fbpx

ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର,୧୧ ।୨(ଓଡିଶା ଭାସ୍କର) : ଆଇଏସଆଇ ଲିଙ୍କରେ ଗିରଫ ହୋଇଥିବା ଈଶ୍ୱର ବେହେରାକୁ ଦୋଷୀ ସାବ୍ୟସ୍ତ ହୋଇଛି । ଈଶ୍ୱରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବାଲେଶ୍ୱର ଏଡିଜେ କୋର୍ଟ । ଦେଶଦ୍ରୋହ ଅପରାଦରେ ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛି । ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଏଡିଜେ କୋର୍ଟ । ୨୦୧୫ ଜାନୁଆରୀ ୨୨ରେ ଈଶ୍ୱରକୁ ଗିରଫ କରିଥିଲା ଚାନ୍ଦିପୁର ପୋଲିସ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ସୂଚନା ଦେଉଥିବା ପ୍ରମାଣିତ ହୋଇଥିଲା । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ସମସ୍ତ ତଥ୍ୟ ଯୋଗାଉଥିଲା ଈଶ୍ୱର । ୧୨୦ଏ, ୧୨୦ବି,୧୨୧ ଓ ସେକ୍ସନ ୩,୪,୫ରେ ଦୋଷୀ ସାବ୍ୟସ୍ତ ହୋଇଥିଲା ଈଶ୍ୱର ବେହେରା ।

Get real time updates directly on you device, subscribe now.