fbpx

ମହଙ୍ଗା ପଡ଼ିଲା ଯୁବତୀଙ୍କୁ କମେଣ୍ଟ ମାରିବା: ପ୍ରବଳ ଛେଚିବା ସହ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଲେ ଗ୍ରାମବାସୀ

ଅନୁଗୁଳ: ମହଙ୍ଗା ପଡିଲା ଝିଅ ବୋହୂକୁ କମେଣ୍ଟ ମାରିବା। ଯୁବକଙ୍କୁ କାବୁ କରି କଙ୍ଗାରୁ କୋର୍ଟରେ ଲଣ୍ଡା କରିଦେଲେ ଗାଁ ଲୋକ। ଖାଲି ଏତିକି ନୁହେଁ ଯୁବକଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଥିଲେ ଗ୍ରାମବାସୀ। ତେବେ ଏନେଇ ପୋଲିସ ଖବର ପାଇ ଗାଁ ରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛି। ଏହାପରେ ଅନ୍ୟ ଦୁଇ ଯୁବକଙ୍କୁ ଆଣି ଥାନାରେ ଅଟକ ରଖିଛି। ଆଜି ତାଳଚେର ବ୍ଲକ୍ ଅନ୍ତର୍ଗତ କଣ୍ଢାଳ ଗ୍ରାମ ପଞ୍ଚାୟତରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।

ଖବର ଅନୁସାରେ ବାଳୁଙ୍ଗା ଗାଁର ଯୁବତୀମାନେ କଲେଜକୁ ପଢିବାକୁ ଯିବାବେଳେ କିଛି ଯୁବକ ସେମାନଙ୍କୁ କମେଣ୍ଟ ମାରୁଥିଲେ। ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ପରେ ଯୁବତୀମାନେ ଏହି ବିଷୟରେ ଗାଁରେ ଜଣାଇଥିଲେ। ଏହା ସହିତ ବିଭିନ୍ନ ସମୟରେ ଝିଅ ବୋହୂ ମାନେ ଗାଧୋଇବାକୁ ଯାଉଥିବବେଳେ ବେଳେ ଏହି ଯୁବକ ଝିଅ ବୋହୂଙ୍କୁ ଲାଇନ ମାରିବା ସହ ଉଣ୍ଡି ବସୁଥିଲେ। ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସିବା ପରେ ଲୋକମାନୋ ଏକାଠି ହୋଇ ଆଜି ଯୁବକଙ୍କୁ ଛକିଥିଲେ। ଆଜି ପୁଣି ଯୁବତୀ ମାନଙ୍କୁ କମେଣ୍ଟ କଲା ବେଳେ ଗାଁ ଲୋକ ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଖସିଯାଇଥିଲେ। କିନ୍ତୁ ଜଣେ ଯୁବକଙ୍କୁ ଗାଁ ଲୋକ କାବୁ ଆଜି ଲୋକେ ଉତ୍ୟକ୍ତ ହୋଇ ଯୁବକ କାବୁ କରି ମାଡ ମାରିବା ସହିତ ଏପରି କରିଥିବା ସୂଚନା ମିଳିଛି।

Get real time updates directly on you device, subscribe now.