fbpx

ଇସ୍ରାଏଲ୍‌ରେ ଶେଷ ହେଲା ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଶାସନ, ପ୍ରଧାନମନ୍ତ୍ରୀ ଭାବେ ମଙ୍ଗ ଧରିଲେ ନେଫ୍‌ତାଲି ବେନେଟ୍‌

ଜେରୁଜେଲମ୍‌,(ଓଡ଼ିଶା ଭାସ୍କର): ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ପଦରୁ ହଟିଛନ୍ତି ବେଞ୍ଜାମିନ୍‌ ନେତାନ୍ୟାହୁ। ନେଫ୍‌ତାଲି ବେନେଟ୍‌ ହୋଇଛନ୍ତି ଇସ୍ରାଏଲ୍‌ର ନୂତନ ପ୍ରଧାନମନ୍ତ୍ରୀ । ଫଳରେ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଶାସନ କାଳର ଅନ୍ତ ଘଟିଛି । ଇସ୍ରାଏଲ୍‌ରେ ନେତାନ୍ୟାହୁ ସବୁଠାରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଚଳିତ ବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ନିର୍ବାଚନରେ ନେତାନ୍ୟାହୁଙ୍କ ଦଳ ଲିକୁଡ୍‌କୁ ବହୁମତ ମିଳିନଥିଲା । କିନ୍ତୁ ନିର୍ବାଚନରେ ଦ୍ୱିତୀୟ ସର୍ବାଧିକ ଆସନ ହାସଲ କରିଥିବାରୁ ଇସ୍ରାଏଲ୍‌ ରାଷ୍ଟ୍ରତି ରୁବେନ୍‌ ରିବଲିନ୍‌ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ପୁଣିଥରେ ସରକାର ଗଠନ କରିବାକୁ କହିଥିଲେ । କିନ୍ତୁ ବିରୋଧି ରାଜନୈତିକ ଦଳ ଗୁଡ଼ିକ ମେଣ୍ଟ କରି ସରକାର ଗଠନ କରିବାକୁ ସହମତ ହେବା ପରେ ନେତାନ୍ୟାହୁଙ୍କୁ ପଦ ଛାଡ଼ିବାକୁ ପଡ଼ିଛି ।

Get real time updates directly on you device, subscribe now.