fbpx

କାଳିଆକୁ ହରାଇ ଜଗା ପାଇଲା ସୁଭଦ୍ରା; ଜାଣନ୍ତୁ ପୂରା ଖବର

ଓଡ଼ିଶା ଭାସ୍କର ବ୍ୟୁରୋ: ଏଇ ୬ ଦିନ ହେଲା ଆସିଛି ସୁଭଦ୍ରା। ହେଲେ କୋଉ ସ୍ଥାନକୁ ଜାଣନ୍ତି? କନ୍ଧମାଳ-ଫୁଲବାଣୀରେ ଭୂମିଷ୍ଠ ହୋଇଛି ସୁଭଦ୍ରା।

ହଁ, ସନ୍ଦେହରେ ରୁହନ୍ତୁନି; ଆମେ କହୁଛୁ #ଜଗା_କାଳିଆଙ୍କ କଥା। କନ୍ଧମାଳର #ଯୋଡ଼ାମୁଣ୍ଡ ଶିଶୁଙ୍କୁ ନେଇ ଦିନେ ସାରା ଦେଶରେ ହଇଚଇ ହେଲା। ଆଉ ସେମାନଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ଆଗଭର ହେଲେ। ଦିଲ୍ଲୀ AIIMS ରେ ଚାଲିଲା ଚିକିତ୍ସା। ରାଜ୍ୟବାସୀଙ୍କ ଶୁଭକାମନା ଓ ଡାକ୍ତରମାନଙ୍କ ସେବା ଏବଂ ରାଜ୍ୟ ସରକାରଙ୍କ ସହଯୋଗ ବଳରେ ଜଗା-କାଳିଆ ଅଲଗା ହେଲେ; ସୁସ୍ଥ ହେଲେ। ପରେ କଟକ SCB ଅଣାଗଲା। ହେଲେ ବିଧିର ବିଧାନ; ହଠାତ୍ କାଳିଆ ଦିନେ ଚାଲିଗଲା ବୋଲି ଖବର ଆସିଲା। ସବୁରି ମୁହଁ ଶୁଖିଗଲା; କାନ୍ଦ କାନ୍ଦ… ଭାଙ୍ଗିଗଲେ ବାପା-ମା’; ହେଲେ ଜଗା ଗଲା କନ୍ଧମାଳ। ଜିଲ୍ଲା ଚିକିତ୍ସାଳୟ ଫୁଲବାଣୀରେ ରହିଲା। ତା’ ସୌଭାଗ୍ୟ; ଏବେ କାଳିଆ ବଦଳରେ ସେ ପାଇଛି #ସୁଭଦ୍ରା; ଅର୍ଥାତ୍ ଭଉଣୀଟିଏ ପାଇଛି।

ସୂଚନା ଅନୁସାରେ; ୬ ଦିନ ହେଲା ସୁଭଦ୍ରା ଆସିଲାଣି। ଜଗା ବି ହସୁଛି ଖୁସିରେ। ବାପା-ମା’ ମଧ୍ୟ ହସହସ। ଲୋକେ କହୁଛନ୍ତି- ହେ! ପ୍ରଭୁ; ସବୁ ମଙ୍ଗଳ ହେଉ।

Get real time updates directly on you device, subscribe now.