fbpx

ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କଲା ଇସ୍ରୋ: ବ୍ରିଟେନର ୩୬ ଟି ଉପଗ୍ରହ ସହିତ ଭାରୀ LVM3 ରକେଟ୍ ଉତକ୍ଷେପଣ

ନୂଆଦିଲ୍ଲୀ: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ବ୍ରିଟେନର ନେଟୱାର୍କ ଆକ୍ସେସ୍ ଆସୋସିଏଟେଡ୍ ଲିମିଟେଡ୍ (ୱାନୱେବ) ର ୩୬ ଟି ଉପଗ୍ରହ ନେଇ ଲଞ୍ଚ ଭେଇକିଲ୍ ମାର୍କ -୩ (LVM-III) ରକେଟ୍ ଉତକ୍ଷେପଣ କରିଛି। ଏହି ରକେଟ୍ ଉତକ୍ଷେପଣ ପ୍ରକ୍ରିୟା ସକାଳ ୮.୩୦ ରୁ ଆରମ୍ଭ ହୋଇଥିଲା। ଏହା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା। ଫେବୃଆରୀରେ SSLV-D2 / EOS07 ମିଶନର ସଫଳ ଉନ୍ମୋଚନ ପରେ ଚଳିତ ବର୍ଷ ISRO ପାଇଁ ଏହା ହେଉଛି ଦ୍ୱିତୀୟ ସଫଳ ଲଞ୍ଚ।

ଇସ୍ରୋ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ୪୩ ମିଟରୁ ଅଧିକ ଲମ୍ବର ଏହି ରକେଟ୍ ବ୍ରିଟେନ୍‌ର ୩୬ ଟି ଉପଗ୍ରହକୁ ଧରି ମହାକାଶକୁ ଯାତ୍ରା କରିଛି। ଏହି ଉପଗ୍ରହ ଗୁଡ଼ିକୁ ନେଇ ଯାଉଥିବା LVM3ର ଓଜନ ପ୍ରାୟ ୮୦୫ ଟନ୍ ଅଟେ । ଏହି ମିଶନକୁ LVM3-M3/OneWeb India-2 ନାଁ ଦିଆଯାଇଛି । ଏହି ମିଶନ୍ ଲଞ୍ଚ ସମ୍ପର୍କରେ ଇସ୍ରୋ ଟ୍ୱିଟରରେ ସୂଚନା ଦେଇଛି।

LVM3 ହେଉଛି ଇସ୍ରୋର ସବୁଠାରୁ ଓଜନିଆ ରକେଟ୍ । ଏହାର ସାହାଯ୍ୟରେ ଏପର୍ଯ୍ୟନ୍ତ ୫ ଥର ସଫଳ ଉଡ଼ାଣ ଭରି ସାରିଛି । ଯେଉଁଥିରେ ଚନ୍ଦ୍ରଯାନ-୨ ମଧ୍ୟ ସାମିଲ। ବ୍ରିଟେନ୍‌ର ୱାନୱେବ ଗ୍ରୁପ୍ ସହିତ ଇସ୍ରୋର କମର୍ସିଆଲ ଶାଖା ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ୭୨ ଓପଗ୍ରହ ଲଞ୍ଚ କରିବାକୁ ଚୁକ୍ତି ହୋଇଛି ।

Get real time updates directly on you device, subscribe now.