fbpx

ଘରେ ଟମାଟୋ ପିଆଜ ସରିଯାଇଛି କି? ଗ୍ରେଭି କେମିତି କରିବେ ଜାଣନ୍ତୁ…

ଭୁବନେଶ୍ୱର:(ଓଡିଶା ଭାସ୍କର):ବ୍ୟଞ୍ଜନ ପ୍ରସ୍ତୁତ ପାଇଁ ଆମେ ସାଧାରଣତଃ ପିଆଜ ଓ ଟମାଟୋ ଆବଶ୍ୟକ କରୁ । ପ୍ରାୟ ପ୍ରତିଘରେ ଏହି ଦୁଇଟି ନିହାତି ଥିବ । କିନ୍ତୁ କୌଣସି କାରଣରୁ ଆପଣ ବଜାର ଯାଇନପାରି ପରିବା ଆଣି ନାହାନ୍ତି କିମ୍ବା ଘରକୁ ହଠାତ୍ ଲୋକେ ଆସିଛନ୍ତି; ଠିକ୍ ସେତିକି ବେଳକୁ ଆପଣଙ୍କ ପାଖରେ ଏହି ଦୁଇଟି ଜିନିଷ ନାହିଁ । ତେବେ ଆପଣ କଣ କରିବେ? ଭାବୁଥିବେ ହୋଟେଲ କିମ୍ବା ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର କରିବେ ବୋଲି! ତେବେ ଆମେ ଆପଣଙ୍କୁ ଏକ ସହଜ ମାଧ୍ୟମ କହୁଛୁ, ଯାହା ପିଆଜ ଓ ଟମାଟୋର ଆବଶ୍ୟକର ବିକଳ୍ପ ଭାବେ ବଢ଼ିଆ କାମରେ ଆସିବ ।
ପିଆଜ ଓ ଟମାଟୋ ବିନା ସ୍ୱାଦିଷ୍ଟ ଗ୍ରେଭିରେ ରେଷ୍ଟୁରାଣ୍ଟ ପରି ବନାନ୍ତୁ ବ୍ୟଞ୍ଜନ ।

କେମିତି ଓ କଣ କରିବେ:

• ଘରେ ପିଆଜ ଟମାଟୋ ନାହିଁ କିନ୍ତୁ ଫ୍ରିଜ୍ରେ ପିଜ୍ଜା କିମ୍ବା ପାସ୍ତାର ସସ୍ ଅଛି ତ… ବାସ୍ ଆପଣଙ୍କର ଟେନସନ୍ ଦୂର ହେଲା । ଗ୍ରେଭି ବନାଇବା ପାଇଁ ଏହାକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ । ଏହାର ବିଭିନ୍ନ ପ୍ରକାରର ଫ୍ଲେବର ମଧ୍ୟ ଉପଲବ୍ଧ । ଯଦି ରାଗ ଅଧିକ ହୋଇଯାଇଛି ତେବେ ପାଣି ସାହାଯ୍ୟରେ ଗ୍ରେଭିକୁ ପତଳା କରିପାରିବେ ।

• ପିଆଜ ଓ ଟମାଟୋର ଅଭାବ ଦୂର କରିବାରେ ସାହଯ୍ୟ କରିବା ଶାହି ଗ୍ରେଭି । ଏହାକୁ ପ୍ରସ୍ତୁତ କରିବା ପାଇଁ କାଜୁକୁ ଗ୍ରାଇଣ୍ଡିଙ୍ଗ କରି ବ୍ୟବହାର କରିପାରିବେ । ଯଦି ଆପଣଙ୍କ ଘରେ କାଜୁ ନାହିଁ ତେବେ ଆପଣ ବାଦାମ ଓ ଧଳା ରାଶିକୁ ଭାଜି ତାକୁ ଗ୍ରାଇଣ୍ଡିଙ୍ଗ କରି ବ୍ୟବହାର କରିପାରିବେ ।

• ନଡ଼ିଆକରୋ ମଧ୍ୟ ଏହି ଗ୍ରେଭିରେ ପକାଇଲେ ଏହା ନିଆରା ସ୍ୱାଦ ସହିତ ଭିନ୍ନ ଦେଖାଯିବ ।

• ଆପଣ ଏହି ଗ୍ରେଭିରେ ଚାରୁମଗଜ ମଧ୍ୟ ବ୍ୟବହାର କରିପାରିବେ । ଏହା ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଖାଦ୍ୟ ଥାଳି ଏହ ନିଆର ସ୍ୱାଦ ଦେବ ।

• ଏହି ଗ୍ରେଭିରେ କ୍ଷୀର ଅପେକ୍ଷା ଦହି ଅଧିକ ସମୟ ରହିଥାଏ । ଏଥିପାଇଁ ଗ୍ରେଭିରେ ଦହିର ବ୍ୟବହାର କରନ୍ତୁ । ଦହିର ବ୍ୟବହାର କରିବା ଦ୍ୱାରା ଗ୍ରେଭିରେ କ୍ରିମର ସ୍ୱାଦ ସହିତ ବହଳିଆ ଆସିଥାଏ ।

Get real time updates directly on you device, subscribe now.