fbpx

ବିଳମ୍ବ ହେଉଛି କି ବିବାହ ? ପୁଅ ଏବଂ ଝିଅମାନେ ଏହି ପଦକ୍ଷେପ ନେବା ଉଚିତ୍, ଶୀଘ୍ର ମନସ୍କାମନା ପୁରଣ ହେବ

ଓଡ଼ିଶା ଭାସ୍କର: ଜ୍ୟୋତିଷଙ୍କ ଅନୁଯାୟୀ, ରାଶିଫଳରେ ପରିବର୍ତ୍ତିତ ଗତିବିଧି ବିବାହରେ ବାଧା ସୃଷ୍ଟି କରେ। ପ୍ରାୟତଃ ସମ୍ପର୍କ ମନ ଅନୁଯାୟୀ ମିଳି ନଥାଏ ଏବଂ ସମ୍ପର୍କ ମିଳୁଥିଲେ ମଧ୍ୟ ଦ୍ୱନ୍ଦ୍ୱ ପରିସ୍ଥିତି ରହିଥାଏ। କିନ୍ତୁ ସଠିକ୍ ଜ୍ୟୋତିଷ ଶାସ୍ତ୍ର ଉପାୟରେ ଗ୍ରହଙ୍କ ଦୋଷକୁ ଦୂର କରିହେବ। ଏହା ସହିତ ଅନ୍ୟ କିଛି ଉପାୟ ପାଳନ କଲେ ବିବାହରେ ବିଳମ୍ବ ହେବ ନାହିଁ। ଏହି ଉପାୟ ଯଦି ଗୁରୁ ପୁଷ୍ୟର ଶୁଭ ମୁହୂର୍ତ୍ତରେ କରାଯିବ ତେବେ ମନସ୍କାମନା ଖୁବ୍ ଶୀଘ୍ର ପୂର୍ଣ୍ଣ ହେବ। ତେବେ ଆସନ୍ତୁ ଜାଣିବା ଏହିସବୁ ଉପାୟ।

ଉପାୟ:

  • ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦିଆ କପଡା ରଖି ଦେବଗୁରୁ ବୃହସ୍ପତି ଏବଂ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ । ଯଦି ଏହା ସମ୍ଭବପର ନୁହେଁ ତେବେ କଦଳୀ ପତ୍ରରେ ମଧ୍ୟ ଉଭୟ ଭଗବାନଙ୍କ ପ୍ରତିମା ସ୍ଥାପିତ କରିପାରିବେ।
  • ଗାଈ କ୍ଷୀରରେ ବୃହସ୍ପତି ଓବିଷ୍ଣୁଙ୍କ ଅଭିଷେକ କରି ହଳଦିଆ ଫୁଲ, ହଳଦିଆ ଚନ୍ଦନ, ଗୁଡ, ଚଣାଡାଲି, ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ।
  • ଭଗବାନଙ୍କୁ ପ୍ରସାଦରେ ହଳଦିଆ ରନ୍ଧାଖାଦ୍ୟ ଏବଂ ହଳଦିଆ ଫଳ ଅର୍ପଣ କରନ୍ତୁ।
  • ଏହିଭଳି ପୂଜା କରିବା ପରେ ଦେବଗୁରୁ ବୃହସ୍ପତି ଏବଂ ଭଗବାନ ବିଷ୍ଣୁଙ୍କ ଆରତି ଗାଈର ଶୁଦ୍ଧ ଘିଅରେ ଦୀପ ଲଗାଇ କରନ୍ତୁ।
  • ଏହିଭଳି ଗୁରୁ ପୁଷ୍ୟ ଯୋଗରେ ପୂଜା କରିବା ଦ୍ବାରା ଗୁରୁର ଅଶୁଭ ପ୍ରଭାବ ଟଳିଥାଏ ଏବଂ ଶୁଭ ଫଳ ମିଳିବାକୁ ଲାଗିଥାଏ । ଏହାସହ ବିବାହର ଯୋଗ ମଧ୍ୟ ପଡିବାକୁ ଲାଗିଥାଏ ।

Get real time updates directly on you device, subscribe now.