fbpx

ଇଟାଲି ୟୁରୋ କପ୍-୨୦୨୦ ଚାମ୍ପିୟନ୍

ନୂଆଦିଲ୍ଲୀ: ଇଟାଲି ହୋଇଛି ଉଫା ୟୁରୋ କପ୍-୨୦୨୦ ଚାମ୍ପିଅନ । ଘରୋଇ ଟିମ୍ ଇଂଲଣ୍ଡକୁ ହରାଇ ଇଟାଲି ଏହି ବିଜୟ ହାସଲ କରିଛି । ଫଳରେ ଘରୋଇ ମାଟିରେ ଇଂଲଣ୍ଡର ଟାଇଟଲ ଆଶା ଧୂଳିସାତ ହୋଇଯାଇଛି । ପେନାଲ୍ଟି ସୁଟଆଉଟରେ ଇଟାଲି ୩-୨ରେ ଇଂଲଣ୍ଡକୁ ପରାସ୍ତ କରିଛି ।

ତେବେ ମ୍ୟାଚ ଆରମ୍ଭରୁ ଇଂଲଣ୍ଡ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା । ପ୍ରଥମ ଦୁଇ ମିନିଟ ମଧ୍ୟରେ ୧-୦ରେ ଦଳ ଅଗ୍ରହଣୀ ରହିଥିଲା । ମାତ୍ର ମ୍ୟାଚର ୬୭ତମ ମିନିଟରେ ଇଟାଲି ମ୍ୟାଚର ସ୍ଥିତିକୁ ୧-୧ ରଖିବାରେ ସମର୍ଥ ହୋଇଥିଲା । ଏହାପରେ ୩୦ ମିନିଟ ମଧ୍ୟରେ ଉଭୟ ଦଳ କେହି କାହାକୁ ଗୋଲ୍ ଦେଇନଥିଲେ । ତେଣୁ ପେନାଲ୍ଟି ସୁଟଆଉଟ୍ ଆରମ୍ଭ ହୋଇଇଥିଲା । ଇଂଲଣ୍ଡ ଫାଇନାଲରେ ପହଞ୍ଚିବା ପରେ ସେଠାରେ ଦର୍ଶକମାନେ ଷ୍ଟାଡିୟମ ବାହାରେ ପ୍ରବଳ ଭିଡ଼ ଜମାଇ ଦଳକୁ ଉତ୍ସାହିତ କରିଥିଲେ । ମାତ୍ର ୫୫ ବର୍ଷ ପରେ ଇଂଲଣ୍ଡର ଚାମ୍ପିଅନ ଆଶା ଚୁରମାର ହୋଇଯାଇଥିଲା ।

Get real time updates directly on you device, subscribe now.