାହାକି ତାଳଚେର ସହରବାସୀଙ୍କ ପାଇଁ ସତେ ଯେପରି ଏକ ଅଭିସାପ ପାଲଟି ଯାଇଛି । କାରଣ କମ୍ପାନୀମାନେ ବିଭିନ୍ନ ସ୍ଥାନରୁ କୋଇଲା ଖୋଳି ବାହାର କଲାପରେ ସେ ସବୁ ସ୍ଥାନକୁ ଖାଲି ଛାଡିଦେଉଛନ୍ତି । ଯାହାଫଳରେ ଲୋକମାନଙ୍କର ଘର ଧସିବାକୁ ଲାଗିଲାଣି । ତେବେ ଆପଣ ଜାଣିଛନ୍ତି ଏହିସବୁ ଘଟଣା ମାଳିକାରେ ମଧ୍ୟ ଉଲ୍ପଲେଖ ରହିଛି । ଯାହାକି ଧିରେ ଧିରେ ସତ ହେବାକୁ ଯାଉଛି । ତେବେ ଅନୁଗୋଳ ଏବଂ ତାଳଚେର ସହରକୁ ନେଇ ମାଳିକାରେ କଣ ଲେଖାଯାଇଥିଲା ଆସନ୍ତୁ ଜାଣିବା ।

ମହାପୁରୁଷ ଅଚୁତାନନ୍ଦ କହିଛନ୍ତି ଅନୁଗୋଳ ଜିଲ୍ଲାରେ ଭୂମିକମ୍ପ ହେବ । କୋଠାବାଡି ସବୁ ଭୁଷୁଡି ପଡିବ । ଏମିତି ବି ସମୟ ଆସିବ, ଯେଉଁ ସମୟରେ ତାଳରେଚ ଏବଂ ଅନୁଗୁଳର ଅବସ୍ଥା ଉତ୍ତରାଖଣ୍ଡ ତୁର୍କୀ ଭଳି ହୋଇଯିବ । ବଡ ବଡ କୋଠା ଭାଙ୍ଗିଯିବା ସହ ତା ତଳେ ଚାପି ହୋଇ ଅନେକ ଲକଙ୍କ ଜୀବନ ମଧ୍ୟ ଯିବ । ଯାହାକି ମାଳିକାରେ ଉଲ୍ଲେଖ ରହିଛି । ତେବେ ତାଳଚେର ସହରରେ ବର୍ତ୍ତମାନ ଘର ସବୁ ଫାଟି ଆଁ କଲାଣି । ଉତ୍ତରାଖଣ୍ଡ ପରେ ଓଡିଶାରେ ମଧ୍ୟ ଧ୍ୱଂସ ଲୀଳା ଆରମ୍ଭ ହେଲାଣୀ କଳିଯୁଗରେ ବଞ୍ଚିବାର ଗୋଟିଏ ମାର୍ଗ ଭଗବାନଙ୍କ ଅନୁସରଣ କରିବା । ବର୍ତ୍ତମାନ ତୁର୍କୀରେ ଯେଉଁଭଳି ପରିସ୍ଥିତି ଦେଖାଦେଇଛି ସେଥିରୁ ଓଅନୁମାନ କରି ହେଉଛି ଯେ ତୁର୍କୀର ଅବସ୍ଥା ବର୍ତ୍ତମାନ କିପରି ରହିଛି । ଏଥିସହିତ ସେହି ସହର ପୁଣି ଗଢି ଉଠିବାକୁ କେତେ ସମୟ ଲାଗିବ । ତୁର୍କୀରେ ବର୍ତ୍ତମାନ ଶବର ପାହାଡ ଛିଡା ହୋଇଛି । ମାଳିକାରେ ଯାହା ଲେଖାହୋଇଛି । ତାହା ସତ ପ୍ରମାଣିତ ହେବାରେ ଲାଗିଛି ।

ମହାପୁରୁଷ ଆହୁରୀ ମଧ୍ୟ କହିଛନ୍ତି । ଓଡିଶାରେ ଆଗକୁ ତାଣ୍ଡବ ହେବ । ଆଉ ପାପିମାନଙ୍କର ବିନାଶ ହେବ । ତାହା ବି ୨୦୨୩ ହେବା ଦିନଠାରୁ ଆରମ୍ଭ ହୋଇସାରିଛି । କଳିଯୁଗରେ ଅନ୍ୟାୟ ଅନିତୀ ଯେତିକି ବଢିଚାଲିଛି ଲୋକେ ସେଥିରୁ ମୁକ୍ତି ପାଇବା କଷ୍ଟ ହୋଇପଡୁଛି । ଭଗବାନ ଆଉ ସହିପାରୁନାହାନ୍ତି । ଫଳରେ ଆଜି ନହେଲେ ବି କାଲି ଭଗବାନ କଳକୀ ରୂପ ଧରି ସଂହାର କରିବାଟା ସୁନିଶ୍ଚିତ ।

Get real time updates directly on you device, subscribe now.