fbpx

ଜଗଦୀପ ଧନଖଡ଼ ଭାରତବର୍ଷର ନୂଆ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ସମାପ୍ତ ହୋଇଛି । ଏହା ମଧ୍ୟରେ ଭୋଟ ଗଣତିର ଫଳାଫଳ ସାମ୍ନାକୁ ଆସିଛି । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ଧନଖଡ଼ ତାଙ୍କର ପ୍ରତିଦ୍ୱନ୍ଦୀ ବିପକ୍ଷ ମହାମେଣ୍ଟର ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରିଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ଧନଖଡ଼ଙ୍କୁ ୫୨୮ଟି ଓ ମାର୍ଗାରେଟଙ୍କୁ ୧୮୨ଟି ଭୋଟ ମିଳିଥିଲା ।

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ସମାପ୍ତ ହେବାକୁ ଯାଉଛି । ତେଣୁ ଧନଖଡ଼ ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ୧୧ରେ ଶପଥ ଗ୍ରହଣ କରିବେ । ଆଜି ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଭୋଟ ଗ୍ରହଣ ଚାଲିଥିଲା । ୫୦ରୁ ଅଧିକ ସାଂସଦ ଭୋଟଦାନରୁ ବିରତ ରହିଥିଲେ । ବିଜୟ ପରେ ଧନଖଡ଼ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ୭୮୦ ଜଣ ସାଂସଦଙ୍କ ତାଲିକା ଭୋଟିଂ ତାଲିକାରେ ରହିଥିଲା । ରାଜ୍ୟସଭାରେ ଖାଲିଥିବା ୮ ଜଣ ସାଂସଦଙ୍କ ସହ ଭୋଟ ବର୍ଜନ କରିଥିବା ୩୬ ଜଣ ତୃଣମୂଳ କଂଗ୍ରେସ ସାଂସଦ ମତଦାନ କରିନଥିଲେ । ସଂସଦର ଉଭୟ କକ୍ଷ ରାଜ୍ୟସଭା ଓ ଲୋକସଭାର ମୋଟ ୭୨୫ ଜଣ ସାଂସଦ ଭୋଟ ଦେଇଥିଲେ । ସଂସଦର ଦୁଇ ସଦନର ସଦସ୍ୟ ସଂଖ୍ୟା ୭୮୮ ହୋଇଥିବା ବେଳେ ରାଜ୍ୟସଭାର ୮ଟି ପଦ ଖାଲି ରହିଛି । ଏପରି ଭାବେ ୭୮୦ ଜଣ ସାଂସଦ ଭୋଟ ଦେବା ଯୋଗ୍ୟ ଥିଲେ ।

Get real time updates directly on you device, subscribe now.