fbpx

ଛଟେଇ ମଧ୍ୟରେ ଆଶ୍ଵସ୍ତିକର ଖବର ! ନିକଟରେ ୨ ଲକ୍ଷ ଲୋକଙ୍କୁ ମିଳିବ ନିଯୁକ୍ତି : ଇନଫୋସିସ ସହ ପ୍ରତିଷ୍ଠାତା

ନୂଆଦିଲ୍ଲୀ: ଯେଉଁଠି ସମଗ୍ର ଦୁନିଆରେ ବଡ ବଡ କମ୍ପାନି କର୍ମଚାରୀଙ୍କ ଛଟେଇ କରୁଛନ୍ତି, ସେହି ସମୟରେ ଆସିଛି ଏକ ଆଶ୍ଵସ୍ତିକର ଖବର। ଆଗାମୀ ଦିନରେ ଆଇଟି କ୍ଷେତ୍ରରେ ଦୁଇ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି କହିଛନ୍ତି କମ୍ପାନିର ସହ ପ୍ରତିଷ୍ଠାତା କ୍ରିସ୍ ଗୋପାଲକୃଷ୍ଣନ। ସେ କହିଛନ୍ତି, ନିକଟ ସମୟରେ ମୁଁ ଆଇଟି ସେକ୍ଟରକୁ ନେଇ ବହୁତ ଆଶାବାଦୀ ରହିଛି। କୋଭିଡ୍ ସମୟରେ ଡିଜିଟାଲ୍ ଜ୍ଞାନ କୌଶଳର ବ୍ୟବହାର ଅଦ୍ଭୁତପୂର୍ବ ବୃଦ୍ଧି ଘଟିଛି। ଉଭୟ ବ୍ୟବସାୟ ଏବଂ ଆମର ଦୈନନ୍ଦୀନ ଜୀବନରେ ଏହାର ବହୁଳ ବ୍ୟବହାର କରାଯାଉଛି।

ବେଙ୍ଗାଲୁରୁରେ ଆୟୋଜିତ ଏକ ସମିଟରେ ସେ କହିଛନ୍ତି, ମହାମାରୀ ସମୟରେ ଡିଜିଟାଲୀକରଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏଥିରେ ଭାରତୀୟ ଆଇଟି ସେବାରେ ବିଶ୍ଵର କାରବାର ଏବଂ ବହୁରାଷ୍ଟ୍ରୀୟ କମ୍ପାନିର ବିଶ୍ଵାସ ଆମ ପ୍ରତି ବୃଦ୍ଧି ପାଇଛି। ସଂପ୍ରତି ଆଇଟି ଉଦ୍ୟୋଗ ଅନେକ ପ୍ରକାରର ଆହ୍ଵାନର ସମ୍ମୁଖୀନ ହେଉଛି। ଏଥିରେ କର୍ମଚାରୀଙ୍କ ଛଟେଇ, ମୁନ ଲାଇଟିଂ ଏବଂ କର୍ମଚାରୀଙ୍କ କାର୍ଯ୍ୟାଳୟ କୁ ପୁନର୍ବାର ଫେରିବା ସାମିଲ୍। ତଥାପି ଉଦ୍ୟୋଗ ଏସବୁର ସମ୍ମୁଖୀନ ହୋଇ ବିକାଶ କାର୍ଯ୍ୟ ଜାରି ରଖିବ। ମୋର ବିଶ୍ଵାସ ଆଇଟି ସେକ୍ଟର  ନିକଟ ସମୟରେ ଅତି କମରେ ୨ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ମିଳିବ ।

ଇନଫୋସିସର ସହ ପ୍ରତିଷ୍ଠାତା କହିଛନ୍ତି, ଆଇଟି ଉଦ୍ୟୋଗଙ୍କୁ ଡାଟା ସୁରକ୍ଷା ଏବଂ ଗୋପନୀୟତାର ସୁରକ୍ଷା ପ୍ରସଙ୍ଗର ସମାଧାନ କରିବାକୁ ପଡିବ। ଏହା ଆଇଟି ଉଦ୍ୟୋଗ ପାଇଁ ବହୁତ ରୋମାଞ୍ଚକର ଅବଧି। ମୋ ମତରେ ଆଗାମୀ ୨୫ ବର୍ଷ ଗତ ୨୫ ବର୍ଷ ତୁଳନାରେ ଆହୁରି ଉନ୍ନତ ହେବାକୁ ଯାଉଛି।

ସେ କହିଛନ୍ତି, ଅଧିକାଂଶ ବଡ ବଡ ଆଇଟି କମ୍ପାନି ମୁନଲାଇଟିଂ ବିରୋଧରେ ଅଛନ୍ତି ଏବଂ ଏହାକୁ କର୍ମଚାରୀଙ୍କ ଦ୍ଵାରା କମ୍ପାନିକୁ ଧୋକା ନଜରରେ ଦେଖାଯାଉଛି। ଏହି ପ୍ରସଙ୍ଗକୁ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ମଧ୍ୟରେ ହୋଇଥିବା କଣ୍ଟ୍ରାକ୍ଟର ପରିଦୃଶ୍ୟକୁ ଦେଖିବା ଉଚିତ୍ ହେବ। ଏହା ଉଭୟ ପକ୍ଷଙ୍କ ମଧ୍ୟରେ ହୋଇଥିବା ଅନୁବନ୍ଧର ପ୍ରସଙ୍ଗ। ତେଣୁ ଏହା ସୁନିଶ୍ଚିତ କରାଯିବା ଉଚିତ୍ ଯେ, କର୍ମଚାରୀ ଚୁକ୍ତିର ପାଳନ କରୁଛନ୍ତି ନା ନାହିଁ।

Get real time updates directly on you device, subscribe now.