ଇରାନକୁ ପରମାଣୁ ବୋମା ଶକ୍ତିରୁ ରୋକିବାକୁ ଭାରତର ସହାୟତା ଲୋଡ଼ିଲା ଇସ୍ରାଏଲ୍

ଜୟଶଙ୍କରଙ୍କ ସହ କଥା ହେଲେ ଗିଦୋନ ସାର, ବିଶ୍ୱ ଅର୍ଥନୀତି ପାଇଁ ଚିନ୍ତା ପ୍ରକଟ

ନୂଆଦିଲ୍ଲୀ : ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଗିଦୋନ ସାର ମଙ୍ଗଳବାର ଦିନ ଭାରତର ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କରଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ପଶ୍ଚିମ ଏସିଆରେ ବିଗୁଡୁଥିବା ପରିସ୍ଥିତି ଖାସ କରି ଇରାନ, ଲେବାନନ ଏବଂ ହର୍ମୁଜ ପ୍ରଣାଳୀରେ ସୁରକ୍ଷା ସମ୍ବୋଧିତ ଆହ୍ୱାନକୁ ନେଇ ବିସ୍ତାର ଭାବେ ଆଲୋଚନା ହୋଇଥିଲା । ଏ ସଂପର୍କରେ ସୂଚନା ଦେଇ ଇସ୍ରାଏଲ ବିଦେଶ ମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଫୋଷ୍ଟ କରିଛନ୍ତି ।

ଗାର କହିଛନ୍ତି ଯେ, ଆନ୍ତର୍ଜାତିକ ସମୁଦାୟଙ୍କ ସୁରକ୍ଷା ଲାଗି ଇରାନକୁ ପରମାଣୁ ବୋମା ହାସଲ କରିବାରେ ରୋକିବା ଅତ୍ୟନ୍ତ ଅନିବାର୍ଯ୍ୟ ଅଟେ । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, “ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଭାରତର ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କରଙ୍କ ସହ ସୁଖଃଦ ଆଲୋଚନା ହୋଇଥିଲା । ଆମେ ଇରାନ, ହମୁର୍ଜ ପ୍ରଣାଳୀ ଏବଂ ଲେବାନନ ଉପରେ ଆଲୋଚନା କରିଥିଲୁ । ମୁଁ କହିଥିଲି ଯେ, ଇରାନକୁ ପରମାଣୁ ଅସ୍ତ୍ରଶସ୍ତ୍ର ଶକ୍ତି ସଂପନ୍ନ ରୋକିବା ପାଇଁ ଥିବା ସର୍ତ୍ତାବଳୀ ଉପରେ ଆଲୋଚନା କରିବାବେଳେ ଆମେରିକାର ସ୍ପଷ୍ଟ ଆଭିମୁଖ୍ୟ ଆନ୍ତର୍ଜାତିୟ ସମୁଦାୟ ପାଇଁ ଅତ୍ୟନ୍ତ ଜରୁରୀ ”

ଗାର କହିଥିଲେ ଯେ, ଇରାନ ପକ୍ଷରୁ ନୌବାଣଜ୍ୟ ଯାତାୟତ ସମୟରେ ସୃଷ୍ଟି କରାଯାଉଥିବା ବାଧା ସାରା ବିଶ୍ୱର ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଉଛି । ବର୍ତ୍ତମାନ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ଜରୁରୀ ଅଟେ, ଯାହା ଦ୍ୱାରା ଭାରତ ଏବଂ ଉପସାଗରିୟ ଦେଶ ଗୁଡିକ ସମେତ ସମସ୍ତ ରାଷ୍ଟ୍ରର ବାଣିଜ୍ୟିକ ଯାହାଜ ଗୁଡିକ ସୁରକ୍ଷିତ ଭାବେ ଯାତାୟାତ କରିପାରିବ । ସେପଟେ ଲେବାନନସ୍ଥିତି ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ଏହା ପୂର୍ବରୁ, ଇରାନର ବନ୍ଦରଗୁଡ଼ିକ ଉପରେ ଆମେରିକାର କଟକଣା ଜାରି ରହିଥିବା ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ଦିନ କୁଏତ ଏବଂ ସିଙ୍ଗାପୁରର ବୈଦେଶିକ ମନ୍ତ୍ରୀଙ୍କ ସହ ପଶ୍ଚିମ ଏସିଆ ସଙ୍କଟ ବିଷୟରେ ଆଲୋଚନା କରିଛନ୍ତି। କୁଏତର ବୈଦେଶିକ ମନ୍ତ୍ରୀ ଶେଖ ଜରାହ ଜାବେର ଅଲ-ଅହମ୍ମଦ ଅଲ-ସବାଙ୍କ ସହ କଥାବାର୍ତ୍ତା ବେଳେ ଜୟଶଙ୍କର ସେଠାରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ବିଷୟରେ ମଧ୍ୟ ପଚାରି ବୁଝିଥିଲେ।

ଜୟଶଙ୍କର ସୋସିଆଲ ମିଡିଆରେ ଲେଖିଛନ୍ତି, “କୁଏତର ବୈଦେଶିକ ମନ୍ତ୍ରୀ ଶେଖ ଜରାହ ଜାବେର ଅଲ-ଅହମ୍ମଦ ଅଲ-ସବାଙ୍କ ସହ ସଫଳ ଆଲୋଚନା ହେଲା। ଏହି କଥାବାର୍ତ୍ତା ଆଞ୍ଚଳିକ ପରିସ୍ଥିତି ଏବଂ ଭାରତୀୟ ସମୁଦାୟର କଲ୍ୟାଣ ଉପରେ କେନ୍ଦ୍ରିତ ଥିଲା।” ଏହାପରେ ସେ ସିଙ୍ଗାପୁରର ବୈଦେଶିକ ମନ୍ତ୍ରୀ ବିଭିଆନ ବାଲକ୍ରିଷ୍ଣନଙ୍କ ସହ ପଶ୍ଚିମ ଏସିଆ ସଂଘର୍ଷ ଏବଂ ଏହାର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ। ସେ କହିଛନ୍ତି, “ସିଙ୍ଗାପୁରର ବୈଦେଶିକ ମନ୍ତ୍ରୀ ବିଭିଆନ ବାଲାଙ୍କ ସହ କଥା ହେବା ସବୁବେଳେ ଭଲ ଲାଗେ। ଆମର ଆଲୋଚନା ପଶ୍ଚିମ ଏସିଆ ସଂଘର୍ଷ ଏବଂ ତା’ର ପ୍ରଭାବ ଉପରେ ଆଧାରିତ ଥିଲା।”