fbpx

ଯାଜପୁର: କମେଣ୍ଟ ମରାକୁ ନେଇ ଛାତ୍ରୀଙ୍କୁ ହତ୍ୟା ଅଭିଯୋଗ, ଟ୍ୟୁସନ ଯାଇ ଘରକୁ ଫେରିଲାନି ଝିଅ

ବିଞ୍ଝାରପୁର: ଟ୍ୟୁସନ ଯାଇ ଘରକୁ ଫେରିଲାନି ଝିଅ, ଆସିଲା ମୃତଦେହ। ଝିଅର ସନ୍ଦେହ ଜଣକ ଅବସ୍ଥାରେ ମୃତ ଦେହ ମିଳିବା ପରେ ପରିବାର ଲୋକ ଆଣିଛନ୍ତି ହତ୍ୟା ଅଭିଯୋଗ। ସୂଚନା ଅନୁଯାଇ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଉତଙ୍ଗ ପଞ୍ଚାୟତ ବରିକୁଳ ଗ୍ରାମରେ ଘଟିଛି ଏହି ଘଟଣା। ଅମୁଲ୍ୟ ଦାସଙ୍କ ଝିଅ ଅମ୍ରିତା ଦାସ ଅମ୍ରିତା ସବୁଦିନ ପରି ଗତକାଲି ବାବଲ ପୁର ବିଷ୍ଣୁଚରଣ ପାଢିଙ୍କ ପାଖକୁ ଟିଉସନ ପାଇଁ ଯାଇଥିଲେ। ସନ୍ଧ୍ୟା ୬ଟା ବେଳେ ଟ୍ୟୁସନ ଛୁଟି ପରେ ବି ଅମ୍ରିତା ଘରକୁ ନଫେରିବାରୁ ଘର ଲୋକ ବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ। ପରେ ଅମ୍ରିତାଙ୍କ ମୃତ ଦେହ ଘରଠାରୁ ଦୁଇ କିଲୋମିଟର ଦୂରରେ ଏକ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା।

ଅନ୍ୟପଟରେ କିଛି ଅସାମାଜିକ ଯୁବକ ଅମ୍ରିତାଙ୍କୁ କମେଣ୍ଟ ମାରିବା ପରେ ଅମ୍ରିତା ଏବଂ ଯୁବକ ମାନଙ୍କ ମଧ୍ୟରେ ଝଗଡା ହେଇଥିବାର ଖବର ମଧ୍ୟ ଶୁଣିବାକୁ ମିଳିଛି। ଏହି ଝଗଡା ପରେ ଉକ୍ତ ଯୁବକ ମାନେ ଅମ୍ରିତାଙ୍କୁ ଧମକ ଦେବାସହ ‘ତୋତେ ଦେଖିନେବୁ’ କହିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ତେବେ ଏନେଇ ପରିବାର ଲୋକ ଦଶରଥପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟରେ ପୋଲିସ ଏଯାଏ ତଦନ୍ତ ଆରମ୍ଭ କରିନଥିବା ଜଣା ପଡିଛି।

Get real time updates directly on you device, subscribe now.