+2 ପାସ୍ କରିଥିଲେ ଆଜି ହିଁ କରନ୍ତୁ ଆବେଦନ, ITBPରେ ନିଯୁକ୍ତି ସୁଯୋଗ, ୮୧ ହଜାର ଦରମା
ITBP ନିଯୁକ୍ତି ୨୦୨୬: ୩୭ଟି ହେଡ୍ କନଷ୍ଟେବଳ ପଦ ପାଇଁ ତୁରନ୍ତ କରନ୍ତୁ ଆବେଦନ
ଓଡ଼ିଶା ଭାସ୍କର ଡେସ୍କ: ଯଦି ଆପଣ ମଧ୍ୟ ଭାରତୀୟ ସେନାରେ ସାମିଲ ହେବାକୁ ସ୍ୱପ୍ନ ଦେଖୁଛନ୍ତି, ତେବେ ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ (ITBP) ପକ୍ଷରୁ ବାହାର କରାଯାଇଥିବା ନିଯୁକ୍ତି ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ସୁଯୋଗ। ITBP ପକ୍ଷରୁ ହେଡ୍ କନ୍ଷ୍ଟେବଲ୍ ପଦବୀଗୁଡ଼ିକ ପାଇଁ ଚାଲିଥିବା ଅନଲାଇନ୍ ଆବେଦନ ପ୍ରକ୍ରିୟା ଆଜି (ଅକ୍ଟୋବର ୨୭) ସମାପ୍ତ ହେବାକୁ ଯାଉଛି। ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଗତ ସେପ୍ଟେମ୍ବର ୨୮ ତାରିଖରୁ ଆରମ୍ଭ ହୋଇଥିଲା।
ଭର୍ତ୍ତି ସମ୍ପର୍କିତ ପଦବୀର ବିବରଣୀ: ITBP ପକ୍ଷରୁ ମୋଟ ୩୭ଟି ହେଡ୍ କନ୍ଷ୍ଟେବଲ୍ ପଦବୀ ପୂରଣ କରାଯିବ। ଏଥିରେ ହେଡ୍ କନ୍ଷ୍ଟେବଲ୍ର ୧୬ଟି ପଦ ଏବଂ ହେଡ୍ କନ୍ଷ୍ଟେବଲ୍ ମୋଟର ମେକାନିକ୍ର ୨୧ଟି ପଦ ସାମିଲ ରହିଛି।
ହେଡ୍ କନ୍ଷ୍ଟେବଲ୍ (ମୋଟ ୧୬ଟି ପଦ): ଜେନେରାଲ୍ କାଟାଗୋରୀ ପାଇଁ ୪ଟି, ଓବିସି (OBC) ପାଇଁ ୯ଟି, ଇଡବ୍ଲୁଏସ୍ (EWS) ପାଇଁ ୧ଟି ଏବଂ ଅନ୍ୟାନ୍ୟ ୨ଟି ପଦ ରହିଛି।
ହେଡ୍ କନ୍ଷ୍ଟେବଲ୍ ମୋଟର ମେକାନିକ୍ (ମୋଟ ୨୧ଟି ପଦ): ଜେନେରାଲ୍ ପାଇଁ ୭ଟି, ଓବିସି ପାଇଁ ୭ଟି, ଏସସି (SC) ପାଇଁ ୩ଟି ଏବଂ ଅନ୍ୟାନ୍ୟ ୪ଟି ପଦ ରହିଛି।
ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା: ITBP ହେଡ୍ କନ୍ଷ୍ଟେବଲ୍ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। ଏହା ସହିତ ସମ୍ପୃକ୍ତ ଟ୍ରେଡ୍ରେ ଆଇଟିଆଇ ସାର୍ଟିଫିକେଟ୍ ଏବଂ ୩ ବର୍ଷର ଅଭିଜ୍ଞତା ରହିବା ଜରୁରୀ।
ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ନିର୍ଦ୍ଧାରିତ କରାଯାଇଛି। ବୟସ ଗଣନା ଅକ୍ଟୋବର ୨୭, ୨୦୨୬କୁ ଆଧାର କରି କରାଯିବ ଏବଂ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ନିୟମାନୁଯାୟୀ ବୟସ ସୀମାରେ ଛାଡ଼ ମଧ୍ୟ ମିଳିବ।
କେତେ ମିଳିବ ଦରମା: ITBP ହେଡ୍ କନ୍ଷ୍ଟେବଲ୍ ଭାବେ ଚୟନ ହେଉଥିବା ପ୍ରାର୍ଥୀମାନଙ୍କୁ କେନ୍ଦ୍ର ସରକାରଙ୍କ ୭ମ ବେତନ ଆୟୋଗର ପେ’ ଲେଭଲ୍-୪ ଅନୁଯାୟୀ ଦରମା ପ୍ରଦାନ କରାଯିବ। ଏହି ଅନୁଯାୟୀ ଚୟନିତ ପ୍ରାର୍ଥୀଙ୍କ ମାସିକ ଦରମା ୨୫,୫୦୦ ଟଙ୍କାରୁ ଆରମ୍ଭ କରି ୮୧,୧୦୦ ଟଙ୍କା ପର୍ଯ୍ୟନ୍ତ ରହିବ। ଦରମା ବ୍ୟତୀତ ମହଙ୍ଗା ଭତ୍ତା, ମେଡିକାଲ୍ ସୁବିଧା ଏବଂ ଅନ୍ୟାନ୍ୟ ସୁରକ୍ଷା ଭତ୍ତା ମଧ୍ୟ ମିଳିବ।
କିପରି କରିବେ ଅନଲାଇନ୍ ଆବେଦନ:
- ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ recruitment.itbpolice.nic.in କୁ ଯାଅନ୍ତୁ।
- ହୋମ୍ ପେଜ୍ରେ ଦିଆଯାଇଥିବା ରେଜିଷ୍ଟ୍ରେସନ୍ ଲିଙ୍କ୍ରେ କ୍ଲିକ୍ କରି ନିଜର ପଞ୍ଜୀକରଣ କରନ୍ତୁ।
- ଲଗ୍ଇନ୍ କରିବା ପରେ ହେଡ୍ କନ୍ଷ୍ଟେବଲ୍ ରିକ୍ରୁଟମେଣ୍ଟ ଫର୍ମକୁ ସଠିକ୍ ଭାବରେ ପୂରଣ କରନ୍ତୁ।
- ଏହାପରେ ପାସପୋର୍ଟ ସାଇଜ୍ ଫଟୋ, ସ୍ୱାକ୍ଷର ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଅପଲୋଡ୍ କରନ୍ତୁ।
- ଆବେଦନ ଶୁକ୍ଳ ପୈଠ କରିବା ପରେ ଫର୍ମକୁ ଭଲ ଭାବରେ ଯାଞ୍ଚ କରି ସବମିଟ୍ କରନ୍ତୁ ଏବଂ ଏହାର କନ୍ଫର୍ମେସନ୍ ପେଜ୍ ଡାଉନଲୋଡ୍ କରି ରଖନ୍ତୁ।


