fbpx

କଂଗ୍ରେସ ନେତୃତ୍ୱକୁ ଧୋକା ଦେଇଛନ୍ତି ସିଦ୍ଧୁ: ସୁନୀଲ ଜାଖର

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ତାଙ୍କ ଘରେ ଅନୁଷ୍ଠିତ ହୋଇ ଯାଇଛି ଏକ ବୈଠକ । ଏହି ବୈଠକ ପରେ ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଲ ଜାଖର ଗଣମାଧ୍ୟମ ସମ୍ମୁଖରେ ବିବୃତ୍ତି ରଖିଛନ୍ତି । ସିଦ୍ଧୁ କଂଗ୍ରେସର ଶୀର୍ଷସ୍ତରୀୟ ନେତୃତ୍ୱଙ୍କ ବିଶ୍ୱାସରେ ବିଷ ଦେଇଛନ୍ତି ବୋଲି କହିଛନ୍ତି ଜାଖର । ସିଦ୍ଧୁଙ୍କ ଇସ୍ତଫା ପରେ ଜଣକ ପରେ ଜଣେ କଂଗ୍ରେସ ନେତା ଇସ୍ତଫା ପ୍ରଦାନ କରିବାରେ ଲାଗିଛନ୍ତି । ଏହି ଇସ୍ତଫା ପର୍ବ ଦଳର ଚିନ୍ତା ବଢାଇବାରେ ଲାଗିଛି ।
ପ୍ରଥମେ ମହିଳା ମନ୍ତ୍ରୀ ରେଜିଆ ସୁଲତାନା ଇସ୍ତଫା ପ୍ରଦାନ କରିଥିବା ବେଳେ ପରେ ପରେ ଇସ୍ତଫା ଦେଇଥିଲେ ପର୍ଗତ ସିଂ । ପରେପରେ ଏକାଧିକ ନେତା ସିଦ୍ଧୁଙ୍କ ପଦ ଅନୁସରଣ କରିଥିଲେ । ଯୋଗିନ୍ଦର ଧୀଙ୍ଗ୍ରା, ଗୁଲଜାର ଇନ୍ଦର ଚହଲଙ୍କ ପରେ ସାଧାରଣ ସମ୍ପାଦକ ଗୌତମ ସେଠ ମଧ୍ୟ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ବୁଧବାର ସିଦ୍ଧୁଙ୍କ ବାସଭବନରେ ତାଙ୍କୁ ଭେଟିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.