ଫ୍ରିଜରେ ଭୁଲରେ ବି ରଖନ୍ତୁନି ଅଟା ଚକଟା, ହେବ ଗମ୍ଭୀର ରୋଗ, ପାଇବେନି ରକ୍ଷା, ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ
ଫ୍ରିଜରେ ଭୁଲରେ ବି ରଖନ୍ତୁନି ଅଟା ଚକଟା, ହେବ ଗମ୍ଭୀର ରୋଗ
Refrigerated Flour: ପ୍ରାୟ ସମସ୍ତଙ୍କ ଘରେ ରୁଟି ତିଆରି ହେବା ପରେ ବଳକା ଅଟାକୁ ଫ୍ରିଜରେ ରଖି ଦିଆଯାଏ। ଅନେକଙ୍କ ଘରେ ସମୟ ଅଭାବରୁ ଦିନ ଏବଂ ରାତି ପାଇଁ ଏକାଠି ଅଟା ଚକଟା ଯାଏ। କିନ୍ତୁ କେବେ ଜାଣିଛନ୍ତି କି ଏଭଳି କରିବା ଦ୍ବାରା ଆପଣଙ୍କର କେତେ କ୍ଷତି ହେଉଛି ? ଜାଣି ରଖନ୍ତୁ ଫ୍ରିଜରେ ରଖାଯାଉଥିବା ଅଟା ଆପଣଙ୍କ ଶରୀର ପାଇଁ ବଡ଼ ଶତ୍ରୁ।
ବୈଜ୍ଞାନିକ ତଥ୍ୟ
ବିଶେଷଜ୍ଞଙ୍କ ଅନୁସାରେ ଅଟା ଯେତେବେଳେ ପାଣି ସଂସ୍ପର୍ଶରେ ଆସିଥାଏ, ତାହାକୁ ସେତେବେଳେ ହିଁ ବ୍ୟବହାର କରିନେବା ଉଚିତ। କାହିଁକି ନା ଅଟାରେ ଏଭଳି କିଛି ରାସାୟନିକ ପରିବର୍ତ୍ତନ ଆସିଥାଏ, ଯାହା ଶରୀର ପାଇଁ ବହୁତ ହାନିକାରକ। ବଳକା ଅଟା ଚକଟାକୁ ଆମେ ଫ୍ରିଜରେ ଷ୍ଟୋର କଲେ ଫ୍ରିଜର କ୍ଷତିକାରକ ଲାଇଟ୍ ତାହା ମଧ୍ୟକୁ ପ୍ରବେଶ କରିଥାଏ। ଆଉ ଯେବେ ଆମେ ସେହି ଅଟାକୁ ଆଣି ବ୍ୟବହାର କରୁ, ତାହା ରୋଗର କାରକ ହୋଇଥାଏ।
କ’ଣ କହୁଛି ଆୟୁର୍ବେଦ
ଆୟୁର୍ବେଦ ମଧ୍ୟ ଏହା କହୁଛି ଯେ ସବୁବେଳେ ସତେଜ ଅଟା ବ୍ୟବହାର କରିବା ଉଚିତ। କେବେ ବି ଅଟା ଚକଟାକୁ ଫ୍ରିଜ ଭିତରେ ରଖନ୍ତୁ ନାହିଁ। ବାସୀ ଅଟାରେ ପ୍ରସ୍ତୁତ ରୁଟି ତାଜା ଅଟା ଭଳି ହୋଇ ନ ଥାଏ।
ଧାର୍ମିକ କାରଣ
ଶାସ୍ତ୍ରରେ ବି କୁହାଯାଇଛି ଯେ, ବାସୀ ଭୋଜନ ଭୂତଙ୍କ ଭୋଜନ। ଅନେକ ଲୋକ ଏହା କୁହନ୍ତି ଯେ, ଯଦି ଆମେ ବଳକା ଅଟା ଚକଟାକୁ ଫ୍ରିଜ ଭିତରେ ରଖିଦେଉ, ତା’ହେଲେ ତାହା ପିଣ୍ଡ ସମାନ ହୋଇଯାଏ। ଆଉ ସେତେବେଳେ ଭୂତ-ପ୍ରେତ ସେହି ପିଣ୍ଡକୁ ଭକ୍ଷଣ କରିବା ପାଇଁ ଘର ଭିତରକୁ ପ୍ରବେଶ କରିବା ଆରମ୍ଭ କରିଦିଅନ୍ତି। ଯେଉଁ ପରିବାରରେ ଏହି ପ୍ରକାରର ଅଭ୍ୟାସ ରହିଥାଏ, ସେମାନେ କିଛି ନା କିଛି ରୋଗ, ପୀଡ଼ା କିମ୍ବା ଆଳସର ବଶବର୍ତ୍ତୀ ହୋଇଥାଆନ୍ତି।
ଅନ୍ୟପକ୍ଷରେ ବାସୀ ରୁଟି ଖାଇବା ଦ୍ବାରା କେତେଜଣଙ୍କଠାରେ ଗ୍ୟାସ ସମସ୍ୟା ଦେଖାଯାଇଥାଏ। ତେଣୁ ଏହାଠୁ ଉତ୍ତମ, ଯେବେ ଆପଣଙ୍କର ଦରକାର, ସେତେବେଳେ ହିଁ ଅଟା ଦଳନ୍ତୁ ଏବଂ ଆବଶ୍ୟକ ଅନୁସାରେ ରୁଟି ବନାନ୍ତୁ।
